ଫେସବୁକ ଲାଇଭ କରି ଚର୍ଚ୍ଚାରେ ଡାକ୍ତର
Advertisement

ଫେସବୁକ ଲାଇଭ କରି ଚର୍ଚ୍ଚାରେ ଡାକ୍ତର

ଫେସବୁକ୍‌ ଜରିଆରେ ଲାଇଭ୍‌ କରି ଜଣେ ରୋଗୀଙ୍କ ମସ୍ତିଷ୍କ ସର୍ଜରୀ କରିବା ଖବର ତାଙ୍କୁ ଚର୍ଚ୍ଚାର ପରିସର କୁ ଆଣିଛି ।

 ଫେସବୁକ ଲାଇଭ କରି ଚର୍ଚ୍ଚାରେ ଡାକ୍ତର

ନୂଆଦିଲ୍ଲୀ: ସାମାଜିକ କ୍ଷେତ୍ରରେ ଯୋଗାଯୋଗର ଏକ ସରଳ ମାଧ୍ୟମ ପାଲଟିଛି ସୋସିଆଲ ମିଡ଼ିଆ । ଫେସବୁକ ଲୋକଙ୍କ ମଧ୍ୟରେ ଅଧିକ ମାତ୍ରାରେ  ଗ୍ରହଣୀୟ ହୋଇଛି । ଫେସବୁକ ଲାଇଭ ଫିଚର  ଜରିଆରେ କୋଟି କୋଟି ଲୋକଙ୍କ ପାଖରେ ଆପଣ ନିଜ କଥା ପହଞ୍ଚାଇପାରିବେ । ସେହିପରି ଫେସବୁକ ଲାଇଭ କରି ଜଣେ ଡାକ୍ତର ଚର୍ଚ୍ଚାର ପରିସରକୁ ଆସଛନ୍ତି । ଫେସବୁକ୍‌ ଜରିଆରେ ଲାଇଭ୍‌ କରି ଜଣେ ରୋଗୀଙ୍କ ମସ୍ତିଷ୍କ ସର୍ଜରୀ କରିବା ଖବର ତାଙ୍କୁ ଚର୍ଚ୍ଚାର ପରିସର କୁ ଆଣିଛି ।

ସୂଚନା ଅନୁସାରେ, ଆମେରିକାରେ ଥିବା ଡାକ୍ତରଖାନାରେ ଏହି ଘଟଣା ଘଟିଛି  । ଜିନା ସ୍କ୍ରେଡଙ୍କର ମସ୍ତିସ୍କ ସହ ଜଡିତ ଏକ ସମସ୍ୟା ଥିଲା । ଯାହା ଫଳରେ ତାଙ୍କୁ କଥା ହବାରେ ଅସୁବିଧା ହେଉଥିଲା ।  ତାଙ୍କର ମସ୍ତିଷ୍କ ସ୍କାନ ପରେ  ରକ୍ତ ବାହିକା ରେ ସମସ୍ୟା ଥିବା କଥା  ଜଣାପଡିଥିଲା । ଯାହା ଫଳରେ  ଡାକ୍ତର ତାଙ୍କୁ ସର୍ଜରୀ ପାଇଁ କହିଥିଲେ । ପ୍ରାୟ ୪୫ମିନିଟ୍‌ ତାଙ୍କର ସର୍ଜରୀ କରାଯାଇଥିଲା  । ସର୍ଜରୀ ସମୟରେ  ଡାକ୍ତର ଜିନାଙ୍କୁ କଥା ହେବ ଲାଗି କହିଥିଲେ ।  ଯାହା ଅତ୍ୟନ୍ତ ଜରୁରୀ ଥିଲା ।

ସର୍ଜରୀ ସମୟରେ ଲାଇଭ୍‌ ଭିଡିଓ କରିବା ପାଇଁ ଜିନା ଡାକ୍ତରଙ୍କୁ କହିଥିଲେ । ଜିନାଙ୍କ ଇଚ୍ଛାକୁ ସମ୍ମାନ ଦେଇଥିଲେ  ଭାରତୀୟ ବଂଶୋଦ୍ଭବ ଡାକ୍ତର । ଏପର୍ଯ୍ୟନ୍ତ ଭିଡ଼ିଓକୁ ୨୩ ହଜାର ଲୋକେ ଦେଖିଥିବା ବେଳେ ହଜାର ହଜାର ଲୋକେ ଏହାକୁ ସେୟାର କରିଛନ୍ତି ।