୨୨ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା, ଦିଲ୍ଲୀରେ ତାପମାତ୍ରା ୫.୮
Advertisement

୨୨ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା, ଦିଲ୍ଲୀରେ ତାପମାତ୍ରା ୫.୮

ଏହି ଥଣ୍ଡା ଦିଲ୍ଲୀ ଏନସିଆର, ନୋଏଡ଼ା, ଗାଜିଆବାଦ, ଫରିଦାବାଦ, ଏବଂ ଗୁରୁଗ୍ରାମ ଅଞ୍ଚଳରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି ।

୨୨ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା, ଦିଲ୍ଲୀରେ ତାପମାତ୍ରା ୫.୮

 

ନୂଆଦିଲ୍ଲୀ: ବିଗତ ୨୨ ବର୍ଷର ରେକର୍ଡ ଭାଙ୍ଗିଛି ନୂଆଦିଲ୍ଲୀ । ପ୍ରବଳ ଥଣ୍ଡାରେ ଥରୁଛି ଦିଲ୍ଲୀ । ତାପମାତ୍ରା  ୫ଡିଗ୍ରୀ ରହୁଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ତାପମାତ୍ରା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । କେବଳ ଦିଲ୍ଲୀ ନୁହେଁ ଏହି ଥଣ୍ଡା ଦିଲ୍ଲୀ ଏନସିଆର, ନୋଏଡ଼ା, ଗାଜିଆବାଦ, ଫରିଦାବାଦ, ଏବଂ ଗୁରୁଗ୍ରାମ ଅଞ୍ଚଳରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି ।

ଆଗାମୀ ଦିନ ମଧ୍ୟରେ ତାପମାତ୍ରା ୪ ଡିଗ୍ରୀରୁ ବି କମ ଖସି ଯିବାର ସମ୍ଭାବନା ରହିଛି । ଆସନ୍ତା ୨୮ ରୁ  ୩୦ ତାରିଖ ମଧ୍ୟରେ ତାପମାତ୍ରା ୪କିମ୍ବା ତାହା ଠାରୁ ମଧ୍ୟ କମ ରହିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବୁଧବାର ସର୍ବାଧିକ ତାପମାତ୍ରା ୧୪ଡିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ କରାଯାଇଛି ।
ତାରିଖ ତାପମାତ୍ରା
୨୬ ଡିସେମ୍ବର ୫.୬
୨୭ ଡିସେମ୍ବର ୫.୦
୨୮ ଡିସେମ୍ବର ୪.୦
୨୯ ଡିସେମ୍ବର ୪.୦
୩୦ ଡିସେମ୍ବର ୪.୦

ପାଣିପାଗ ବିଭାଗ ଆହୁରି ମଧ୍ୟ ସୂଚନା ଦେଇଛି କି, ସକାଳ ଏବଂ ସନ୍ଧ୍ୟାରେ ଘନ କୁହୁଡ଼ି ମଧ୍ୟ ରହିବ । ଯାତାୟତ ଗୁରୁତର ଭାବେ ପ୍ରଭାବିତ ହେବ । ପାଣିପାଗ ବିଭାଗର ବୈଜ୍ଞାନିକ ମାନେ କହିଛନ୍ତି ପ୍ରବଳ ଶୀତ କାରଣରୁ ସକାଳ ଏବଂ ସନ୍ଧ୍ୟାରେ ଘନ କୁହୁଡ଼ି ରହିବ । ଯାତାୟତ ବ୍ୟାପକ ଭାବେ ପ୍ରଭାବିତ ହେବ । ଟ୍ରେନ ଏବଂ ବିମାନ ଚଳାଚଳରେ ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି ।

କେନ୍ଦ୍ରୀୟ ରାଜଧାନୀରେ ଶୀତ ସହିତ ବାୟୁ ମଣ୍ଡଳ ମଧ୍ୟ ଖରାପ ରହିବ । ବାୟୁ ଗୁଣବତ୍ତା ସୁଚକାଙ୍କ ଅନୁଯାୟୀ ଏହାର ମାନ ଅତ୍ୟନ୍ତ ଖରାପ ରହିବ ବୋଲି ଜଣାପଡ଼ିଛି । ଏହି ସୁଚକାଙ୍କ ଅନୁଯାୟୀ ଗୁରୁବାର ଦିଲ୍ଲୀର ବାୟୁମଣ୍ଡଳର ସୁଚକାଙ୍କ ମାନ ୨୫୮ ରହିଥିବା ଜଣାପଡ଼ିଛି ।