୧୫ ବିଧାୟକଙ୍କ ପତ୍ତା କାଟିଲେ କେଜରିଓ୍ୱାଲ, ୭୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା
Advertisement

୧୫ ବିଧାୟକଙ୍କ ପତ୍ତା କାଟିଲେ କେଜରିଓ୍ୱାଲ, ୭୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା

ଆସନ୍ତା ମାସ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଦିଲ୍ଲୀରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ହୋଇ ଉଠିଛି। ଏନେଇ କଂଗ୍ରେସ, ବିଜେପି ଓ ଆମ ଆଦମୀ ପାର୍ଟି(ଆପ୍) ପକ୍ଷରୁ ସଜବାଜ ଆରମ୍ଭ ହୋଇଥିବା ବେଳେ, ଗୋଟିଏ ପାଦ ଆଗକୁ ଯାଇ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଆପ୍ । ଆମ ଆଦମୀ ପାର୍ଟି ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ୭୦ ଜଣଙ୍କ ନାଁ ଓ ଆସନ ଘୋଷଣା କରାଯାଇଛି ।  

୧୫ ବିଧାୟକଙ୍କ ପତ୍ତା କାଟିଲେ କେଜରିଓ୍ୱାଲ

ନୂଆଦିଲ୍ଲୀ: ଆସନ୍ତା ମାସ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଦିଲ୍ଲୀରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ହୋଇ ଉଠିଛି। ଏନେଇ କଂଗ୍ରେସ, ବିଜେପି ଓ ଆମ ଆଦମୀ ପାର୍ଟି(ଆପ୍) ପକ୍ଷରୁ ସଜବାଜ ଆରମ୍ଭ ହୋଇଥିବା ବେଳେ, ଗୋଟିଏ ପାଦ ଆଗକୁ ଯାଇ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଆପ୍ । ଆମ ଆଦମୀ ପାର୍ଟି ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ୭୦ ଜଣଙ୍କ ନାଁ ଓ ଆସନ ଘୋଷଣା କରାଯାଇଛି ।  

ଆପ ପକ୍ଷରୁ ନୂଆଦିଲ୍ଲୀ ବିଧାନସଭା ଆସନରୁ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରାର୍ଥୀ ହେବେ । ସେହିଭଳି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପତପଡ଼ଗଞ୍ଜ ଆସନରୁ ଲଢ଼ିବେ । ଦଳ ପକ୍ଷରୁ ଚଳିତ ଥର ୯ଜଣ ନୂଆ ମୁହଁକୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଆଯାଇଥିବା ବେଳେ, ୪୬ ଜଣ ଷ୍ଟାଣ୍ଡିଂ ବିଧାୟକଙ୍କ ସମେତ ସବୁ ମନ୍ତ୍ରୀଙ୍କୁ ପୁଣି ଥରେ ସୁଯୋଗ ଦିଆଯାଇଛି ।  

ସେପଟେ ୧୫ ଜଣ ବିଧାୟକଙ୍କ ଟିକେଟ କାଟିଛି ଦଳ । ସେହିଭଳି ଗତଥର ୬ ଜଣ ମହିଳା ପ୍ରାର୍ଥୀଙ୍କୁ ଆପ ସୁଯୋଗ ଦେଇଥିବା ବେଳେ, ଏଥର ୮ ଜଣ ମହିଳାପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ଘୋଷଣା କରିଥିବା ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ମଙ୍ଗୋଲପୁରୀ ଆସନରୁ ରାକ୍ଷୀ ବିଡ଼ଲାନ, ଶାଲିମାର ବାଗରୁ ବନ୍ଦନା କୁମାରୀ, କାଲକାଜୀରୁ ଆତିଶୀ, ଆରକେ ପୁରମରୁ ପ୍ରମିଳା ଟୋକସ, ରାଜୌରୀ ଗାର୍ଡେନରୁ ଧନଓ୍ୱନ୍ତି ଚନ୍ଦେଲା, ହରିନଗରରୁ ରାଜକୁମାରୀ ଢିଲ୍ଲୋ, ପାଲମ ଅଞ୍ଚଳରୁ ଭାଓ୍ୱନା ଗୌର, ରୋହତାସ ନଗରରୁ ସରିତା ସିଂଙ୍କୁ ପ୍ରାର୍ଥୀ କରିଛି ଦଳ।  

ସେହିପରି ଗତ ଲୋକସଭା ନିର୍ବାଚନରେ ପରାଜୟ ବରଣ କରିଥିବା ସାଂସଦ ପ୍ରାର୍ଥୀଙ୍କୁ ମଧ୍ୟ ଦଳ ସୁଯୋଗ ଦେଇଛି। ଚର୍ଚ୍ଚା ହେଉଥିଲା ଯେ, ପରାଜିତ ପ୍ରାର୍ଥୀଙ୍କୁ ଦଳ ପ୍ରାର୍ଥୀ କରିବ ନାହିଁ। ମାତ୍ର ଦିଲ୍ଲୀପ ପାଣ୍ଡେଙ୍କୁ ତିମାରପୁର ଆସନରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆତିଶଙ୍କୁ କାଲକାଜୀ ବିଧାନସଭାରୁ ପ୍ରାର୍ଥୀ କରାଯାଇଛି। ସେହିପରି ଦକ୍ଷିଣ ଦିଲ୍ଲୀ ଆସନରୁ ଲୋକସଭା ନିର୍ବାଚନ ଲଢିଥିବା ରାଘଓ୍ୱ ଚଡ୍ଡାଙ୍କୁ ରାଜେନ୍ଦ୍ର ନଗର ଆସନରୁ ପ୍ରାର୍ଥୀ କରାଯାଇଛି।  

ଟିକେଟ କଟିଥିବା ବିଧାୟକଙ୍କ ନାମ

ପଙ୍କଜ ପୁଷ୍କର(ତିମାରପୁର), ରାମଚନ୍ଦ୍ର(ବଓ୍ୱାନା), ସୁଖବୀର ଦଲାଲ(ମୁଣ୍ଡକା), ହଜାରୀଲାଲ ଚୌହାନ(ପଟେଲ ନଗର), ଜଗଦୀପ ସିଂ(ହରି ନଗର), ଆଦର୍ଶ ଶାସ୍ତ୍ରୀ(ଦ୍ୱାରକା), କମାଣ୍ଡୋ ସୁରେନ୍ଦ୍ର(ଦିଲ୍ଲୀ କ୍ୟାଣ୍ଟନମେଣ୍ଟ), ବିଜେନ୍ଦ୍ର ଗର୍ଗ(ରାଜେନ୍ଦ୍ର ନଗର), ଅବତାର ସିଂ(କାଲକାଜି), ନାରାୟଣ ଦତ୍ତ(ବଦରପୁର), ରାଜୁ ଧିଙ୍ଗାନା(ତ୍ରିଲୋକପୁର), ମନୋଜ କୁମାର(କୋଣ୍ଡାଲୀ), ହାଜି ଇସାରକ(ସିଲମପୁର), ଚୌଧୂରୀ ଫତେହ ସିଂ(ଗୋକୁଳପୁର) ଏବଂ ଅସୀମ ଅହମ୍ମଦ(ମଟିଆ ମହଲ)।