Advertisement
Article Detail0/zeeodisha/odisha664021
Zee OdishaOther Newsଦେଶରେ କୋରୋନା ନେଲାଣି ୧୨୪ଜଣଙ୍କ ମୁଣ୍ଡ, ୪ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ କୋରୋନା ନେଲାଣି ୧୨୪ଜଣଙ୍କ ମୁଣ୍ଡ, ୪ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ରବିବାର ୨୭ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୫୩ ରେକର୍ଡ ହୋଇଛି 

File pic
File pic

ନୂଆଦିଲ୍ଲୀ: ଭାରତରେ ୧୦୦ ପାର କଲା କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା । ରବିବାର ରାତି ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା ୧୨୪ ଛୁଇଁଛି । କେବଳ ଗତକାଲି ୨୭ଜଣଙ୍କର ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । କେବଳ ମହାରାଷ୍ଟ୍ରରେ ଗତକାଲି ୧୩ଜଣଙ୍କର ମୃତ୍ୟୁ ହୋଇଛି । ୧୩ଜଣଙ୍କର ମୃତ୍ୟୁ ହେବା ପରେ ମହାରାଷ୍ଟ୍ରରେ ଏହି ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ଦେଶର ୩୬ ଶତକଡ଼ା ମୃତ୍ୟୁ କେବଳ ଏହି ରାଜ୍ୟରେ ହୋଇଛି । ଆଉ ସବୁଠାରୁ ଅଧିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ମହାରାଷ୍ଟ୍ର ଦେଖାଦେଇଛି ।   

ଗତକାଲି ୫୫୩ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି । ବର୍ତ୍ତମାନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ଟପିଛି । ମହାରାଷ୍ଟ୍ରରେ ସର୍ବାଧିକ ୭୪୮ ଜଣ କୋରୋନା ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ରବିବାର  ୧୧୩ଟି ନୂଆ କେସ ସାମ୍ନାକୁ ଆସିଛି । ଏ ନେଇ ରାଜ୍ୟ ସରକାର ସମସ୍ତ ପ୍ରତିକାରମୂଳକ ପଦକ୍ଷେପ ନେଉଥିବାବେଳେ ଲୋକଙ୍କୁ ସରକାରଙ୍କ ନିୟମ ମାନିବା ପାଇଁ ଅନୁରୋଧ କରିଛନ୍ତି ଓ ଘରେ ରହିବା ପାଇଁ ବାରମ୍ୱାର ନିବେଦନ କରୁଛନ୍ତି ।  

ମହାରାଷ୍ଟ୍ର ରାଜ୍ୟର ମୁମ୍ୱାଇ ସହରରେ କେବଳ ୪୫୮ଟି କେସ୍ ସାମ୍ନାକୁ ଆସିଛି । ମହାରାଷ୍ଟ୍ର ପରେ ତାମିଲନାଡୁରେ ସର୍ବାଧିକ କୋରୋନା ଆକ୍ରାନ୍ତ ଅଛନ୍ତି । ଗତକାଲି ୮୬ଟି ପଜିଟିଭ କେସ ସାମ୍ନାକୁ ଆସିବା ପରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୩ରେ ପହଞ୍ଚିଛି । ତାମିଲନାଡ଼ୁ ପରେ ଦିଲ୍ଲୀରେ ମଧ୍ୟ ଗତକାଲି ୫୮ଟି ନୂଆ କେସ ସାମ୍ନାକୁ ଆସିଛି । ଏହି ନୂଆ କୋରୋନା ପଜିଟିଭଙ୍କ ସଂଖ୍ୟା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ମଧ୍ୟ ୫୦୦ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା ।   

Add Zee News as a Preferred Source

ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ମଧ୍ୟ ଗତକାଲି ୧୮ ଜଣଙ୍କ ନମୂନା ପଜିଟିଭ ଆସିଛି । ଏହି କେସ ସାମ୍ନାକୁ ଆସିବା ପରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି ।   

About the Author