ଜାଣନ୍ତୁ , କାନ ବିନ୍ଧାର ଘରୋଇ ଉପଚାର
Advertisement

ଜାଣନ୍ତୁ , କାନ ବିନ୍ଧାର ଘରୋଇ ଉପଚାର

ଯଦି ଡାକ୍ତରଖାନା ଯାଇ ପାରୁନାହାଁନ୍ତି ତେବେ ଆପଣ କିଛି  ଘରୋଇ ଉପାୟ ଆପଣେଇ କାନର ଯନ୍ତ୍ରଣା ହ୍ରାସ କରି ପାରିବେ

ଜାଣନ୍ତୁ , କାନ ବିନ୍ଧାର ଘରୋଇ ଉପଚାର

ମୋନିକା ମହାନ୍ତି, ନୂଆଦିଲ୍ଲୀ : ଏବେ ଚାଲିଛି ଶୀତଦିନ ତେଣୁ କାନ ବିନ୍ଧିବା ଏକ ସାଧାରଣ କଥା । ଯଦି ଆପଣଙ୍କର କୌଣସି କାରଣରୁ କାନ ବିନ୍ଧିବା ସହିତ ଅସହ୍ୟ ଯନ୍ତ୍ରଣା ହୁଏ । ତେବେ ଆପଣ ଚିନ୍ତା କରନ୍ତୁ ନାହିଁ । ଆପଣ ଯଦି  ଡାକ୍ତରଖାନା ଯାଇ ପାରୁନାହାଁନ୍ତି ତେବେ ଆପଣ କିଛି  ଘରୋଇ ଉପାୟ ଆପଣେଇ କାନର ଯନ୍ତ୍ରଣା ହ୍ରାସ କରି ପାରିବେ । ତେବେ ଆସନ୍ତୁ ଜାଣିବା ହଠାତ କାନ ବିନ୍ଧିଲେ କରିବେ କ’ଣ  କରିବେ ।

୧. କାନ ବିନ୍ଧିବା ଉଷୁମ ପିଆଜ ରସ ପକାନ୍ତୁ ।
୨. ଏରଣ୍ଡିପତ୍ରକୁ ଉଷୁମ ରାଶି ତେଲରେ ପକାଇ କାନ ଆଖପାଖ ସେକ ଦିଅନ୍ତୁ   ।
୩. ତୁଲସୀ ପତ୍ରକୁ ପେଶି ଏହାର ରସକୁ ଅଳ୍ପ ଉଷୁମ କରନ୍ତୁ ଏବଂ ସେଥିରୁ ୪/୫ ବୁନ୍ଦା କାନରେ ପକାନ୍ତୁ ।
୪. ସୋରିଷ ତେଲରେ ଲବଙ୍ଗ ପୋଡି ଏହାର ତେଲକୁ କାନରେ ପକାନ୍ତୁ ।
୫. କଅଁଳ ଆମ୍ବପତ୍ର ରସକୁ ଉଷୁମ କରି କାନରେ ପକାନ୍ତୁ ।
୭. ମୂଳାକୁ ଛୋଟଛୋଟ କାଟି ସୋରିଷ ତେଲରେ ଗରମ କରି କାଢି ଆଣନ୍ତୁ । ଏହି ତେଲକୁ ବୋତଲରେ ରଖନ୍ତୁ । କାନ ବିନ୍ଧିଲେ ଏଥିରୁ ଦୁଇ ତିନି ବୁନ୍ଦା ପକାନ୍ତୁ 

ଶୀତ ଦିନେ ସାଧାରଣତଃ ଥଣ୍ଡା ଯୋଗୁ ମୁଣ୍ଡ ଓ କାନ ବିନ୍ଧା ହୋଇଥାଏ । ତେବେ କାନରେ ପାଣି ରହିବା ଯୋଗୁ ମଇଳା ଜମା ହୋଇଯାଏ ଏବଂ ଏହା ସଂକ୍ରମଣ ହୋଇ କାନ ବିନ୍ଧିବା ସହ ଅସହ୍ୟ ଯନ୍ତ୍ରଣା ହୋଇଥାଏ । ସେତେବେଳେ ଆପଣ  ପାନ ପତ୍ର ରସକୁ ଉଷୁମ କରି ଏହି ରସକୁ କାନରେ ପକାଇଲେ କାନ ବିନ୍ଧାରୁ ମଧ୍ୟ ଉପଶମ ମିଳିଥାଏ।

ଏହାଛଡା ଆପଣ ଯଦି କାନରେ କାଠି ବାରମ୍ବାର ପୁରାଉଛନ୍ତି । ତେବେ ରୁହନ୍ତୁ ସତର୍କ କାରଣ ଏହା ଆପଣଙ୍କ ପାଇଁ ବିଶେଷ କ୍ଷତିକାରକ ହୋଇପାରେ । ଯଦି ଆପଣଲଗାତାର ଭାବରେ ଇୟରଫୋନ ବ୍ୟବହାର କରୁଛନ୍ତି ତେବେ ମଧ୍ୟ   କାନ ବିନ୍ଧିବା ଭଳି ସମସ୍ୟା ଦେଖାଯାଏ । ଯଦି ସମୟ ପୂର୍ବରୁ ଏଥିପ୍ରତି ଯତ୍ନ ନିଆ ନଯାଏ ତେବେ ଭବିଷ୍ୟତରେ ଏହା ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ । ଆପଣ କାଲ ହେବାର ମଧ୍ୟ ସମ୍ଭାବନା ଥାଏ । ୧୦ ମିନିଟ ପର୍ଯ୍ୟନ୍ତ ଇୟରଫୋନ ବ୍ୟବହାର କରିବା ଦ୍ୱାରା କାନ ମଧ୍ୟର କୋଷିକା ମରିଯାଏ । ଯାହା ଦ୍ୱାରା ବ୍ୟାକ୍ଟେରିଆ ଖୁବ ମାତ୍ରାରେ ବଢିଥାଏ ଓ କାନରେ ମଇଳା ଜମିଯାଏ । ତେବେ ଆପଣ ମାନେ ସର୍ବଦା ଆପଣଙ୍କ କାନର ଯତ୍ନ ନିଅନ୍ତୁ ସପ୍ତାହକରେ ଥରେ କିମ୍ବା ଦୁଇଥର ଆପଣଙ୍କ କାନକୁ ପରିସ୍କାର ମଧ୍ୟ କରନ୍ତୁ ।