ଔଷଧ ରପ୍ତାନୀ ବନ୍ଦ କରିବ ଭାରତ !
Advertisement

ଔଷଧ ରପ୍ତାନୀ ବନ୍ଦ କରିବ ଭାରତ !

କୋରୋନାରେ ୧୭ଶହରୁ ଊର୍ଦ୍ଧ୍ୱ ମୃତ

ଔଷଧ ରପ୍ତାନୀ ବନ୍ଦ କରିବ ଭାରତ !

ନୂଆଦିଲ୍ଲୀ: ଚୀନରେ କୋରୋନା ବ୍ୟାପକ ଗୁରୁତର ରୂପ ନେଉଛି। ଦିନକୁ ଦିନ ଏହାର ରୂପ ମହାମାରୀ ନେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବେଶ ଦ୍ରୁତବେଗରେ ବୃଦ୍ଧି ପାଇବାରେ ଲାଗିଛି। ସଦ୍ୟ ପ୍ରାପ୍ତ ସୂଚନା ମୁତାବକ କୋରୋନା ଭାଇରସ କୋଓ୍ୱିଡ଼-୧୯ରେ ପ୍ରାୟ ୧୭ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଏହି ଭାଇରସକୁ ରୋକିବା ପାଇଁ ଭାରତ ମଧ୍ୟ ବେଶ କଡ଼ା ପଦକ୍ଷେପ ଗ୍ରହଣ କରିଛି।  

ଏହି ପଦକ୍ଷେପ ଅନୁଯାୟୀ ଭାରତ ପ୍ରାୟ ୧୨ ପ୍ରକାର ଔଷଧ ଉପରେ ରୋକ ଲଗାଇବାକୁ ଯାଇଛି। ଏହା ସହିତ ଆଣ୍ଟିବାଇଓଟିକ, ଭିଟାମିନ ଓ ହାର୍ମନ ଭଳି ଔଷଧକୁ ମଧ୍ୟ ରପ୍ତାନୀ କରିବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏନେଇ ଭାରତର ଆକ୍ଟିଭ ଫାର୍ମାସିଟୁକାଲ ଇନଗ୍ରେଡିଏଣ୍ଟ(ଏପିଆଇ) କହିଛି ଯେ, ହୁଓ୍ୱେଇ ପ୍ରାନ୍ତରୁ ଔଷଧ ପ୍ରସ୍ତୁତି ପାଇଁ ମୂଳ ସାମଗ୍ରୀକୁ ବିଶେଷ ଭାବେ ରପ୍ତାନୀ କରିଥାଏ।  

ସେପଟେ ଦେଶରେ କୋରୋନା ଭାଇରସକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରିଛି କମିଟି। ଉପରୋକ୍ତ ଔଷଧ ଗୁଡ଼ିକ ଭାରତରେ ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ। ଯଦିଓ ଦେଶରେ ପର୍ଯ୍ୟାପ୍ତ ପରିମାଣର ଔଷଧ ରହିଛି, କିନ୍ତୁ ସମସ୍ତ ପ୍ରକାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କମିଟି।  

ସେପଟେ ଦେଶରେ ଔଷଧର ଆବଶ୍ୟକତା ଓ ମହଜୁଦର ହିସାବକିତାବ ପାଇଁ ଏକ ୮ ଜଣିଆ କମିଟି ଗଠନ କରିଛି ଏପିଆଇ। ଏହି କମିଟି ବିଶେଷ କରି କ୍ଲୋରୋଫୋନିକାଲ, ମେଟ୍ରୋନିଡାଜୋଲ, ଏଜିଥ୍ରୋମାଇନ, କ୍ଲିଣ୍ଡାମାଇସିନ, ଭିଟାମିନ ବି୧, ଭିଟାମିନ ବି୨ ଓ ଭିଟାମିନ ବି୬, ପ୍ରେଜେଷ୍ଟ୍ରାନ ହର୍ମୋନ ସହିତ ଅନ୍ୟାନ୍ୟ ୧୨ ପ୍ରକାର ଔଷଧର ରପ୍ତାନୀ ଉପରେ ବ୍ୟାନ ଲଗାଇବାକୁ ସୁପାରିଶ କରିଛି।