ଭୁବନେଶ୍ୱର: ସଜନା ଗଛରେ ଔଷଧୀୟ ଗୁଣ ଭରପୁର ମାତ୍ର ରେ ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର। ଏହାକୁ ଭାରତରେ ଘରେ ଘରେ ସୁପର ଫୁଡ ରୂପେ ବ୍ୟବହାର କରାଯାଉଥିବା ବେଳେ ବିଦେଶରେ ମଧ୍ୟ ଏହାର ଡାଳ, ପତ୍ର ଏବଂ ଛୁଇଁକୁ ନେଇ ଔଷଧ ପ୍ରସ୍ତୁତ କରାଯାଏ। ସଜନା ଛୁଇଁ ମଧୁର, କଷାୟ ରସଯୁକ୍ତ, କଫ, ପିତ, କୁଷ୍ଠଓ ଶ୍ୱାସ ରୋଗରୁ ମୁକ୍ତି ଦେଇଥାଏ। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ଔଷଧୀୟ ଗୁଣ ସମ୍ପର୍କରେ।
- ସଜନା ଛୁଇଁରେ ବହୁ ପ୍ରକାରର ଭିଟାମିନ ରହିଛି। ସଜନା ଛୁଇଁ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।ସଜନା ପତ୍ର ଶାଗ ଖାଇଲେ ବା ରସ ପାନ କଲେ ରକ୍ତ ଚାପ ନିବାରିତ ହୁଏ ।
- ସଜନା ପତ୍ରକୁ ଗାଈ ମୂତ୍ରରେ ବାଟି ଯାଦୁରେ ଲଗାଇଲେ ଭଲ ହୋଇଯାଏ ।
- ସଜନା ଛେଲିକୁ ବାଟି କିମ୍ବା ସଜନା ଅଠାରେ ଚିନି ମିଶାଇ ବଥ , ବାର ମୂଳିଆ, କାସ, ଗୋଲି ଏବଂ ଯାଦୁରେ ଲଗାଇଲେ ତାହା ଭଲ ହୋଇଯାଏ
- ସଜନା ଗଛ ଛାଲି ରସରେ ଲୁଣ ମିଶାଇ ଦିନକୁ ୩ ଥର ଭାତୁଡି ଉପରେ ଲଗାଇଲେ ତାହା ଭଲ ହୋଇଯାଏ ।
- ସଜନା ପତ୍ର ରସରେ ଲୁଣ ମିଶାଇ ଶୁଙ୍ଘିଲେ ଉହାଜ୍ୱର ଛାଡିଯାଏ ।
- ସଜନା ପତ୍ର ରସରେ ଲୁଣ ମିଶାଇ ଲଗାଇଲେ ଯାଦୁ , କନ୍ଦା ପ୍ରଭୃତି ଭଲ ହୋଇଯାଏ ।
- ସଜନା ଗଛ ମୂଳ ଛାଲିକୁ ବାଟି ସେଥିରେ ଅଳ୍ପ ଲୁଣ ମିଶାଇ ଶିଶୁମାନଙ୍କ ମୁଣ୍ଡରେ ହୋଇଥିବା ବଡ ଘା' ଲଗାଇଲେ ତାହା ଶୀଘ୍ର ଭଲ ହୋଇଯାଏ ।
- ସଜାନ ଛେଲି ସୋରିଷ ତେଲ ସହିତ ଏକତ୍ର ବାଟି ସେବନ କରିବେ। ତା ପରେ ଗରମ ପାଣି ପିଇଲେ ପେଟର ବାୟୁ, ଅଜୀର୍ଣ୍ଣ, ଅଗ୍ନମାନ୍ଧ୍ୟ, କୃମି, ମେଦ ବୃଦ୍ଧି ଆଦି ରୋଗ ଭଲ ହୋଇଥାଏ ।
- ସଜନା ଛୁଇଁରେ ଥିବା ଅଷ୍ଟିଓ ପୋରେସିସ ଏବଂ ଅଷ୍ଟିଓ ଆର୍ଥିଟିସ ହାଡ ଶକ୍ତ କରିବାରେ ସାହାଯ୍ୟ କରିଥାଏ । ସଜନା ଛୁଇଁରେ ମଧ୍ୟ ପ୍ରଚୁର ପରିମାଣର ଆଇରନ ଏବଂ କ୍ୟାଲସିୟମ ରହିଛି ଯାହା ମାନବ ଶରୀରରେ ହାଡ ଶକ୍ତ କରିବାରେ ଉପକାରୀ । ତେଣୁ ସଜନା ଛୁଇଁ ଖାଇବା ଦ୍ୱାରା ଏହା ହାଡ ଶକ୍ତ କରିବାରେ ସାହାଯ୍ୟ କରିଥାଏ ।
- ସଜନା ଛୁଇଁରେ ଭିଟାମିନ ବି, ଥାୟାମାଇନ, ରିବୋଫ୍ଲାଭିନ, ନାୟାସିନ ଶରୀରର ତ୍ୱଚା ଏବଂ କେଶ ଭଲ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଫଲିକ ଏସିଡ ଗର୍ଭବତୀ ମହିଳାମାନଙ୍କ ପାଇଁ ଖୁବ ଭଲ । ସଜନା ଛୁଇଁରେ ଥିବା ଭିଟାମିନ ଏ ମଧ୍ୟ ଆଖି ଏବଂ ତ୍ୱଚା ପାଇଁ ଖୁବ ଭଲ।