'ଆମକୁ କିଛି କରିବା ଦରକାର ନାହିଁ, ନିଜେ ନିଜେ ଧ୍ୱଂସ ହୋଇଯିବ ପାକିସ୍ତାନ'
Advertisement
Article Detail0/zeeodisha/odisha611653

'ଆମକୁ କିଛି କରିବା ଦରକାର ନାହିଁ, ନିଜେ ନିଜେ ଧ୍ୱଂସ ହୋଇଯିବ ପାକିସ୍ତାନ'

ଅନୁପ୍ରବେଶକାରୀଙ୍କ ସୂଚନା କାଶ୍ମୀର ଲୋକ ହିଁ ଦେଇଥାନ୍ତି: ସେନାଧ୍ୟକ୍ଷ

ଫାଇଲ ଫଟୋ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଚରାଭୂଇଁ ପାକିସ୍ତାନ ଆଉ ବେଶି ଦିନ ନୁହେଁ । ଏବେ ଏହା ତା ନିଜ ନିୟନ୍ତ୍ରଣରେ ହିଁ ନାହିଁ । ଧୀରେ ଧୀରେ ଧ୍ୱଂସ ଆଡକୁ ଗତି କରୁଛି । ତେଣୁ ଆମକୁ କିଛି କରିବା ଦରକାର ନାହିଁ । ଏ ଦେଶ ଆପେ ଆପେ ହିଁ ଧ୍ୱଂସ ହୋଇଯିବ ବୋଲି କହିଛନ୍ତି ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ । 

ସେହିପରି କାଶ୍ମୀରକୁ ନେଇ ବିଭିନ୍ନ ସମୟରେ ଅପପ୍ରଚାର କରିଆସୁଛି ପାକିସ୍ତାନ । ତେବେ ଏହାର ବାସ୍ତବତାକୁ ଅତି ସୁନ୍ଦର ଭାବରେ ବଖାଣିଛନ୍ତି ରାୱତ । ଯେତେବେଳେ କାଶ୍ମୀରରେ କୌଣସି ଅନୁପ୍ରବେଶକାରୀ ପ୍ରବେଶ କରିଥାନ୍ତି, ସେତେବେଳେ ସାଧାରଣ ଲୋକ ହିଁ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥାନ୍ତି । ତେଣୁ କାଶ୍ମୀର ଲୋକ ଭାରତ ସହ ନାହିଁ ବୋଲି ଯେଉଁ ଅପପ୍ରଚାର ହେଉଛି, ତାହା ଅବାସ୍ତବ ବୋଲି ରାୱତ କହିଛନ୍ତି । 

ଆହୁରି ପଢନ୍ତୁ; ମୁମୂର୍ଷୁ ମୁଶାରଫଙ୍କୁ ଫାଶୀ ଦଣ୍ଡାଦେଶ