କୋରୋନାକୁ ନେଇ ଜାରି ହେଲା ଆଡଭାଇଜରି...
Trending Photos
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ କୋରୋନାକୁ ନେଇ ବର୍ତ୍ତମାନ ଚିନ୍ତିତ । ଚୀନର ବୁହାନ ସହରରେ ଦେଖାଦେଇଥିବା ଏହି ଭାଇରସ ବର୍ତ୍ତମାନ ସୁଦ୍ଧା ବିଶ୍ୱର ମୋଟ ୭୫ଟି ରାଷ୍ଟ୍ରରେ ପ୍ରଭାବ ବିସ୍ତାର କରିବାରେ ଲାଗିଛି । ତେବେ ମାର୍ଚ୍ଚ ମାସ ୩ ତାରିଖରେ ଭାରତରେ ମଧ୍ୟ ନମୂନା ଦେଖିବାକୁ ମିଳିଛି । ଦିଲ୍ଲୀରେ ଜଣେ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଥିବା ବେଳେ ହାଇଦ୍ରାବାଦ ଓ କେରଳରେ ପୂର୍ବରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏପରିକି ଓଡ଼ିଶାର ପାରାଦୀପରୁ ମଧ୍ୟ ଦୁଇଜଣଙ୍କୁ କୋରୋନା ଆକ୍ରାନ୍ତ ନେଇ ସନ୍ଦେହ କରାଯାଉଛି ।
ସେପଟେ ଏହାର ମୁକାବିଲା କରିବା ପାଇଁ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଡଭାଇଜାରୀ ଜାରି କରାଯାଇଛି । କାର୍ଯ୍ୟାଳୟ ଠାରୁ ଘର ପର୍ଯ୍ୟନ୍ତ କିପରି ଏହାର ସହଳ ମୁକାବିଲା କରାଯାଇ ପାରିବ ସେନେଇ ଉକ୍ତ ଆଡଭାଇଜାରିରେ କୁହାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲ୍ୟୁଏଚଓ ପକ୍ଷରୁ ଏହି କୋରୋନା ଭାଇରସକୁ କୋଭିଡ-୧୯ ଭାବେ ଦର୍ଶାଯାଉଛି । ଡବ୍ଲ୍ୟୁଏଚଓ କହିଛି ଯେ, ବର୍ତ୍ତମାନ ସୁଦ୍ଧା ଏହି ରୋଗର କୌଣସି ଔଷଧ ବା ପ୍ରତିଷେଧକ ବାହାର କରାଯାଇନାହିଁ । ଯେଉଁଥିପାଇଁ ଏହି ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି ।
ଡବ୍ଲ୍ୟୁଏଚଓ କହିଛି ଯେ, ଯେଉଁମାନଙ୍କୁ କାଶ, ଛିଙ୍କ କିମ୍ବା ଥଣ୍ଡା ହୋଇଛି, ସେମାନେ ଡାକ୍ତରଙ୍କ ନିକଟକୁ ଯାଇ କୋରୋନା ପରୀକ୍ଷା କରାଇ ନିଅନ୍ତୁ । ଯେଉଁମାନଙ୍କୁ କାଶ ଛିଙ୍କ ହେଉଛି, ସେମାନଙ୍କ ନିକଟରୁ ସୁସ୍ଥ ଥିବା ବ୍ୟକ୍ତିବିଶେଷ ଦୁରରେ ରହି କଥାବାର୍ତ୍ତା କରିବାକୁ ଡବ୍ଲ୍ୟୁଏଚଓ ନିର୍ଦ୍ଦେଶ ଦେଇଛି । ଅତିକମରେ ଏକ ମିଟର ଦୁରରେ ରହି କଥାବାର୍ତ୍ତା ହେବାକୁ ଜାରି ହୋଇଥିବା ଆଡଭାଇଜରିରେ କୁହାଯାଇଛି ।
ସେହିପରି କାର୍ଯ୍ୟାଳୟରେ ମଧ୍ୟ ପରିସ୍କାର ପରିଚ୍ଛନତାକୁ ପ୍ରାଧାନ୍ୟ ଦେଇଛି ଡବ୍ଲ୍ୟୁଏଚଓ । କାର୍ଯ୍ୟାଳୟରେ ବ୍ୟବହାର ହେଉଥିବା କମ୍ପ୍ୟୁଟର, କି-ବୋର୍ଡ, ଡେସ୍କ, ଟେବୁଲ ଆଦି ଦୈନିକ ସଫାସୁତୁରା ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଏହି ପରିସ୍କାର କୀଟାଣୁନାଶକ ପଦାର୍ଥରେ ପ୍ରତିଦିନ ହେବା ଜରୁରୀ ବୋଲି ଆଡଭାଇଜରୀରେ କୁହାଯାଇଛି । କର୍ମଚାରୀମାନେ ପ୍ରତିଦିନ କର୍ମଚାରୀମାନେ ହାତକୁ ଭଲଭାବେ ଧୋଇବା ଉଚିତ । ହାତଧୁଆ ସାବୁନ, ଲିକ୍ୟୁଡ଼ ଆଦି ପଦାର୍ଥରେ ହାତଧୋଇବାକୁ କୁହାଯାଇଛି ।
କାର୍ଯ୍ୟାଳୟ ମଧ୍ୟରେ ଓ ତାହାର ପରିବେଶରେ ସ୍ୱଚ୍ଛ ବାୟୁମଣ୍ଡଳ ସହିତ ବାୟୁ ଚଳପ୍ରଚଳ କରିପାରୁଥିବା ଦରକାର । ଏକ ସୁସ୍ଥ ବାତାବରଣ ରହିବା ଜରୁରୀ । କାର୍ଯ୍ୟାଳୟରେ ବ୍ୟବହାର ହେଉଥିବା ସମସ୍ତ ବସ୍ତୁ ତଥା ଜିନିଷ ପରିସ୍କାର ରହିବା ଆବଶ୍ୟକ । କାଶ କିମ୍ବା ଛିଙ୍କ ହେଉଥିଲେ ମୁହଁରେ ରୁମାଲ, ଗାମୁଛା କିମ୍ବା ଟିସ୍ୟୁ ପେପର ଛିଙ୍କିବା ଆବଶ୍ୟକ ରହିଛି । ଯେଉଁମାନଙ୍କୁ କାଶ, ଛିଙ୍କ କିମ୍ବା କାଶ ହେଉଛି, ସେମାନେ ଡାକ୍ତରଙ୍କୁ ଦେଖାଇବା ସହିତ ଘରେ ରହି କାର୍ଯ୍ୟ କରିବାକୁ ଆଡଭାଇଜରିରେ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଥଣ୍ଡା, କାଶ, ଛିଙ୍କ ହେଉଥିବା ଲୋକଙ୍କ ସହିତ ଆଲିଙ୍ଗନ କରିବା, ହାତ ମିଳାଇବାକୁ ବାରଣ କରାଯାଇଛି । ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବାକୁ ମନା କରାଯିବା ସହିତ ମଲ, ବଜାର, ଷ୍ଟେସନ, ମେଳା ଆଦି ସ୍ଥାନକୁ ମଧ୍ୟ ବାରଣ କରାଯାଇଛି । ଯେଉଁ ବ୍ୟକ୍ତିଙ୍କ ନିକଟରେ କାଶ, ଛିଙ୍କ ଆଦି ରୋଗର ଲକ୍ଷଣ ଦେଖିବାକୁ ମିଳୁଥିବା, ସେମାନଙ୍କ ଠାରୁ ଦୂରତା ଅବଲମ୍ବନ କରିବାକୁ ମଧ୍ୟ ଉକ୍ତ ଆଡଭାଇଜାରିରେ କୁହାଯାଇଛି । ସେହିପରି ନିଜ କର୍ମଚାରୀଙ୍କୁ ବର୍ତ୍ତମାନ ବିଦେଶ ପଠାଇବାକୁ ମନା କରିଛି ଡବ୍ଲ୍ୟୁଏଚଓ । ଏହି ସବୁ ନିୟମାବଳୀକୁ କାର୍ଯ୍ୟାଳୟରେ ଲାଗୁ କରିବାକୁ ଡବ୍ଲ୍ୟୁଏଚଓ କହିଥିବା ବେଳେ ନିଜ ଜୀବନକୁ ସୁରକ୍ଷିତ ରଖିବାକୁ ମଧ୍ୟ ସଚେତନ କରିଛି ।