ଟ୍ୱିଟରରେ ମୁହାଁମୁହିଁ ହେଲେ IAS ଏବଂ IPS
Advertisement
Article Detail0/zeeodisha/odisha606776

ଟ୍ୱିଟରରେ ମୁହାଁମୁହିଁ ହେଲେ IAS ଏବଂ IPS

କାହିଁକି ଟ୍ୱିଟରରେ କଥା କଟାକଟି ହେଲେ IAS ଅବନୀଶ ଶରଣ ଏବଂ IPS ଡି. ରୂପା ?

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ ଅଧିକାରୀ ଅବନୀଶ ଶରଣ ଏବଂ ଚର୍ଚ୍ଚିତ ଆଇପିଏସ ଡି. ରୂପା ଟ୍ୱିଟରରେ ମୁହାଁମୁହିଁ । ଗୀତାର ଏକ ଶ୍ଳୋକକୁ ନେଇ ଉଭୟ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି । ଏପରିକି ସଂସ୍କୃତ ବିରୋଧରେ ଅବନୀଶ ଶରଣଙ୍କ ପୂର୍ବାଗ୍ରହ ବୋଲି କହିବାକୁ ପଛାଇନାହାଁନ୍ତି ଆଇପିଏସ ଡି. ରୂପା । 

ଏପରି ସାମନା ସାମନି ହୋଇଥିଲେ ଉଭୟେ । ଆଇପିଏସ ଡି. ରୂପା ଏକ ସଂସ୍କୃତ ଶ୍ଳୋକ ନିଜ ଟ୍ୱିଟରରେ ପୋଷ୍ଟ କରିଥିଲେ । ଏହି ଶ୍ଳୋକଟି ଭଗବତ ଗୀତାର ଅଂଶ ବିଶେଷ ଥିଲା । ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣ ଯେଉଁ ଉପଦେଶ ଦେଇଥିଲେ, ସେହି ସମୟର ଏକ ଶ୍ଳୋକକୁ ଡି. ରୂପା ଲେଖିଥିଲେ । ଏହା ଥିଲା...

ପରିତ୍ରାଣାୟ ସାଧୁନାଂ ବିନାଶୟ ଚ ଦୁଷ୍କୃତାମ୍, ଧର୍ମସଂସ୍ଥାପନାର୍ଥାୟ ସମ୍ଭବବାନି ୟୁଗେ ୟୁଗେ।

ତେବେ ଡି. ରୂପାଙ୍କ ଏହି ଟ୍ୱିଟ ଉପରେ ରିଟ୍ୱିଟ କରିଥିଲେ ଆଇଏଏସ ଅବନୀଶ ଶରଣ । ଆପଣଙ୍କ ପରି ବରିଷ୍ଠ ପୋଲିସ ଅଧିକାରୀଙ୍କ ଠାରୁ ଏହା ଆଶା କରାଯାଇ ନପାରେ ବୋଲି ଲେଖିଥିଲେ ଅବନୀଶ । 

fallback

ତେବେ ଏତିକିରେ ସରିନଥିଲା ପୁରା କାହାଣୀ । ଅବନୀଶ ଶରନଙ୍କ ରିଟ୍ୱିଟର ଉତ୍ତର ରଖିଥିଲେ ଡି. ରୂପା । ସଂସ୍କୃତ ବିରୋଧରେ ଅବନୀଶ ପୂର୍ବାଗ୍ରହ ଆପଣାଉଥିବା ଅଭିଯୋଗ କରିଥିଲେ ସେ । 

ଡି. ରୂପା ଲେଖିଥିଲେ, ''ଏହା ସଂସ୍କୃତ ବିରୋଧରେ ଆପଣଙ୍କ ପୂର୍ବାଗ୍ରହଙ୍କୁ ଦର୍ଶାଉଛି । ଏଠାରେ ଧର୍ମର ଉଦ୍ଦେଶ୍ୟ ଠିକ୍ ଲୋକ ସହ ଛିଡା ହେବା ବୁଝାଯାଏ । ସେଇଥିପାଇଁ ତ ଅନେକ ସ୍ଥାନରେ ପୋଲିସର ସିଦ୍ଧାନ୍ତ ଓ ଲୋଗୋ 'ଦୁଷ୍ଟ ଶିକ୍ଷକ, ଶିଷ୍ଟ ରକ୍ଷକ' ରହିଥାଏ । ସତ୍ୟମେବ ଜୟତେ।'' ତେବେ ଏହାର ଉତ୍ତର ଅବନୀଶ ଶରଣ ଆଉ ଦେଇନଥିବା ଦେଖିବାକୁ ମିଳିଛି । 

fallback

ଆପଣଙ୍କୁ କହିରଖୁଛୁ, ଡି. ରୂପା 'ଲେଡି ସିଙ୍ଘମ' ଭାବରେ ମଧ୍ୟ ବେଶ ଜଣାଶୁଣା । ଜୟଲଳିତାଙ୍କର ନିକଟତର AIDMKର ନେତ୍ରୀ ଶଶୀକଳାଙ୍କୁ ଜେଲ ମଧ୍ୟରେ ମିଳୁଥିବା ଭିଆଇପି ସୁବିଧାର ଖୁଲାସା କରିଥିଲେ ଡି. ରୂପା । ଏବେ ସେ ରେଲୱେରେ ଆଇଜିପି ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଅନ୍ୟପଟେ ଆଇଏଏସ ଅବନୀଶ ଶରଣ ନିଜ ଶାନ୍ତସ୍ୱଭାବ ପାଇଁ ବେଶ ଜଣାଶୁଣା । ସେ ଏବେ ଛତିଶଗଡ କବୀରଧାମ ଜିଲ୍ଲାର ଜିଲ୍ଲାପାଳ ଅଛନ୍ତି । 

ଆହୁରି ପଢନ୍ତୁ; 'ନିର୍ଭୟା' ଦୁଷ୍କର୍ମକାରୀର ଦାବି: 'ମୁଁ ରାଜକ୍ଷମା ଆବେଦନ କରିନାହିଁ'