କୋଭିଡ19 ମୁକାବିଲା: ୨୦ ଲକ୍ଷ ଟୀକା ପ୍ରସ୍ତୁତ ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦାବି
Advertisement
Article Detail0/zeeodisha/odisha691825

କୋଭିଡ19 ମୁକାବିଲା: ୨୦ ଲକ୍ଷ ଟୀକା ପ୍ରସ୍ତୁତ ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦାବି

କୋରୋନା ମହାମାରୀର ମୁକାବିଲା ପାଇଁ ୨୦ ଲକ୍ଷ ଟୀକା ପ୍ରସ୍ତୁତ ହୋଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ | 

 କୋଭିଡ19 ମୁକାବିଲା: ୨୦ ଲକ୍ଷ ଟୀକା ପ୍ରସ୍ତୁତ ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦାବି

ୱାଶିଂଟନ: ଗୋଟିଏ ପଟେ ସମଗ୍ର ବିଶ୍ୱ  କୋରୋନା ବିରୁଦ୍ଧରେ ଲଢୁଥିବା ଏହି ମହାମାରୀର ମୁକାବିଲା ପାଇଁ ଟୀକା ପ୍ରସ୍ତୁତ ହୋଇ ସାରିଥିବା ନେଇ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ | କୋଭିଡ19 ଭ୍ୟାକସିନ ନିର୍ମାଣ କରିବା ଦିଗରେ ଆମକୁ ସଫଳତା ମିଳିଛି | ଖୁବଶୀଘ୍ର ଏହାର ବ୍ୟବହାର କରାଯିବ |   

କୋରୋନା ମହାମାରୀର ମୁକାବିଲାକୁ ନେଇ ପ୍ରସ୍ତୁତ ହୋଇଥିବା ଟୀକା ଉପରେ ଗତକାଲି ବୈଠକ ଅନୁଷ୍ଠିତ ହୋଇଥିବା ନେଇ ଜଣାଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ | କୋଭିଡ19 ଭ୍ୟାକସିନ ନିର୍ମାଣ କରିବା ଦିଗରେ ସକରାତ୍ମକ ଫଳାଫଳ ମିଳିଛି | ଏହାର ପରିବହନ ଉପରେ ପ୍ରସ୍ତୁତି ଚାଲିଛି | ଆମେରିକା ଏପର୍ଯ୍ୟନ୍ତ ୨୦ ଲକ୍ଷ ଟୀକା ନିର୍ମାଣ କରି ସାରିଥିବା ଜଣାଇଛନ୍ତି ଆମେରିକୀୟ ରାଷ୍ଟ୍ରମୁଖ୍ୟ | 

କୋଭିଡ19 ମୁକାବିଲା ନେଇ ନିର୍ମାଣ ହୋଇଥିବା ହୋଇଥିବା ଟୀକା ସୁରକ୍ଷିତ ସୁନିଶ୍ଚିତ ହେବା ପରେ ଏହାର ବ୍ୟବହାର କରାଯିବ | ବର୍ତ୍ତମାନ ବିଶ୍ୱରେ କୋରୋନା ଆକ୍ରାନ୍ତ ଦେଶଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି ବିଶ୍ୱର ସବୁଠି ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକା | ଏହି ଉତ୍ତର ଆମେରିକୀୟ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨ ମିଲିୟନରେ ପହଞ୍ଚିଛି |