ଜାମିଆ ହିଂସାକାଣ୍ଡ ଘଟଣାରେ ୧୦ ଗିରଫ, ସମସ୍ତେ ଅପରାଧିକ ପୃଷ୍ଠଭୂମିର
Advertisement
Article Detail0/zeeodisha/odisha611174

ଜାମିଆ ହିଂସାକାଣ୍ଡ ଘଟଣାରେ ୧୦ ଗିରଫ, ସମସ୍ତେ ଅପରାଧିକ ପୃଷ୍ଠଭୂମିର

ଜାମିଆ ହିଂସାକାଣ୍ଡ ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ତେବେ ଏମାନଙ୍କ ମଧ୍ୟରେ କୌଣସି ଛାତ୍ରଛାତ୍ରୀ ନାହାଁନ୍ତି । ଯେଉଁମାନେ ବି ଗିରଫ ହୋଇଛନ୍ତି, ସେମାନେ ସମସ୍ତେ ଅପରାଧିକ ପୃଷ୍ଠଭୂମୀର ବୋଲି ଜଣାପଡିଛି । ଅର୍ଥାତ ପୂର୍ବରୁ ଏମାମେ ଅନ୍ୟାନ୍ୟ ଅପରାଧରେ ସମ୍ପୃକ୍ତ ରହିଥିଲେ । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଜାମିଆ ହିଂସାକାଣ୍ଡ ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ତେବେ ଏମାନଙ୍କ ମଧ୍ୟରେ କୌଣସି ଛାତ୍ରଛାତ୍ରୀ ନାହାଁନ୍ତି । ଯେଉଁମାନେ ବି ଗିରଫ ହୋଇଛନ୍ତି, ସେମାନେ ସମସ୍ତେ ଅପରାଧିକ ପୃଷ୍ଠଭୂମୀର ବୋଲି ଜଣାପଡିଛି । ଅର୍ଥାତ ପୂର୍ବରୁ ଏମାମେ ଅନ୍ୟାନ୍ୟ ଅପରାଧରେ ସମ୍ପୃକ୍ତ ରହିଥିଲେ । 

ରବିବାର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଦିଲ୍ଲୀ ପୁଲିସ୍‌ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ନାଗରିକତା ସଂଶୋଧନ ଆଇନକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ । ଏପରିକି ବସ ଓ ବାଇକ ମଧ୍ୟ ପୋଡାଜଳା କରିଥିଲେ । ତେବେ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ମାତ୍ରାଧିକ ଶକ୍ତି ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା । ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ ଭିତରେ ପଶି ଛାତ୍ରଙ୍କ ଉପରେ ଲାଠି ଚାର୍ଜ କରିବା ଘଟଣାକୁ ସହଜରେ ଗ୍ରହଣ କରାଯାଇପରାରୁନି । ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି ।

ତେବେ ଏହାରି ଭିତରେ ଅନ୍ୟ ଏକ ଖବର ମଧ୍ୟ ସାମ୍ନାକୁ ଆସୁଛି । ଏହି ବିଶ୍ୱ ବିଦ୍ୟାଳୟରେ ବହୁ ନକଲି କାର୍ଡଧାରୀ ଛାତ୍ରଛାତ୍ରୀ ରହିଥିବା ଜଣାପଡିଛି । ଅର୍ଥାତ ଅଣଛାତ୍ରଙ୍କ କବଳରେ ଏହି ବିଶ୍ୱ ବିଦ୍ୟାଳୟ । ଯେଉଁ ୧୦ ଗିରଫ ହୋଇଛନ୍ତି, ସମସ୍ତେ ଅପରାଧିକ ପୃଷ୍ଠଭୂମିର । ହିଂସାକାଣ୍ଡ ବେଳେ ବସ ଓ ବାଇକ ପୋଡାରେ ଏମାନଙ୍କ ସମ୍ପୃକ୍ତି ରହିଥିଲା । 

ଅନ୍ୟପଟେ ଏହି ଘଟଣାରେ ଛାତ୍ରଛାତ୍ରୀଙ୍କୁ ବି କ୍ଲିନଚିଟ ଦେଇନି ପୋଲିସ । ଦିଲ୍ଲୀ ପୋଲିସ କହିଛି, ଏବେ ତଦନ୍ତ ଚାଲିଛି । ଯଦିଓ ଆମେ କୌଣସି ଛାତ୍ରଛାତ୍ରୀଙ୍କୁ ଗିରଫ କରିନାହୁଁ, ତେବେ କ୍ଲିନଚିଟ ବି ଦେଇନାହୁଁ । ସେହିପରି ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବୟାନ ମଧ୍ୟ ଉଲ୍ଲେଖ ଯୋଗ୍ୟ । ହିଂସା କିଏ ଭିଆଉଛି, ପୋଷାକରୁ ତାହା ଜଣାପଡୁଛି ବୋଲି କହିଥିଲେ  ପ୍ରଧାନମନ୍ତ୍ରୀ । ଅର୍ଥାତ ସାଧାରଣ ଲୋକଙ୍କ ନାଁ ନେଇ କିଛି ମୁଷ୍ଟିମେୟ ସଙ୍ଗଠନ, ରାଜନୈତିକ ଦଳ ଆଡକୁ ମୋଦି ଇଙ୍ଗିତ କରିଥିଲେ । 

ଆହୁରି ପଢନ୍ତୁ; ଈଶ୍ୱରଙ୍କ ଶରଣ ନେବାର ସମୟ ଆସିଛି !