ବଣଭୋଜି ଭଣ୍ଡୁର କଲେ ଗଜରାଜ
Advertisement

ବଣଭୋଜି ଭଣ୍ଡୁର କଲେ ଗଜରାଜ

ପିକନିକ୍ କରୁଥିବା ବେଳେ ହାତୀ ଉପଦ୍ରବ । 

ବଣଭୋଜି ଭଣ୍ଡୁର କଲେ ଗଜରାଜ

ମୟୂରଭଞ୍ଜ: ସବୁବେଳେ ଆମେ ହାତୀ-ମଣିଷ ଲଢ଼େଇ ସମ୍ପର୍କରେ ଶୁଣୁଛେ । କେଉଁଠି ହାତୀ ମଣିଷକୁ ଦଳି ଦେଲାଣି ତ ଆଉ କେଉଁଠି ହାତୀଙ୍କୁ ନିଜ ସ୍ୱାର୍ଥ ପାଇଁ ମଣିଷ ମାରିବାକୁ ବି ପଛାଉ ନାହିଁ । ତେବେ ଏ ହାତୀ-ମଣିଷ ଲଢ଼େଇରେ ନିରୀହ ହାତୀ ଓ ଲୋକେ ପରସ୍ପରଙ୍କ ଜୀବନ ଯାଉଛି । ଏବେ ପିକନିକ୍ ଋତୁ ଚାଲିଛି ସହରର କୋଳାହଳ ଠାରୁ ଦୂରରେ ବଣ ପାହାଡ଼ ଘେରା ସବୁଜବନାନୀ ମଧ୍ୟରେ ବଣଭୋଜି କରିବାର ମଜା ଟିକେ ନିଆରା । ତେଣୁ ବିଭିନ୍ନ ପ୍ରସିଦ୍ଧ ସ୍ଥାନ ମାନଙ୍କରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । କିନ୍ତୁ ଏସବୁ ଭିତରେ ବନ୍ୟ ପଶୁପକ୍ଷୀ ମାନଙ୍କ କଥା ଆମେ ଭୁଲିଯାଉଛେ । ଏମିତି କିଛି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା  ସୀତାକୁଣ୍ଡରେ ।

ପିକନିକ୍ କରୁଥିବା ବେଳେ ହାତୀ ଉପଦ୍ରବ । ହାତୀ କବଳରେ ଫସିଗଲେ ପର୍ଯ୍ୟଟକ ।  ଶିମିଳିପାଳ ଲୁଲୁଂ ରେଞ୍ଜ ଅଫିସରେ ରହୁଥିବା ପୋଷା ହାତୀ କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପର୍ଯ୍ୟଟକ । ପୋଷା ହାତୀ ବବଲୁ ଓ ଶୋଭା ପ୍ରତିଦିନ ଭଳି ଗତକାଲି ନିଜ ମାହୁନ୍ତଙ୍କ ସହ ବୁଲାବୁଲି କରୁଥିଲେ । ତେବେ ଏତିକି ବେଳେ ପିକନିକ୍ କରିବାକୁ ଆସିଥିବା କିଛି ପର୍ଯ୍ୟଟକ, ହାତୀ ୨ଟିକୁ ହଇରାଣ କରିବା ସହ ଜୋରରେ ଡିଜେ ବଜାଇଥିଲେ । ଏଥିରେ ବବଲୁ ଉତ୍ତ୍ୟକ୍ତ ହୋଇଯାଇଥିଲା । ବବଲୁ, ନିଜ ମାହୁନ୍ତ କବଳରୁ ଖସିଆସି ପର୍ଯ୍ୟଟକଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲା । ଏମିତିକି ବବଲୁ ରୋଷେଇ ସାମଗ୍ରୀ ସହ ପନିପରିବା ଆଦି ସବୁ ଖାଇ ଦେଇଥିଲା । କିଛି ସମୟ ପାଇଁ ବବଲୁର ହଙ୍ଗାମାରେ ଅସ୍ତବ୍ୟସ୍ତ ହୋଇଥିଲେ ସମସ୍ତେ । ଦୀର୍ଘ ଘଣ୍ଟାଏ କାଳ ନାକେଦମ୍ ହେବା ପରେ ବବଲୁକୁ ଆୟତ୍ତ କରିଥିଲେ ମାହୁନ୍ତ ଓ ବନବିଭାଗ କର୍ମଚାରୀ । ଏସବୁ ଭିତରେ ବଣଭୋଜି କରିବା ତ ଫସର ଫାଟିଲା ତା ସହ ପର୍ଯ୍ୟଟକଙ୍କ ଜୀବନ ମଧ୍ୟ ଅଳ୍ପେକେ ବର୍ତ୍ତିଗଲା ।