ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପିନ୍ଧା ଶାଢ଼ୀକୁ ବେକରେ ଲଗାଇ ମହିଳା ଜଣକ ଆତ୍ମହତ୍ୟା କରୁଥିବା ସନ୍ଦେହ କରାଯାଉଛି
Trending Photos
)
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୁଣ୍ଡିଗୁଡ଼ା ଗାଁ ନିକଟରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପିନ୍ଧା ଶାଢ଼ୀକୁ ବେକରେ ଲଗାଇ ମହିଳା ଜଣକ ଆତ୍ମହତ୍ୟା କରୁଥିବା ସନ୍ଦେହ କରାଯାଉଛି । ମୃତ ମହିଳା ସ୍ଥାନୀୟ ଅଞ୍ଚଳର ନିରୂପମା ମାଝୀ ।
ସୂଚନା ମୁତାବକ, ସେ ୪ ବର୍ଷ ତଳେ କୋକସରା ବ୍ଳକ ବୋବରିଆ ଗାଁର ନରେନ୍ଦ୍ର ମାଝୀଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ଉଭୟଙ୍କ ମଧ୍ୟରେ ବହୁ ଦିନ ଧରି ଝଗଡ଼ା ଲାଗି ରହୁଥିଲା । ତେବେ କିଛି ଦିନ ତଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବାରୁ ନିରୂପମା ନିଜ ବାପଘରକୁ ଚାଲି ଆସିଥିଲେ । ପରେ ବୁଝାସୁଝା କରି ତାଙ୍କ ସ୍ୱାମୀ ତାଙ୍କୁ ଘରକୁ ନେଇ ଯାଇଥିଲେ । ତେବେ କିଛି ଦିନ ତଳେ ନିରୂପମାଙ୍କ ମା' ତାଙ୍କୁ ଦେଖିବାକୁ ଘରକୁ ଯାଇଥିବା ବେଳେ ସେ ସେଠାରେ ନଥିଲେ ।ଆଜି ହଠାତ୍ ତାଙ୍କ ମୃତ୍ୟୁ ଖବର ପାଇ ନିରୂପମାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଏନେଇ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡ଼ାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି ।