ଡରାଉଛି କରୋନା : କାରଣ ଓ ଲକ୍ଷଣ ଜାଣି ସତର୍କ ରୁହନ୍ତୁ
Advertisement

ଡରାଉଛି କରୋନା : କାରଣ ଓ ଲକ୍ଷଣ ଜାଣି ସତର୍କ ରୁହନ୍ତୁ

ଚୀନରୁ ବିଭିନ୍ନ ଦେଶକୁ ବ୍ୟାପିଥିବା କରୋନା ଭାଇରସକୁ ନେଇ ସବୁଠି ଭୟର ବାତାବରଣ । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ଚୀନରୁ ବିଭିନ୍ନ ଦେଶକୁ ବ୍ୟାପିଥିବା କରୋନା ଭାଇରସକୁ ନେଇ ସବୁଠି ଭୟର ବାତାବରଣ । ଏହି ଭୂତାଣୁ ଦ୍ୱାରା ଚୀନରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି । ଦିନକୁ ଦିନ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ବଢୁଛି । ଚୀନ ସମେତ ଥାଇଲ୍ୟାଣ୍ତ, ତାଇୱାନ୍ ଓ ଆମେରିକା ଭଳି ୧୫ଟି ଦେଶରେ କରୋନା ଭାଇରସ ଲୋକଙ୍କୁ ଆତଙ୍କିତ କରିଛି । ଭାରତର ମୁମ୍ବାଇରେ କରୋନା ରୋଗୀ ଚିହ୍ନଟ ହୋଇ ସାରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO)ପକ୍ଷରୁ ଏନେଇ ସତର୍କତା ଜାରି କରାଯାଇଛି । ଦେଶର ବିଭିନ୍ନ ଏୟାରପୋର୍ଟରେ ଯାଞ୍ଚ କରାଯାଉଛି । ରାଜ୍ୟରେ ମଧ୍ୟ ପ୍ରମୁଖ ହସ୍ପିଟାଲ ବୁର୍ଲା, ଏସସିବି ଓ କ୍ୟାପିଟାଲ ହସପିଟାଲ ଗୁଡ଼ିକରେ କରୋନା ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ଼ର ବ୍ୟବସ୍ଥା କରାଯାଇଛି ।

କରୋନା ଭାଇରସ୍ ( Coronavirus)କ’ଣ ?

  1. କରୋନା ଇନଫ୍ଲୁଏଞ୍ଜା ଭଳି ଏକ ଭୂତାଣୁ । ଏହା ପଶୁଙ୍କ ଠାରୁ ବ୍ୟାପୁଥାଏ । ଓଟ, ବିରାଡ଼ି, ବାଦୁଡ଼ି, ଘୁଷୁରୀ ଓ ସାପ ସମେତ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଠାରୁ ଏହି ଭୂତାଣୁ ମଣିଷ ଶରୀରକୁ ବ୍ୟାପିଥାଏ ।
  2. ପଶୁଙ୍କ ଠାରୁ ମଣିଷ ଶରୀରକୁ ଆସୁଥିଲେ ମଧ୍ୟ ଏହା ମଣିଷ ଦେହରୁ ମଣିଷକୁ ସଂକ୍ରମଣ କରେ ।
  3. ରକ୍ତଚାପ କମିଯିବା ସହ ହାର୍ଟ, କିଡ଼ନୀ ଓ ଅନ୍ୟ ଅଙ୍ଗକୁ ଆକ୍ରମଣ କରେ । ସଂକ୍ରମଣ ଉତ୍କଟ ହେଲେ ରୋଗୀର ମୃତ୍ୟୁ ହୋଇଥାଏ ।

କରୋନା ଭାଇରସର ଲକ୍ଷଣ

୧। ଶ୍ୱାସ କ୍ରିୟାରେ ବାଧା ଉପୁଜିଥାଏ ।

୨। ସାଧାରଣ ଭାବେ ଥଣ୍ଡା ଓ ଜ୍ୱର ଦେଖାଯାଏ।

୩। ମୁଣ୍ଡ ବିନ୍ଧା, ଛିଙ୍କ, ଆଖି ଓ କାନରୁ ପାଣି ବୋହିଥାଏ ।

୪। ବାରମ୍ବାର କ୍ଲାନ୍ତି ଅନୁଭବ କରିବା

୫। ବାନ୍ତି ହେବା ।

୬। ତଣ୍ଟିରେ ଦରଜ ଅନୁଭବ ହେବା ।

 ସଂକ୍ରମଣରୁ ବର୍ତ୍ତିବେ କେମିତି ?

  • ହାତକୁ ଭଲ ଭାବରେ ସାବୁନରେ ଧୁଅନ୍ତୁ ।
  • ଛିଙ୍କ ପରେ ଆଖି ଓ ନାକକୁ ଭଲ ଭାବେ ପୋଛନ୍ତୁ । 
  • ମୁହଁକୁ ମାସ୍କରେ ଘୋଡ଼ାଇ ରଖନ୍ତୁ ।
  • କାଶ ଓ ଛିଙ୍କ ବେଳେ ରୁମାଲର ବ୍ୟବହାର କରନ୍ତୁ ।
  • ଅଧିକ ଦିନ ଥଣ୍ଡା, କାଶରେ ପୀଡ଼ିତ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।
  • ସେମାନଙ୍କ ବ୍ୟବହୃତ ସାମଗ୍ରୀ ଦ୍ୱିତୀୟ ଥର ବ୍ୟବହାର କରନ୍ତୁ ନାହିଁ ।
  • ଗୃହ ପାଳିତ ପଶୁ, ପକ୍ଷୀଙ୍କ ଠାରୁ ଦୂରେଇ ରୁହନ୍ତୁ ।
  • ଘରକୁ ପରିଷ୍କାର ରଖନ୍ତୁ ।
  • ସି’( Sea Food) ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।

ରାଜ୍ୟ ସରକାକଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି ହୋଇଥିବା ହେଲ୍ପ ଲାଇନ ନମ୍ବର:  ୦୬୭୪- ୨୩୯୦୪୬୬ ଓ ୯୪୩୯୯୯୪୮୫୭୭ ।