ପ୍ରତିଦିନ SMS ମାଧ୍ୟମରେ ଏପରି ଚେକ୍ କରନ୍ତୁ ପେଟ୍ରୋଲ-ଡିଜେଲର ଦାମ
Advertisement

ପ୍ରତିଦିନ SMS ମାଧ୍ୟମରେ ଏପରି ଚେକ୍ କରନ୍ତୁ ପେଟ୍ରୋଲ-ଡିଜେଲର ଦାମ

ଦେଶର ବଡ଼ ବଡ଼ ସହରରେ ପେଟ୍ରୋଲ ଡିଜେଲର ଦାମରେ ବୁଧବାର ସ୍ଥିର ରହିଛି । ଅୟଲ ମାର୍କେଟିଂ କମ୍ପାନୀ ଆଜି ପେଟ୍ରୋଲ ଓ ଡିଜେଲର ଦାମରେ କୌଣସି ପରିବର୍ତ୍ତନ କରି ନାହିଁ । ଅନ୍ୟପକ୍ଷେ ଦେଶର ରାଜଧାନୀ ଦଲ୍ଲୀରେ ପେଟ୍ରୋଲର ଦାମ ବୃଦ୍ଧି ପାଇଁ ୭୩.୩୦ ଟଙ୍କା ପ୍ରତି ଲିଟର ହୋଇଯାଇଛି ।

ପ୍ରତିଦିନ SMS ମାଧ୍ୟମରେ ଏପରି ଚେକ୍ କରନ୍ତୁ ପେଟ୍ରୋଲ-ଡିଜେଲର ଦାମ

ନୂଆଦିଲ୍ଲୀ: ଦେଶର ବଡ଼ ବଡ଼ ସହରରେ ପେଟ୍ରୋଲ ଡିଜେଲର ଦାମରେ ବୁଧବାର ସ୍ଥିର ରହିଛି । ଅୟଲ ମାର୍କେଟିଂ କମ୍ପାନୀ ଆଜି ପେଟ୍ରୋଲ ଓ ଡିଜେଲର ଦାମରେ କୌଣସି ପରିବର୍ତ୍ତନ କରି ନାହିଁ । ଅନ୍ୟପକ୍ଷେ ଦେଶର ରାଜଧାନୀ ଦଲ୍ଲୀରେ ପେଟ୍ରୋଲର ଦାମ ବୃଦ୍ଧି ପାଇଁ ୭୩.୩୦ ଟଙ୍କା ପ୍ରତି ଲିଟର ହୋଇଯାଇଛି ।

ଇଣ୍ଡିଆନ ଅୟଲର ୱେବସାଇଟ ଅନୁସାରେ, ବୁଧବାର ଦିଲ୍ଲୀରେ ପେଟ୍ରୋଲର ଦାମ ପ୍ରତି ଲିଟର ୭୩.୩୦ ଟଙ୍କା ଥିଲା । ସେହିପରି ମୁମ୍ୱାଇରେ ୭୮.୯୮ ଟଙ୍କା, କୋଲକାତାରେ ୭୬ ଟଙ୍କା ଓ ଚେନ୍ନାଇରେ ୭୮.୧୮ ଟଙ୍କା ପ୍ରତି ହିସାବରେ ମିଳୁଛି । ସେହିପରି ଦିଲ୍ଲୀରେ ଡିଜେଲର ଦାମ ୬୫.୭୯ ଟଙ୍କା, ମୁମ୍ୱାଇରେ ୬୯.୦୧ ଟଙ୍କା, କୋଲତାତାରେ ୬୮.୨୦ ଟଙ୍କା ଓ ଚେନ୍ନାଇରେ ୬୯.୫୪ ଟଙ୍କା ପ୍ରତି ଲିଟରରେ ବିକ୍ରି ହେଉଛି ।
ଅୟଲ କମ୍ପାନୀ ଦାମର ସମୀକ୍ଷା ପରେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲର ରେଟ ସ୍ଥିର ହୋଇଥାଏ । ଇଣ୍ଡିଆନ ଅୟଲ, ଭାରତ  ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ପ୍ରତିଦିନ ସକାଳେ ପେଟ୍ରୋଲ-ଡିଜେଲର ଦାମରେ ସଂଶୋଧନ କରିଥାଏ ।

କୌଣସି ବ୍ୟକ୍ତି ନିଜ ସହର ପେଟ୍ରୋଲ ଓ ଡିଜେଲର ଦାମ ପ୍ରତିଦିନ SMS ମାଧ୍ୟମରେ ଚେକ୍ କରି ପାରିବେ । ଇଣ୍ଡିଆନ ଅୟଲର ଉପଭୋକ୍ତାଙ୍କୁ RSP<ଡିଲରଙ୍କ କୋଡ> ଲେଖି 9224992249 ନମ୍ୱମରେ SMS କରିବାକୁ ପଡିବ । ଏହାସହ ବିପିସିଏଲ(BPCL) ଉପଭୋକ୍ତା RSP<ଡିଲରଙ୍କ କୋଡ> ଲେଖି 9223112222 ନମ୍ୱରରେ ଏସଏମଏସ ପଠାଇ ପାରିବେ । ସେହିପରି ଏଚପିସିଏଲ(HPCL) ଉପଭୋକ୍ତା HPPRICE<ଡିଲରଙ୍କ କୋଡ> ଲେଖି 9222201122 ନମ୍ୱରରେ SMS ପଠାଇ ପାରିବେ ।