ବିପଦରେ 'ମହା' ସରକାର ! ଉଦ୍ଧବଙ୍କ ଆଭିମୁଖ୍ୟ ନେଇ ସ୍ୱର ଉଠାଇଲା କଂଗ୍ରେସ
Advertisement
Article Detail0/zeeodisha/odisha644433

ବିପଦରେ 'ମହା' ସରକାର ! ଉଦ୍ଧବଙ୍କ ଆଭିମୁଖ୍ୟ ନେଇ ସ୍ୱର ଉଠାଇଲା କଂଗ୍ରେସ

ଶିବସେନାକୁ ବିରୋଧୀ ବିଜେପି ନୁହେଁ, ସହଯୋଗୀ ଦଳ ହିଁ ଘେରୁଛନ୍ତି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ବିପଦରେ 'ମହା' ସରକାର ! ଶିବସେନାକୁ ବିରୋଧୀ ବିଜେପି ନୁହେଁ, ସହଯୋଗୀ ଦଳ ହିଁ ଘେରୁଛନ୍ତି । ସିଏଏ ଓ ଏନଆରପି ନେଇ ଶିବସେନାର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ମନୀଷ ତିୱାରୀଙ୍କ ଏକ ଟ୍ୱିଟ ଏ ପ୍ରସଙ୍ଗକୁ ଆହୁରି ଖୋରାକ ଯୋଗାଉଛି । ସିଏଏ, ଏନପିଆର ଓ ଏନଆରସି କିପରି ସାମଞ୍ଜସ୍ୟ ରହିଛି, ତାହା ବୁଝାଇବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆହ୍ୱାନ କରିଛନ୍ତି ମନୀଷ ତିୱାରୀ । 

fallback

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ମନୀଷ ତିୱାରୀ କହିଛନ୍ତି, ଯଦି ଥରେ ଏନପିଆର ଲାଗୁ ହୋଇଗଲା, ତେବେ ଏନଆରସିକୁ କେହି ଆଉ ରୋକିପାରିବେ ନାହିଁ । ଏନପିଆର ଏହାର ଆଧାର ଭାବରେ କାମ କରିବ । ସେହିପରି ସିଏଏକୁ ମଧ୍ୟ ଭାରତୀୟ ସମ୍ବିଧାନ ଅନୁସାରେ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ଶ୍ରୀଯୁକ୍ତ ତିୱାରୀ କହିଛନ୍ତି । ନାଗରିକତା ଆଇନ ଧର୍ମ ଆଧାରରେ କରାଯାଇପାରିବ ନାହିଁ ବୋଲି କହିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା । ଆଗକୁ 'ମହା' ସରକାର ଯେ ବଡ଼ ବିପଦର ସାମ୍ନା କରିପାରେ, ମନୀଷ ତିୱାରୀଙ୍କ ଏହି ଟ୍ୱିଟ ଏଭଳି କିଛି ଆଭାସ ହେଲାଣି । 

କହିରଖୁଛୁ, ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମିଶି ମହା ବିକାଶ ଅଘାଡ଼ୀ ସରକାର ଗଠନ କରିଛନ୍ତି । ତେବେ ସିଏଏ, ଏପିଆର ଓ ଏନଆରସିକୁ ନେଇ ଉଭୟ କଂଗ୍ରେସ ଓ ଏନସିପି ବିରୋଧ କରୁଥିବା ବେଳେ ଶିବସେନା କେବଳ ଏନଆରସିକୁ ହିଁ ବିରୋଧ କରୁଛି । ଏପରିକି ସିଏଏ ଏବଂ ଏନପିଆର ମହାରାଷ୍ଟ୍ରରେ ଲାଗୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଶୁକ୍ରବାର ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କୁ ସାକ୍ଷାତ କରିବା ପରେ ଏନେଇ ସ୍ପଷ୍ଟ କରିଥିଲେ । ହେଲେ 'ମହା' ମୁଖ୍ୟମନ୍ତ୍ରୀଙ୍କ ଏପ୍ରକାର ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ସହଯୋଗୀ କଂଗ୍ରେସ ଓ ଏନସିପି । ଫଳରେ ଆଗାମୀ ଦିନରେ ମେଣ୍ଟ ଭାଙ୍ଗିଯିବାର ସମ୍ଭାବନା ସୃଷ୍ଟି ହୋଇଛି ।  

ଆହୁରି ପଢ଼ନ୍ତୁ; ଆମେ ୧୫ଶହ ପୁରୁଣା ଆଇନକୁ ସମାପ୍ତ କରିଛୁ: ମୋଦି