ଦେଖନ୍ତୁ ଶ୍ରୀନଗର ଗ୍ରେନେଡ ବିସ୍ଫୋରଣର ଲାଇଭ ଭିଡିଓ
Advertisement

ଦେଖନ୍ତୁ ଶ୍ରୀନଗର ଗ୍ରେନେଡ ବିସ୍ଫୋରଣର ଲାଇଭ ଭିଡିଓ

ଜମ୍ମୁ କାଶ୍ମୀରର ଶ୍ରୀନଗରରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଘଟିଛି । ସୋମବାର ଆତଙ୍କୀମାନେ ଭିଡ଼ ଉପରେ ଗ୍ରେନେଡ ମାଡ଼ କରିଥିଲେ ।  ଏହି ଆକ୍ରମଣରେ ଜଣଙ୍କ ମୃତ୍ୟୁ ହେବାସହ ୨୫ ଜଣ ଆହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକଙ୍କବାଦୀ ଏହି ଆକ୍ରମଣ କରିଥିବା ଜଣାପଡିଛି । ଏହି ଆକ୍ରମଣ ଶ୍ରୀନଗରର ସ୍ଥାନୀୟ ମୌଲାନା ଆଜାଦ ରୋଡର ଏକ ପରିବା ବଜାରରେ ହୋଇଥିଲା ।  

ଫଟୋ ସୌଜନ୍ୟ: ଏଏନଆଇ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗରରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଘଟିଛି । ସୋମବାର ଆତଙ୍କୀମାନେ ଭିଡ଼ ଉପରେ ଗ୍ରେନେଡ ମାଡ଼ କରିଥିଲେ ।  ଏହି ଆକ୍ରମଣରେ ଜଣଙ୍କ ମୃତ୍ୟୁ ହେବାସହ ୨୫ ଜଣ ଆହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକଙ୍କବାଦୀ ଏହି ଆକ୍ରମଣ କରିଥିବା ଜଣାପଡିଛି । ଏହି ଆକ୍ରମଣ ଶ୍ରୀନଗରର ସ୍ଥାନୀୟ ମୌଲାନା ଆଜାଦ ରୋଡର ଏକ ପରିବା ବଜାରରେ ହୋଇଥିଲା ।  

ବର୍ତ୍ତମାନ ଏହି ଆତଙ୍କୀ ଆକ୍ରମଣର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ୧୮ ସେକେଣ୍ଡର ଭିଡିଓରେ ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ରେକର୍ଡ ରହିଛି । ଭିଡିଓରେ ଦେଖାଯାଉଛି ଯେ ରାସ୍ତା ଉପରେ ଲୋକଙ୍କ ଭିଡ଼ ଥିଲା । ବାହନଗୁଡିକର ଯିବା ଆସିବା ଚାଲୁଥିଲା । ସେତେବଳେ ହଠାତ ଏକ ଗ୍ରେନେଡ ମାଡ଼ ହୋଇଥିଲା । ଫଳରେ ସେଠାରେ ଆତଙ୍କ ଦେଖା ଦେଇଥିଲା । ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଏପଟେ ସେପଟେ ଦୌଡିବାର ଦେଖିବାକୁ ମିଳୁଛି ।   

ତେବେ ଗତ ୧୫ ଦିନ ମଧ୍ୟରେ ଏହା ଆତଙ୍କବାଦୀଙ୍କ ଦ୍ୱିତୀୟ ଗ୍ରେନେଡ ଆକ୍ରମଣ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଘାଟିରେ କ୍ରମାଗତ ଭାବରେ ଆତଙ୍କବାଦୀ କାର୍ଯ୍ୟକଳାପରେ ବୃଦ୍ଧି ଆସିଛି । ଏହା ପୂର୍ବରୁ ଅକ୍ଟୋବର ୨୮ରେ ଜମ୍ମୁ କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆତଙ୍କୀମାନେ କାଶ୍ମୀର ସ୍ଥିତ ସୋପୋରରେ ଗ୍ରେନେଡ ଦ୍ୱାରା ଏହି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୧୯ ଜଣ ସାଧାରଣ ଜନତା ଆହତ ହୋଇଥିଲେ । 

ଏହା ବ୍ୟତୀତ ବିଗତ ଦିନରେ କିଶ୍ତୱାଡା ପୋଲିସ ହିଜବୁଲ ମୁଜାହିଦ୍ଦିନ ସହ ଜଡିତ ୩ ଆତଙ୍କବାଦୀଙ୍କ  ଫଟୋ ମଧ୍ୟ ଜାରି କରିଥିଲା । ଏହି ଆତଙ୍କୀଙ୍କ ଉପରେ ୩୦ ଲକ୍ଷ ଟଙ୍କାର ପୁରୁସ୍କାର ଘୋଷଣା କରାଯାଇଛି ।  ଏଥିରେ ମହମ୍ମଦ ଅମୀନ ଉପରେ ୧୫ ଲକ୍ଷ ଟଙ୍କା, ରିୟାଜ ଅହମଦ ଓ ମୁଦସ୍ସିର ହୁସୈନଙ୍କ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଛି । 

ପୋଲିସ ଏହି ୩ ଆତଙ୍କବାଦୀଙ୍କ ତଲାସ କରୁଛି ।  ପୋଲିସ ଅନୁସାରେ, ଏହି ଆତଙ୍କୀ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାଁ ଗୁପ୍ତ ରଖାଯିବ । ଏହି ଆତଙ୍କବାଦୀମାନେ ଘାଟିରେ ହୋଇଥିବା ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲେ । ଏମାନେ ହିଜବୁଲ ମୁଜାହିଦ୍ଦିନ ସହ ଜଡିତ ରହିଛି । ସେହିପରି ବିଗତ ଦିନରେ ଶ୍ରୀନଗର କାକା ସରାୟ ଅଞ୍ଚଳରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କୀମାନେ ଗ୍ରେନେଡ ମାଡ଼ କରିଥିଲେ । ଏଥିରେ ୬ ଜଣ ଯବାନ ଆହତ ହୋଇଥିଲେ ।  ଏହି ଆକ୍ରମଣ କେରନ ସିଟି ପୋଲିସ ଷ୍ଟେସନ ଉପରେ ହୋଇଥିଲା ।