Advertisement
Article Detail0/zeeodisha/odisha692807
Zee OdishaOther Newsଦିଲ୍ଲୀରେ ପୁଣି ଭୂକମ୍ପ, ୬୦ ଦିନ ଭିତରେ ୧୨ଥର ଝଟକା

ଦିଲ୍ଲୀରେ ପୁଣି ଭୂକମ୍ପ, ୬୦ ଦିନ ଭିତରେ ୧୨ଥର ଝଟକା

କେନ୍ଦ୍ରୀୟ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ପୁଣି ଥରେ ଭୂକମ୍ପର ଝଟକା। ସୋମବାର ଦିନ ପ୍ରାୟ ସାଢେ ୧୧ଟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ପ୍ରାୟ ୧।୮ ରହିଥିବା ସୂଚନା ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଛାରାରେ ରହିଥିବା ସୂଚନା ରହିଛି।  ଦିଲ୍ଲୀର ସହିତ ଦିଲ୍ଲୀ ଏନସିଆର ଅଞ୍ଚଳରେ ମଧ୍ୟ ଏହି ଭୂକ

ଦିଲ୍ଲୀରେ ପୁଣି ଭୂକମ୍ପ, ୬୦ ଦିନ ଭିତରେ ୧୨ଥର ଝଟକା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ପୁଣି ଥରେ ଭୂକମ୍ପର ଝଟକା। ସୋମବାର ଦିନ ପ୍ରାୟ ସାଢେ ୧୧ଟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ପ୍ରାୟ ୧।୮ ରହିଥିବା ସୂଚନା ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଛାରାରେ ରହିଥିବା ସୂଚନା ରହିଛି। 

ଦିଲ୍ଲୀର ସହିତ ଦିଲ୍ଲୀ ଏନସିଆର ଅଞ୍ଚଳରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ସୂଚନା ଯୋଗ୍ୟ ବିଗତ ଦୁଇ ମାସ ମଧ୍ୟରେ ପ୍ରାୟ ୧୨ ଥର ଭୂକମ୍ପ ଝଟକା ଦିଲ୍ଲୀକୁ ଲାଗି ସାରିଲାଣି। ଦିଲ୍ଲୀ ଓ ଦିଲ୍ଲୀ-ଏନସିଆର ଅଞ୍ଚଳରେ ବୁଧବାର ମଧ୍ୟ ଏହି ଭୂକମ୍ପ ଝଟକା ଲାଗିଥିଲା। ସେପଟେ ବାରମ୍ବାର ଏହି ଝଟକା ଆସୁଥିବା ନେଇ ବିଶେଷଜ୍ଞମାନେ କହିଛନ୍ତି କି, ଆଗାମୀ ଦିନରେ ଏହା ଦିଲ୍ଲୀ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ରାଷ୍ଟ୍ରୀୟ ଭୁମିକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ, ଦିଲ୍ଲୀ ଏନସିଆରରେ ଏପ୍ରିଲ ୧୨,୧୩ ଓ ୧୬ ତାରିଖରେ ମଧ୍ୟ ଭୁମିକମ୍ପ ଅନୁଭୂତ ହୋଇଥିଲା। 

ସେହିପରି ମଇ ୩୦ ତାରିଖରେ ମଧ୍ୟରେ ଭୁକମ୍ପର ଝଟକା ଲାଗିଥିବା ବେଳେ ମେ ୬,୧୦,୧୫ ଓ ୨୮  ତାରିଖରେ ମଧ୍ୟ ଭୁକମ୍ପ ଅନୁଭୂତ ହୋଇଥିଲା। ତେବେ ଗତ ୨୯ ତାରିଖରେ ମଧ୍ୟ ଗୋଟିଏ ଦିନରେ ଦୁଇଥର ମୃଦ୍ୟୁ ଭୂକମ୍ପ ଅନୁଭୂତ ହୋଇଥିଲା। ସେହିପରି ଭୁକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ, ଦିଲ୍ଲୀ ସମେତ, ରାଜସ୍ଥାନ, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ମଧ୍ୟ ଭୂକମ୍ପର ଅନୁଭୁତ ହୋଇଛି। ରାଜସ୍ଥାନରେ ଥରେ, ଉତ୍ତରାଖଣ୍ଡରେ ୪ଥର ଓ ହିମାଚଳ ପ୍ରଦେଶରେ ୬ ଥର ଅନୁଭୂତି ହୋଇଥିଲା। 

Add Zee News as a Preferred Source

 

About the Author