ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଆନ୍ତୁ ଏହି ସାଧାରଣ ଜିନିଷ
Advertisement

ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଆନ୍ତୁ ଏହି ସାଧାରଣ ଜିନିଷ

ଏହି ଫଳମୂଳ ଖାଇବା ଦ୍ୱାରା ଡାଇବେଟିସକୁ ନିୟନ୍ତ୍ରଣରେ ରଖିପାରିବେ ଆପଣ 

ସୌଜନ୍ୟ: ସୋସିଆଲ ମିଡିଆ

ଜସ୍ମିନ ରେଖା ମହାନ୍ତ, ଭୁବନେଶ୍ୱର: ପ୍ରତିବର୍ଷ ନଭେମ୍ବର ୧୪କୁ ବିଶ୍ୱ ମଧୁମେହ ଦିବସ ଭାବେ ପାଳନ କରାଯାଇଥାଏ । ସାରା ବିଶ୍ୱରେ ଡାଇବେଟିସ୍ ଭଳି ରୋଗ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଡାଇବହେଟିଜ୍ ରୋଗ ମଧ୍ୟରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।  ଡାଇବେଟିଜ୍ ଏକ ଏଭଳି ରୋଗ ଯାହାକୁ କଣ୍ଟ୍ରୋଲ୍ ନ କରାଗଲେ  ଭିତରୁ ଧିରେ ଧିରେ ସମ୍ପୂର୍ଣ୍ଣ ଖୋଳ ହୋଇଯାଇଥାଏ । ଡାଇବେଟିଜ୍ ଦୁର୍ବଳ ମେଟାବୋଲିଜିମ୍ ଯୋଗୁଁ ହୋଇଥାଏ । ଯାହା ଫଳରେ ଶରୀରରେ ସଠିକ୍ ଭାବରେ ଇନସୁଲିମ୍ ସୃଷ୍ଟି କରିବା ବନ୍ଦ ହୋଇଯାଇଥାଏ ।
୩ ପ୍ରକାରର ଡାଇବେଟିଜ୍ ରହିଛି । ଡାଇବେଟିଜ୍ ଟାଇପ୍-୧, ଡାଇବେଟିଜ୍ ଟାଇପ୍-୨,ଡାଇବେଟିଜ୍ ଟାଇପ୍-୩ ସି, ଡାଇବେଟିଜ୍ ହେଲେ ଶରୀର ଦୁର୍ବଳ ହେବାରେ ଲାଗେ । ଏବଂ ନିଦ ମଧ୍ୟ ଠିକ୍ ଭାବରେ ହୁଏନାହିଁ । ଡାଇବେଟିଜ୍ ରୋଗୀଙ୍କୁ ବ୍ଲଡ୍ ସୁରଗ ଲେବଲରେ କଣ୍ଟ୍ରୋଲ ରଖିବା ଆବଶ୍ୟକତା ଥାଏ । ଖାଇବା ପିଇବା ଉପରେ ଧ୍ୟାନ ଦେଇ ସୁଗାର ଲେବଲକୁ ନିୟନ୍ତ୍ରଣ କରାଯାଇହେବ । ଆସନ୍ତୁ ଜାଣିବା କଣ ଖାଇବା ଦ୍ୱାରା ଆପଣଙ୍କୁ ଡାଇବେଟିଜ୍ କଣ୍ଟ୍ରୋଲରେ ସହଯୋଗ ହୋଇପାରିବ ।

ବିଟ୍ fallback
'ବିଟ୍'ରେ ବହୁମାତ୍ରାରେ ନ୍ୟୁଟ୍ରିସନ୍ ଥାଏ । ଏବଂ ଏଥିରେ ଅନେକ ପ୍ରକାରର ମିନେରାଲ ଓ ଭିଟାମିନ୍ ମଧ୍ୟ ରହିଛି । ଯଦି ଆପଣ ଡାଇବେଟିଜ୍ ରୋଗରେ ଆକ୍ରାନ୍ତ ଅଛନ୍ତି, ତେବେ ଆପଣ ନିଜ ଖାଦ୍ୟରେ 'ବିଟ୍' ନିହାତି ଖାଇବା ଦରକାର । ଏହାଛଡ଼ା ଆପଣ 'ବିଟ'କୁ ସାଲାଡ୍ ରେ କିମ୍ବା କଞ୍ଚାରେ ମଧ୍ୟ ଖାଇପାରିବେ ।

ପିଜୁଳି fallback
ପିଜୁଳିରେ ମଧ୍ୟ ଫାଇବର ହେବା ଯୋଗୁଁ ଏହି ଫଳ ଡାଇବେଟିଜ୍ ରୋଗୀଙ୍କ ପାଇଁ ନିରାକର ହୋଇପାରିଥାଏ । ଏଥିସହ ଏହା ଡାଇବେଟିଜ୍ ଟାଇପ୍-୨ ଭଳି ବିପଦକୁ କମ କରିଥାଏ । କେବଳ ଏତିକି ନୁହେଁ ପିଜୁଳିରେ ପ୍ରବଳ ମାତ୍ରାରେ ଭିଟାମିନ୍-A ଏବଂ ଭିଟାମିନ୍-C ରହିଥାଏ ।

ଦହି fallback
ବିନା ମଲାଇରେ ତିଆରି ଦହି ଡାଇବେଟିଜ୍ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାକୁ ପ୍ରତିଦିନ ଖାଇଲେ କୋଲେଷ୍ଟ୍ରୋଲ ଏବଂ ଟ୍ରାଇଗ୍ଲିସେରାଇଡ୍ ଲେବଲରେ କଣ୍ଟ୍ରୋଲ ରହିଥାଏ । ଅଧିକ ମାତ୍ରାରେ ଦହି ଖାଇବା ଦ୍ୱାରା ଡାଇବେଟିଜ୍-୨ ଯୋଗୁଁ ଯେଉଁ ବିପଦ ଥାଏ ତାହା କମିଥାଏ ।

ଅଁଳା fallback
ଅଁଳାରୁ କ୍ରମିୟମ୍ ମିଳିଥାଏ । ଯାହା ପାନକ୍ରିଆଜ୍ ପାଇଁ ଖୁବ ବହୁ ଲାଭଦାୟକ ହୋଇଥାଏ । ଅଁଳାରେ ଆଣ୍ଟି ଡାଇବେଟିକ୍ ତତ୍ତ୍ୱ ରହିଥାଏ । ଯାହା ଡାଇବେଟିସ୍ ଭଳି ରୋଗକୁ ଲଢିବା ପାଇଁ ସହଯୋଗ କରିଥାଏ ।