ରାଜଭବନରେ 'ସମର୍ଥନ ପତ୍ର' ଦେଲେ ବିରୋଧୀ
Advertisement

ରାଜଭବନରେ 'ସମର୍ଥନ ପତ୍ର' ଦେଲେ ବିରୋଧୀ

ଗୋଟିଏ ପଟେ ସୁପ୍ରିମକୋର୍ଟରେ 'ମହା' ମାମଲାର ଶୁଣାଣି ଚାଲିଛି । ଅନ୍ୟପଟେ ମେଣ୍ଟ ସପକ୍ଷରେ ବିଧାୟକଙ୍କ ସମର୍ଥନ ପତ୍ର ରାଜଭବନ ଅଧିକାରୀଙ୍କୁ ଦେଇଛନ୍ତି ଶିବସେନା, ଏନସିପି ଓ କଂଗ୍ରେସ । ଏହି ପତ୍ରରେ ୩ ବିଧାୟକ ଦଳ ନେତାଙ୍କ ସ୍ୱାକ୍ଷର ରହିଛି । ବିଜେପି ପାଖରେ ବହୁମତ ପାଇଁ ଆବଶ୍ୟକ ଆସନ ନଥିବା କହିବାକୁ ଚାହିଁଛନ୍ତି ଏମାନେ । ସେପଟେ ତୁରନ୍ତ ଫ୍ଲୋର ଟେଷ୍ଟ ହେବ ନା ନାହିଁ, ଦେଶର ସର୍ବୋଚ୍ଚ ଅଦାଲତରେ ଚାଲିଛି ଶୁଣିଣି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଗୋଟିଏ ପଟେ ସୁପ୍ରିମକୋର୍ଟରେ 'ମହା' ମାମଲାର ଶୁଣାଣି ଚାଲିଛି । ଅନ୍ୟପଟେ ମେଣ୍ଟ ସପକ୍ଷରେ ବିଧାୟକଙ୍କ ସମର୍ଥନ ପତ୍ର ରାଜଭବନ ଅଧିକାରୀଙ୍କୁ ଦେଇଛନ୍ତି ଶିବସେନା, ଏନସିପି ଓ କଂଗ୍ରେସ । ଏହି ପତ୍ରରେ ୩ ବିଧାୟକ ଦଳ ନେତାଙ୍କ ସ୍ୱାକ୍ଷର ରହିଛି । ବିଜେପି ପାଖରେ ବହୁମତ ପାଇଁ ଆବଶ୍ୟକ ଆସନ ନଥିବା କହିବାକୁ ଚାହିଁଛନ୍ତି ଏମାନେ । ସେପଟେ ତୁରନ୍ତ ଫ୍ଲୋର ଟେଷ୍ଟ ହେବ ନା ନାହିଁ, ଦେଶର ସର୍ବୋଚ୍ଚ ଅଦାଲତରେ ଚାଲିଛି ଶୁଣିଣି । 

ରୋଚକୀୟ ମୋଡରେ ମହାରାଷ୍ଟ୍ର ନାଟକ । ଦିନେ ଯେଉଁ ସମର୍ଥନ ପତ୍ର ଦେଇନପାରିବାରୁ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ, ଏବେ ସେହି ସମର୍ଥନ ପତ୍ର ଧରି ରାଜଭବନରେ ଶିବସେନା, ଏନସିପି ଏବଂ କଂଗ୍ରେସ । ମନେ ହେଉଥିଲା, ସତେ ଯେମିତି ବିଜେପି ସରକାରକୁ ହଟାଇବା ପାଇଁ ଏମାନେ ପଣ କରିଛନ୍ତି । 

ଆଜି ୩ ବିଧାୟକ ଦଳ ନେତା ଅଶୋକ ଚୌହାନ, ଜୟନ୍ତ ପାଟିଲ, ଏକନାଥ ସିନ୍ଦେ ଓ ବାଲାସାହେବ ଥୋରାଟ ରାଜଭବନରେ ପହଞ୍ଚି ବିଧାୟକଙ୍କ ସମର୍ଥନ ପତ୍ର ଦେଇଥିଲେ । ବିଜେପି ପକ୍ଷରୁ ସିନା ଦେବେନ୍ଦ୍ର ଭଡନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି, କିନ୍ତୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ତାଙ୍କ ପାଖରେ ଆବଶ୍ୟକ ଅଙ୍କ ନଥିବା ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ଅବଗତ କରାଇବାକୁ ଚାହିଛନ୍ତି ଏମାନେ । ତେବେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି ଏବେ ପୁରା ମହାରାଷ୍ଟ୍ର ରାଜନୀତି । ରାଜ୍ୟପାଳଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ, ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଏବେ ରାଜ୍ୟପାଳ ଦିଲ୍ଲୀ ଗସ୍ତରେ ଅଛନ୍ତି । 

ଆହୁରି ପଢନ୍ତୁ; ଜାକର୍ତ୍ତାରେ ଚମକିଲେ ଓଡ଼ିଆ ଝିଅ