ଏମାନେ ହେବେ 'ମହା' ମନ୍ତ୍ରୀ
Advertisement
Article Detail0/zeeodisha/odisha617262

ଏମାନେ ହେବେ 'ମହା' ମନ୍ତ୍ରୀ

ମହା 'ମନ୍ତ୍ରୀ' ତାଲିକାରେ ଅଜିତ ଓ ଆଦିତ୍ୟ ! 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ହେବ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ । ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ଉଦ୍ଧବ ସରକାର । ଏବେ ମହାରାଷ୍ଟ୍ରରେ ଏନସିପି-ଶିବସେନା ଏବଂ କଂଗ୍ରେସ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶପଥ ଗ୍ରହଣ ଦିନ ତିନି ଦଳରୁ ୬ ମନ୍ତ୍ରୀ ଶପଥ ନେଇଥିଲେ । ଆଜି ଅନ୍ୟ ୩୬ ମନ୍ତ୍ରୀ ଶପଥ ନେବେ ବୋଲି ଜଣାପଡିଛି । 

ପୂର୍ବରୁ କଂଗ୍ରେସର ଦୁଇ ମନ୍ତ୍ରୀ ଶପଥ ନେଇଥିବା ବେଳେ ଆଜି ଅନ୍ୟ ୧୦ ଜଣ ଶପଥ ନେବେ । ମନ୍ତ୍ରୀ ଭାବରେ ଶପଥ ନେବାକୁ ଥିବା ୧୦ ଜଣଙ୍କ ନାଁ ପ୍ରକାଶ କରିଛି କଂଗ୍ରେସ । ଏମାନେ ହେଲେ ଅଶୋକ ଚହ୍ୱାନ, କେସି ପାଡୱୀ, ବିଜୟ ବଡେଟ୍ଟୀୱାର, ଅମିତ ଦେଶମୁଖ, ସୁନୀଲ ଛତ୍ରପାଳ କେଦାର, ଯଶୋମତି ଠାକୁର, ବର୍ଷା ଏକନାଥ ଗାୟକୱାଡ, ଅସଲମ ଶେଖ୍, ସତେଜ ଉର୍ଫ ବଣ୍ଟି ପାଟିଲ, ବିଶ୍ୱଜିତ ପତଙ୍ଗ ରାଓ କଦମ । 

ସେହିପରି ଏନସିପି ଏବଂ ଶିବସେନାରୁ ୧୩ ଜଣ ଲେଖାଏ ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି । ଏନସିପି ପକ୍ଷରୁ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ତେବେ ଏନେଇ କୌଣସି ସ୍ପଷ୍ଠ ସୂଚନା ନାହିଁ । 

ଅନ୍ୟପଟେ ଶିବସେନା ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ମନ୍ତ୍ରୀ ହୋଇପାରନ୍ତି । କୁହାଯାଉଛି, ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦରି ସମୁଦାୟ ୪୩ ମନ୍ତ୍ରୀ ରହିବେ । 

ଆହୁରି ପଢ଼ନ୍ତୁ; ହେମନ୍ତ ସରକାର ଅଢ଼େଇ ଦିନିଆ ନୁହେଁ ତ ?