କୋରୋନା ମାଡ଼ରେ କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀ
Advertisement
Article Detail0/zeeodisha/odisha722979

କୋରୋନା ମାଡ଼ରେ କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀ

ସମ୍ବଲପୁର ଜିଲ୍ଲାରେ ଦୄତ ଗତିରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ବ୍ରେକ ଦେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ମାସିକିଆ ସଟଡାଉନ ଲାଗୁ କରିଛନ୍ତି । ତେବେ ଏହି ସଟଡାଉନ ଯୋଗୁ ଜିଲ୍ଲାର କୁକୁଡ଼ା ଚାଷୀ ଏବେ ଚିନ୍ତାରେ । ଏହି ସଟଡାଉନ ଯୋଗୁଁ ଜିଲ୍ଲାର ସହ ସହ କୁକୁଡା ଚାଷୀ କ୍ଷତି ସହିବା ସହ ଏନେଇ ଚିନ୍ତାରେ ଦିନ କାଟୁଛନ୍ତି । 

କୋରୋନା ମାଡ଼ରେ କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଦୄତ ଗତିରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ବ୍ରେକ ଦେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ମାସିକିଆ ସଟଡାଉନ ଲାଗୁ କରିଛନ୍ତି । ତେବେ ଏହି ସଟଡାଉନ ଯୋଗୁ ଜିଲ୍ଲାର କୁକୁଡ଼ା ଚାଷୀ ଏବେ ଚିନ୍ତାରେ । ଏହି ସଟଡାଉନ ଯୋଗୁଁ ଜିଲ୍ଲାର ସହ ସହ କୁକୁଡା ଚାଷୀ କ୍ଷତି ସହିବା ସହ ଏନେଇ ଚିନ୍ତାରେ ଦିନ କାଟୁଛନ୍ତି ।

ଏବେ ସମଗ୍ର ସମ୍ବଲପୁର ଜିଲ୍ଲାରେ ମାସିକିଆ ସଟଡାଉନ । ସଟଡାଉନ ପାଇଁ ସବୁ କ୍ଷେତ୍ରରେ ଲାଗିଛି କଟକଣା । ଜିଲ୍ଲା ପ୍ରଶାସନ ଉଦ୍ଦେଶ୍ୟ ସଟଡାଉନ ଦ୍ୱାରା କୋରୋନା ସଂକ୍ରମଣକୁ ବ୍ରେକ ଦେବା । ତେବେ ସଟଡାଉନ ପାଇଁ ଜିଲ୍ଲାର କୁକୁଡ଼ା ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୄଶ ହୋଇଛି । ପୂର୍ବରୁ ମାସ ମାସ ଧରି ଲକଡାଉନ ପାଇଁ କ୍ଷତି ସହୁଥିବା କୁକୁଡ଼ା ଚାଷୀ ପୁଣି ଏହି ମାସିକିଆ ସଟଡାଉନ ପାଇଁ ଚିନ୍ତାରେ । କୁକୁଡ଼ା ଚାଷୀଙ୍କ ଫାର୍ମରେ କୁକୁଡ଼ା ସବୁ ବିକ୍ରି କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ବେଲେ କଟକଣା ପାଇଁ କୌଣସି କୁକୁଡ଼ା ରିଟେଲର ଫାର୍ମରୁ କୁକୁଡ଼ା ନେଉନାହାନ୍ତି । ଏଭଳି ପରିସ୍ଥିତି ଜିଲ୍ଲାର କୁକୁଡ଼ା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି ।

ସମ୍ବଲପୁର ଜିଲ୍ଲାରେ ୩୦୦ ରୁ ଊର୍ଦ୍ଧ୍ଵ କୁକୁଡ଼ା ଚାଷୀ ରହିଥିବା ବେଳେ ବିଭିନ୍ନ ଫାର୍ମରେ ଲକ୍ଷଲକ୍ଷ କୁକୁଡ଼ା ଚାଷ କରାଯାଇଥାଏ । ତେବେ ବିଭିନ୍ନ ବ୍ୟ।ଙ୍କରୁ କୁକୁଡ଼ା ଚାଷ ପାଇଁ ରୁଣ ଆଣି ଏବେ ଚିନ୍ତାରେ ଦିନ କାଟୁଛନ୍ତି କୁକୁଡ଼ା ଚାଷୀ । ଏଠି କୁକୁଡ଼ା ସବୁ ରିଟେଲରଙ୍କୁ ଦେବାପାଇଁ ପ୍ରସ୍ତୁତ ହୋଇ ରହିଥିବା ବେଳେ ପ୍ରଶାସନର କଟକଣା ଯୋଗୁଁ ରିଟେଲର ଦୋକାନ ସବୁ ବନ୍ଦ ହୋଇଛି । ତେବେ ଲକଡାଉନ ଓ ସଟ ଡାଉନରେ କୁକୁଡା ସବୁ ହୋମ ଡେଲିଭରି ପାଇଁ ନିୟମ ରହିଥିବା ବେଳେ ଚାଷୀଙ୍କ ପାଇଁ ହୋମ ଡେଲିଭରି ଦେଇ ବିକ୍ରି କରିବା ସମ୍ଭବପର ନୁହେଁ । ଏଣୁ ପ୍ରଶାସନ ନିୟମ କୋହଳ କରି କୁକୁଡ଼ା ବିକ୍ରି ପାଇଁ ରିଟେଲର ଦୋକାନ ଖୋଲିବାକୁ ଅନୁମତି ଦେବାପାଇଁ ଜିଲ୍ଲାର କୁକୁଡ଼ା ଚାଷୀମାନେ ପ୍ରଶାସନକୁ ଦାବି କରିଛନ୍ତି ।

ସରକାର ପରିବା ଚାଷୀଙ୍କ ପାଇଁ ଯେଭଳି ପରିବା ବିକ୍ରି ପାଇଁ  ନିୟମ କିଛିଟା କୋହଳ କରିଛନ୍ତି ସେମିତି ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା କୁକୁଡ଼ା ଚାଷୀଙ୍କ ପାଇଁ ମଧ୍ୟ କିଛି କୋହଳ ଵ୍ୟବସ୍ଥା କରିବାକୁ ଦାବି ହୋଇଛି ।