ଯାଜପୁରରେ ଚାଲିଥିଲା ନକଲି ଅଟା କାରଖାନା, ନାମୀଦାମୀ କମ୍ପାନୀ ଜରି ଆଣି ଚଲାଇଥିଲେ ବେପାର
Advertisement

ଯାଜପୁରରେ ଚାଲିଥିଲା ନକଲି ଅଟା କାରଖାନା, ନାମୀଦାମୀ କମ୍ପାନୀ ଜରି ଆଣି ଚଲାଇଥିଲେ ବେପାର

ଯାଜପୁରରେ ନକଲି ଅଟା କାରଖାନାକୁ ଠାବ କଲା ପୋଲିସ 

ଯାଜପୁରରେ ଚାଲିଥିଲା ନକଲି ଅଟା କାରଖାନା, ନାମୀଦାମୀ କମ୍ପାନୀ ଜରି ଆଣି ଚଲାଇଥିଲେ ବେପାର

ସନ୍ଦିପ୍ତ ରାୟ, ଯାଜପୁର: ଯାଜପୁରରେ ନକଲି ଅଟା କାରଖାନାକୁ ଠାବ କଲା ପୋଲିସ । ସେଠାରୁ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀର ଅଟା ତିଆରି ଜରି, ମେସିନ, ଗହମ ଆଦି ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି । ଏହି ଘଟଣାରେ ଯାଜପୁର ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କେଶବ ଚନ୍ଦ୍ର ପାଣି । ଯାଜପୁର ଥାନା ଦେବୀଦ୍ୱାର ଅଞ୍ଚଳରେ କେଶବ ନିଜର ଅଟାକଳ ନିର୍ମାମ କରି ନକଲି ଅଟା ତିଆରି କରୁଥିଲେ ।  ନିଜର ଅଟାକଳରେ ଗହମ ପେଶାଇ ବିଭିନ୍ନ ନାମୀଦାମୀ କମ୍ପାନୀର ଜରି ଆଣି ସେଥିରେ ସାଧାରଣ ଅଟାକୁ ପ୍ୟାକିଂ କରି ବଜାରକୁ ଛାଡୁଥିଲେ । 

fallback

ଏ ନେଇ ପରିବାର ଅଟା କମ୍ପାନୀ ପ୍ରଥମେ କଲିକତାର ଏକ ଘରୋଇ ଡିଟେକଟିଭ କମ୍ପାନୀର ସହାୟତା ନେଇଥିଲେ । ଉକ୍ତ କମ୍ପାନୀ ଅନୁସନ୍ଧାନ କରି ଜାଣିବା ପରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ହେବା ପରେ ଯାଜପୁର ପୋଲିସ ଆଜି ଉକ୍ତ ଅଟାକଳ ଉପରେ ଚଢ଼ାଉ କରିଥିଲା । ସେଠାରୁ ଅଟା ପ୍ୟାକେଟ ସହିତ ପ୍ୟାକିଂ ପାଇଁ ଆବଶ୍ୟକ ବିଭିନ୍ନ ସାମଗ୍ରୀ ଜବତ ମଧ୍ୟ କରିଥିଲା । ପୋଲିସ ଅଭିଯୁକ୍ତ କେଶବକୁ ଆଜି ଗିରଫ କରିଥିବା ବେଳେ ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରିବ ବୋଲି ଜଣାପଡିଛି ।