Advertisement
Article Detail0/zeeodisha/odisha696231
Zee OdishaOther Newsମୁଖ୍ୟମନ୍ତ୍ରୀ ଶିବରାଜଙ୍କ ଏଡିଟିଂ ଭିଡିଓ ସେୟାର କରି ବିବାଦରେ ଦିଗବିଜୟ

ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ଏଡିଟିଂ ଭିଡିଓ ସେୟାର କରି ବିବାଦରେ ଦିଗବିଜୟ

ଏକ ଏଡିଟିଂ ଭିଡିଓକୁ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିବାକୁ ନେଇ ବିବାଦ ଘେରକୁ ଚାଲିଯାଇଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂହ |     

ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ଏଡିଟିଂ ଭିଡିଓ ସେୟାର କରି ବିବାଦରେ ଦିଗବିଜୟ

ଭୋପାଲ: ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗବିଜୟ ସିଂହ ସଦ୍ୟ ଏକ ବିବାଦରେ ଫସିଯାଇଛନ୍ତି | ମଦ ଉପରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଦେଇଥିବା ଏକ ପୁରୁଣା ମନ୍ତବ୍ୟର ଭିଡିଓକୁ ଏଡିଟ (video edit)କରି ଏହାକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଅପଲୋଡ କରିବା ସହ ଏହି ଘଟଣାର ତଦନ୍ତ କରିବାକୁ ଦାବି କରିବା ପରେ ଚର୍ଚ୍ଚାର ପରିସରକୁ ଆସି ଯାଇଛନ୍ତି ସେ |

ଏ ମାମଲାରେ ମଧ୍ୟ ପ୍ରଦେଶ ପୋଲିସ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ବିରୁଦ୍ଧରେ ଏକ କେସ ରୁଜ୍ଜୁ କରିଛି | କଂଗ୍ରେସର ଏହି ପୁରୁଖା ନେତାଙ୍କ ବିରୁଦ୍ଧରେ ମଧ୍ୟପ୍ରଦେଶ ରାଜ୍ୟ ବିଜେପି ଶାଖା ପକ୍ଷରୁ ଜୁନ ୧୪ ତାରିଖ ରବିବାର ପୋଲିସରେ ଅଭିଯୋଗ କରାଯାଇଥିଲା | ଶିବରାଜଙ୍କ ସରକାରରେ ପୂର୍ବରୁ ମନ୍ତ୍ରୀ ଥିବା ଉମାଶଙ୍କର ଗୁପ୍ତାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜଧାନୀ ଭୋପାଳସ୍ଥିତ କ୍ରାଇମବ୍ରାଞ୍ଚ ଶାଖାରେ ଏନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ |      

ଦଳ ପକ୍ଷରୁ କରାଯାଇଥିବା ଅଭିଯୋଗରେ ବିଜେପି ପକ୍ଷରୁ କୁହାଯାଇଛି ଚଳିତବର୍ଷ ପ୍ରାରମ୍ଭରେ ରାଜ୍ୟରେ କ୍ଷମତାସୀନ ଥିବା କମଲନାଥଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାରଙ୍କ ଅବକାରୀ ନୀତିକୁ ବିରୋଧ କରି ଜାନୁଆରୀ ୧୨ ତାରିଖରେ ନିଜର ମତାମତ ରଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ | ରାଜ୍ୟରେ ଗ୍ରାମାଞ୍ଚଳରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ତତ୍କାଳୀନ କମଲନାଥ ସରକାର |         

Add Zee News as a Preferred Source

ମୋଟ ୨ମିନିଟ ୧୯ ସେକେଣ୍ଡ ଅବଧି ବିଶିଷ୍ଟ ଏହି ଭିଡିଓକୁ ଏଡିଟି(video edit) କରାଯିବା ସହ ଏହାର ୯ ସେକେଣ୍ଡ ଅବଧିକୁ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଥିଲେ ଦିଗବିଜୟ ସିଂହ | ଏହା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଛବିକୁ ସେ ମଳିନ କରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ଆଣିଛି ବିଜେପି |    

ଦିଗବିଜୟ ସିଂହଙ୍କ ପକ୍ଷରୁ ଟ୍ୱିଟର ହ୍ୟାଣ୍ଡେଲରେ ଅପଲୋଡ କରାଯାଇଥିବା ଭିଡିଓରେ କୁହାଯାଇଛି, 'ଲକଡାଉନ ବେଳେ ମନ୍ଦିର ଏବଂ ଧର୍ମାନୁଷ୍ଠାନ ବନ୍ଦ ରହିଛି | ମାତ୍ର ମଦ ଦୋକାନ ଖୋଲାରହିଛି | ବାଃ ଅଙ୍କଲ ବାଃ | ଯଥାସମ୍ଭବ ସେମାନଙ୍କୁ ପିଇବାକୁ ଦିଅନ୍ତୁ | '

ଏ ଘଟଣାରେ ମଧ୍ୟ ପ୍ରଦେଶ ପୋଲିସର କହିବା ଅନୁସାରେ ସୋସିଆଲ ମିଡିଆ ମନିଟରିଂ ସେଲ ଆଇଟି ଆକ୍ଟର ବିଭିନ୍ନ ବିଭାଗ ଅଧିନରେ ଭିଡିଓ ଏଡିଟିଂ(video editing) କରିଥିବା ବ୍ୟକ୍ତିଙ୍କ ବିରୋଧରେ  ମାମଲା ରୁଜ୍ଜୁ କରାଯାଇଛି |