ଡିଜାଇନର ପତ୍ରକାର ଉପରେ ଫୁଲ, ଜୀ ନ୍ୟୁଜ ଉପରେ ଆକ୍ରମଣ କାହିଁକି ?
Advertisement
Article Detail0/zeeodisha/odisha632921

ଡିଜାଇନର ପତ୍ରକାର ଉପରେ ଫୁଲ, ଜୀ ନ୍ୟୁଜ ଉପରେ ଆକ୍ରମଣ କାହିଁକି ?

ସତ କହିଲେ ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗଙ୍କ ଦେହରେ ଯାଉନି

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ତାହା ଜେଏନୟୁ ବିଶ୍ୱବିଦ୍ୟାଳୟରେ ହେଉ କି ସୁଖଦେବ ବିହାରର ଘଟଣା ହେଉ । ବିକ୍ଷୋଭକାରୀଙ୍କ ଟାର୍ଗେଟରେ ଜୀ ନ୍ୟୁଜ କାହିଁକି ? ଜୀ ନ୍ୟୁଜ ପ୍ରଶ୍ନର ସାମ୍ନା କରିବାର ଶକ୍ତି କ'ଣ ବିକ୍ଷୋଭକାରୀଙ୍କ ପାଖରେ ନାହିଁ ? ଗଣମାଧ୍ୟମ କ'ଣ ବିକ୍ଷୋଭକାରୀଙ୍କ ପସନ୍ଦ ମୁତାବକ ଖବର ବଜାଇବ ? ଅବଶ୍ୟ ସତ କହିଲେ ଛାତି ତ ଫାଟିବ ନିଶ୍ଚୟ । 

ଗଣମାଧ୍ୟମର କଣ୍ଠରୋଧ କରିବାକୁ ପୁଣି ଉଦ୍ୟମ । ସିଏଏ ବିରୋଧରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ କରୁଥିବା ବେଳେ Zee news ଉପରେ ଆକ୍ରମଣ ହୋଇଛି । ଦିଲ୍ଲୀ ସୁଖଦେବ ବିହାରରେ ଜୀ ସମ୍ବାଦଦାତା ଜିତେନ୍ଦ୍ର ଶର୍ମା ଏବଂ ନୀରଜ ଗୌଡ଼ଙ୍କ ସହ ମାରପିଟ କରିଛନ୍ତି ବିକ୍ଷୋଭକାରୀ ।  ବିକ୍ଷୋଭକାରୀଙ୍କ ସହ କଥାବାର୍ତ୍ତା କରିବାକୁ ଉଦ୍ୟମ କରୁଥିବା ବେଳେ ଜୀ ସମ୍ବାଦଦାତାଙ୍କୁ ଆକ୍ରମଣ ହୋଇଛି । ପ୍ରଦର୍ଶନକାରୀ Zee news କ୍ୟାମେରା ମ୍ୟାନ କମର ଖାନଙ୍କୁ ମଧ୍ୟ ମାଡ଼ ମାରିଛନ୍ତି । ଏପରିକି ଜୀ କ୍ୟାମେରାଙ୍କୁ ଭାଙ୍ଗି ଦେଇଛନ୍ତି । 

ଆକ୍ରମଣ ବେଳର ଯେଉଁ ଭିଡ଼ିଓ ଆମର ହସ୍ତଗତ ହୋଇଛି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିକ୍ଷୋଭକାରୀ Zee news ପ୍ରଶ୍ନର ସାମ୍ନା କରିପାରୁନାହାଁନ୍ତି । ବିକ୍ଷୋଭକାରୀଙ୍କ ପୋଲ୍ ଖୋଲୁଛି ଜୀ ନ୍ୟୁଜ । ଆଜାଦୀର ନାରା ଦେଉଥିବା ପ୍ରଦର୍ଶନକାରୀଙ୍କୁ ପ୍ରଶ୍ନ କଲେ ଚିହିକି ଉଠୁଛନ୍ତି । କାଳେ ସେମାନଙ୍କ ବିକ୍ଷୋଭର ଅସଲ ଉଦ୍ଦେଶ୍ୟ ପର୍ଦ୍ଦାଫାଶ ହୋଇଯିବ, ସେ ଭୟ ବିକ୍ଷୋଭକାରୀଙ୍କୁ ଘାରୁଛି । 

ଆଜି ବିକ୍ଷୋଭକାରୀଙ୍କୁ ଜୀ ସାମ୍ବାଦିକ ପ୍ରଶ୍ନ କରିଥିଲେ, ଆପଣ କାହିଁକି ଆନ୍ଦୋଳନ କରୁଛନ୍ତି ? ଆପଣଙ୍କ ବିକ୍ଷୋଭ ଯୋଗୁଁ ସାଧାରଣ ଲୋକଙ୍କୁ ଯେଉଁ ହଇରାଣ ହରକତ ହେବାକୁ ପଡ଼ୁଛି, ତାହା ଆପଣ ଜାଣିଛନ୍ତି ତ ? ବାସ୍, ଏ ପ୍ରଶ୍ନର ଉତ୍ତର ବିକ୍ଷୋଭକାରୀଙ୍କ ପାଖରେ କେଉଁଠୁ ଆସିବ ? ଆରମ୍ଭ ହୋଇଯାଇଥିଲା ଆକ୍ରମଣ । ଜୀ ସାମ୍ବାଦିକ ଓ କ୍ୟାମେରା ମ୍ୟାନଙ୍କୁ ମାଡ଼ ମାରିଥିଲେ ବିକ୍ଷୋଭକାରୀ । 

ତାଙ୍କୁ ସୁହାଇବା ପରି ପ୍ରଶ୍ନ କଲେ ପ୍ରଦର୍ଶନକାରୀ ଖୁସ । ସାଧାରଣ ଲୋକଙ୍କ ହଇରାଣ, ହରକତ କଥା କହିଲେ ଆକ୍ରମଣ । ସିଏଏ ବିରୋଧ ନାଁ ନେଇ ହେଉଛି ଦାଦାଗିରି । ଗଣମାଧ୍ୟମକୁ ନିଜ ପସନ୍ଦ ମୁତାବକ ବ୍ୟବହାର ପାଇଁ ହେଉଛି ଉଦ୍ୟମ । ଏଠାରେ ପ୍ରଶ୍ନ, ଡିଜାଇନର ପତ୍ରକାରଙ୍କ ପାଇଁ ଫୁଲ ଆଉ ଜୀ ନ୍ୟୁଜ ପତ୍ରକାରଙ୍କ ଉପରେ ଆକ୍ରମଣ କାହିଁକି ? ଗୋଟିଏ ପଟେ ଡିଜାଇନର ପତ୍ରକାରଙ୍କ ପାଇଁ ମଞ୍ଚ, ଅନ୍ୟପଟେ ଜୀ ନ୍ୟୁଜ ପତ୍ରକାରଙ୍କ ପାଇଁ 'ଗୋ ବ୍ୟାକ' ନାରା । ସତରେ କ'ଣ ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗ ରାଷ୍ଟ୍ରବାଦକୁ ଡରୁଛନ୍ତି !

ଆହୁରି ପଢ଼ନ୍ତୁ; ସତ କହିବାରୁ ଛାତି ଫାଟିଲା ! କ୍ୟାମେରା ଭାଙ୍ଗିଲେ, ମାଡ଼ ମାରିଲେ।।।