ଦିଲ୍ଲୀ ହିଂସା: ୨୪ ଘଣ୍ଟା ମଧ୍ୟରେ ୩ଥର ବୈଠକ ଡାକିଲେ ଶାହ
Advertisement
Article Detail0/zeeodisha/odisha646197

ଦିଲ୍ଲୀ ହିଂସା: ୨୪ ଘଣ୍ଟା ମଧ୍ୟରେ ୩ଥର ବୈଠକ ଡାକିଲେ ଶାହ

ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ, କଂଗ୍ରେସ ନେତା ସୁଭାଷ ଚୋପଡ଼ା, ବିଜେପି ନେତା ମନୋଜ ତିୱାରୀ ଇତ୍ୟାଦି ସାମିଲ ହୋଇଥିଲେ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ସିଏଏକୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୮କୁ ବୃର୍ଦ୍ଧି । ଏହି ହିଂସାକାଣ୍ଡରେ ୧୫୦ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।  ସୋମବାରଠୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ମଙ୍ଗଳବାର ମଧ୍ୟ ଜାରି ରହିଥିଲା । ଜାଫରାବାଦ, ମୌଜପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଏବେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଆଉ ସ୍ଥିତି ନିୟନ୍ତ୍ରଣ ପାଇଁ ୨୪ ଘଣ୍ଟା ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୩ଥର ସମୀକ୍ଷା କରିସାରିଲେଣି । 

ମଙ୍ଗଳବାର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ବୈଠକରେ ଆଇପିଏସ ଅଧିକାରୀ ଏସଏନ ଶ୍ରୀବାସ୍ତବ ଉପସ୍ଥିତ ଥିଲେ । ସ୍ୱତନ୍ତ୍ର ପୋଲିସ କମିଶନର ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ, କଂଗ୍ରେସ ନେତା ସୁଭାଷ ଚୋପଡ଼ା, ବିଜେପି ନେତା ମନୋଜ ତିୱାରୀ ଇତ୍ୟାଦି ସାମିଲ ହୋଇଥିଲେ । ଦିଲ୍ଲୀରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ବୈଠକରେ ସମୀକ୍ଷା କରିଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ । 

ସେପଟେ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଦିଲ୍ଲୀ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ସ୍ଥିତିର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ୟାବିନେଟ କମିଟିକୁ ଏହାର ରିପୋର୍ଟ ପ୍ରଦାନ କରିବେ ଡୋଭାଲ । ଗତକାଲି ବିଳମ୍ବିତ ରାତିରେ ଅଜିତ ଡୋଭାଲ ମଧ୍ୟ ସ୍ଥିତି ସମୀକ୍ଷା କରିଥିଲେ । ଉତ୍ତର-ପୂର୍ବ ଦିଲ୍ଲୀର ହିଂସା ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ପରଖିଥିଲେ ଡୋଭାଲ । ଏହାପୂର୍ବରୁ ଦିଲ୍ଲୀର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା । 

ଆହୁରି ପଢ଼ନ୍ତୁ; ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୧୮କୁ ବୃର୍ଦ୍ଧି