ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୧୮କୁ ବୃର୍ଦ୍ଧି
Advertisement
Article Detail0/zeeodisha/odisha646188

ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୧୮କୁ ବୃର୍ଦ୍ଧି

ବିଳମ୍ବିତ ରାତିରେ ହାଇକୋର୍ଟଙ୍କ ଶୁଣାଣି, ଦିଲ୍ଲୀ ପୋଲିସକୁ ଏପରି ନିର୍ଦ୍ଦେଶ ଦେଲେ ଅଦାଲତ...

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ସିଏଏକୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୮କୁ ବୃର୍ଦ୍ଧି । ଏହି ହିଂସାକାଣ୍ଡରେ ୧୫୦ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।  ସୋମବାରଠୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ମଙ୍ଗଳବାର ମଧ୍ୟ ଜାରି ରହିଥିଲା । ଜାଫରାବାଦ, ମୌଜପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଏବେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବିକ୍ଷୋଭକାରୀଙ୍କ ଉପରେ ତୀକ୍ଷଣ ନଜର ରଖିଛି ଦିଲ୍ଲୀ ପୋଲିସ । 

ସେପଟେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ମଙ୍ଗଳବାର ବିଳମ୍ବିତ ରାତିରେ ହାଇକୋର୍ଟ ବିଚାରପତି ଶୁଣାଣି କରିଥିଲେ । ରାତି ୧୨ଟା ୩୦ ମିନିଟ ସମୟରେ ବିଚାରପତିଙ୍କ ଘରେ ଏହି ଶୁଣାଣି ହୋଇଥିଲା । ଦିଲ୍ଲୀ ହାଇକୋର୍ଟ ଜଜ୍ ଏସ ମୁରଲୀ ଧର ଏବଂ ଅନୂପ ଭମଭାନୀ ଏହି ଶୁଣାଣି କରିଥିଲେ । ଦିଲ୍ଲୀ ହିଂସାରେ ଆହତ ହୋଇ ମୁସ୍ତଫାବାଦର ଏକ ନସିଂ ହୋମରେ ଭର୍ତ୍ତି ହୋଇଥିବା ଗୁରୁତରଙ୍କ ଆବଶ୍ୟକ ଚିକିତ୍ସା ପାଇଁ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିବାର ଆବଶ୍ୟକତା ରହିଛି । ତେଣୁ ସ୍ଥାନାନ୍ତର ସମୟରେ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ । 

ସେହିପରି ଏହାର ଷ୍ଟାଟସ ରିପୋର୍ଟ ବୁଧବାର ଅପରାହ୍ନ ୨ଟା ମଧ୍ୟରେ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଉତ୍ତର-ପୂର୍ବ ଦିଲ୍ଲୀରେ ଥିବା ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ । ଏଠାରେ ବୁଧବାର ସରକାରୀ ସ୍କୁଲ ବନ୍ଦ ରହିବ ବୋଲି ପୂର୍ବରୁ କହିସାରିଛନ୍ତି ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ । 

ଆହୁରି ପଢ଼ନ୍ତୁ; କାହାକୁ ମିଳିବ ଚତୁର୍ଥ ଆସନ ? ୩ ଦଳ ମଧ୍ୟରେ ଚାଲିଛି ଅଙ୍କକଷା