ଡୋକଲାମ୍ ଉପରେ ଚୀନ୍ ସହ ମୁହାଁମୁହିଁ ହେବା ପରେ ଭାରତ ଦେଖାଇଲା ଦମ୍, ନିର୍ମାଣ କଲା ୨୦ କି.ମି. ରାସ୍ତା
Advertisement
Article Detail0/zeeodisha/odisha617589

ଡୋକଲାମ୍ ଉପରେ ଚୀନ୍ ସହ ମୁହାଁମୁହିଁ ହେବା ପରେ ଭାରତ ଦେଖାଇଲା ଦମ୍, ନିର୍ମାଣ କଲା ୨୦ କି.ମି. ରାସ୍ତା

ସେହି ସମୟରେ ଭାରତୀୟ ସେନା ଚୀନ୍ ସେନାଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଦେଇଥିଲେ 

ଡୋକଲାମ୍ ଉପରେ ଚୀନ୍ ସହ ମୁହାଁମୁହିଁ ହେବା ପରେ ଭାରତ ଦେଖାଇଲା ଦମ୍, ନିର୍ମାଣ କଲା ୨୦ କି.ମି. ରାସ୍ତା

ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: ଡୋକଲାମ୍ ବିବାଦ ସମସ୍ତଙ୍କ ମନେଥିବ, ୨୦୧୭ ମସିହାରେ ପ୍ରାୟ  ୭୩ ଦିନ ଯାଏ ଭାରତୀୟ ସେନା ଏବଂ ଚୀନ୍ ସେନା ମଧ୍ୟରେ ମୁହାମୁହିଁ ହୋଇଥିଲା । ସେହି ସମୟରେ ଭାରତୀୟ ସେନା ଚୀନ୍ ସେନାଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଦେଇଥିଲେ । ଏବେ ଏହି ଅଞ୍ଚଳରେ ଭାରତ ବିକାଶର ଗାଡ଼ିକୁ ଦୌଡ଼ାଇ ଦେଇଛି ।  

ସୀମା ସଡ଼କ ସଙ୍ଗଠନ (BRO) ୨୦୧୯ ବର୍ଷ ମଧ୍ୟରେ ୬୦ ହଜାର କିଲୋମିଟର ସଡ଼କ ନିର୍ମାଣ ଏବଂ ବିକାଶ କରିଛନ୍ତି । ଯେଉଁଥିରେ ଡୋକଲାମ୍ ନିକଟରେ ୧୯.୭୨ କିଲୋମିଟର ଲମ୍ୱ ଏକ ମହତ୍ୱପୂର୍ଣ୍ଣ ସଡ଼କ ସାମିଲ ରହିଛି  ।  

୨୯୧୯ ବର୍ଷ ମଧ୍ୟରେ ସବୁଠ ବଡ଼ ଉପଲବ୍ଧି ମଧ୍ୟରୁ ୧୯.୭୨ କିଲୋମିଟର ଲମ୍ୱ ଭୂମି  ବେସ-ଡୋକଲା ସଡ଼କ ନିର୍ମାଣ କରିଛି ଭାରତ । ଯାହା ଭାରତୀୟ ସେନାର ରଣନୀତି ଆଧାରରେ ମହତ୍ୱପୂର୍ଣ୍ଣ ଅଟେ । ଡୋକଲାମ୍ ବେସରେ ପହଞ୍ଚିବାକୁ ଏହି ରାସ୍ତା କାମରେ ଆସିବ । ଏହି ରାସ୍ତା ବିବାଦୀୟ ଡୋକଲାମ୍ ପଠାର କୂଳରେ ରହିଛି । ଯେଉଁଠି ପହଞ୍ଚିବାକୁ  ଏବେ ମାତ୍ର ୪୦ ମିନିଟ୍ ସମୟ ଲାଗିବ । ଯେବେକି ଆଗରୁ ସେଥାରେ ପହଞ୍ଚିବାକୁ ୭ ଘଣ୍ଟା ସମୟ ଲାଗୁଥିଲା ।

ଏହା ସବୁ ଋତୁରେ ଯୋଗାଯୋଗ କରିବାକୁ  ଏକ ଅଲ ୱେଦର ସଡ଼କ ହେବ । ଯେଉଁଥିରେ ଭାରି ବାହନ ଚଳାଚଳ ପାଇଁ କୌଣସି ପ୍ରତିବନ୍ଧକ ନାହିଁ ।  ଯେବେ ଭାରତୀୟ ସେନା ୨୦୧୭ରେ ଡୋକଲାମରେ ଚୀନ ପିପୁଲ୍ସ ଲିବେରେସନ୍ ଆର୍ମି  ସହ ସଙ୍କଟମୟ ପରିସ୍ଥିତିରେ ଥିଲା ।  ଭାରତୀୟ ସୁରକ୍ଷାବଳଙ୍କୁ ଏଠାରେ କମ୍ ସମୟ ମଧ୍ୟରେ ପହଞ୍ଚିବା ସମ୍ଭବପର ନଥିଲା । ଏହିପରି ସ୍ଥଳେ ଏକ ଭଲ ସଡ଼କ ପଥର ଆବଶ୍ୟକତା ରହିଥିଲା  ।

fallbackଏ ସେହି ଅଞ୍ଚଳ ଯେଉଁଠି  ଭାରତର ଉତ୍ତର-ପୂର୍ବରେ ଅବସ୍ଥିତ  ସିକିମ୍ ଏବଂ ଭୁଟାନ୍ ସୀମାକୁ ସଂଯୋଗ କରିଥାଏ । ୨୦୧୭ ମସିହାରେ ଡୋକଲାମ୍ ବିବାଦ ଚାଲିଥିବା ନେଇ ଉଭୟ ପକ୍ଷ ମଧ୍ୟରେ ଗତିରୋଧ ସୃଷ୍ଟି ହୋଇଯାଇଥିଲା  ଏବଂ ଦୁଇ ଦେଳ ସେନା ମୁହାଁମୁହିଁ ହୋଇଥିଲେ । ଏହାପରେ ଚୀନର ବୁହାନରେ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସୀ ଜିନପିଙ୍ଗ ଅନପୌଚାରିକ ଶିଖର ବାର୍ତ୍ତା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୁଣି ଟ୍ରାକକୁ ଫେରିଥିଲା ।  

ଭାରତ ସୀମାରେ ସଡ଼କ ନେକୱର୍କ ରକ୍ଷଣାବେକ୍ଷଣ ଏବଂ ଏହାର ବିକାଶ ପାଇଁ କାମ କରୁଥିବା(BRO) କିଛି ପଡ଼ୋଶୀ ଦେଶର ସଡ଼କ ନିର୍ମାଣ ଢାଞ୍ଚାରେ ବିକାଶ କରିଛି । ବିଆରଓ ଚଳିତ ବର୍ଷ ବର୍ତ୍ତମାନ ଯାଏ ୧,୧୨୩,୪୬ କିଲୋମିଟର ସଡ଼କ ନିର୍ମାଣ କାର୍ଯ୍ୟ, ୨,୦୯୯.୫୮ କିଲୋମିଟର ସଡ଼କର ପୁନ୍ନ ନିର୍ମାଣ କାର୍ଯ୍ୟ ଏବଂ ୨,୩୩୯.୩୮ କିଲୋମିଟର ସଡ଼କର ମରାମତି କାମ କରିଛି । ବିଆରଓ ୨୦୧୯ ବର୍ଷରେ ସଡ଼କ ପଥ ସହ ସୀମାବର୍ତ୍ତୀ କ୍ଷେତ୍ର ନିକଟରେ କଠିନ ଏବଂ ଦୂରବର୍ତ୍ତୀ ଅଞ୍ଚଳରେ ପ୍ରମୁଖ ସେତୁ , ୧୯ ବିମାନବନ୍ଦର ଏବଂ  ୨ଟି ସୁଡ଼ଙ୍ଗର ବିକାଶ କରିଛି ।  

fallbackଏହାଛଡା ବିଆରଓ ବ୍ରହ୍ମପୁତ୍ର ନଦୀର ପାଣି ତଳେ ମଧ୍ୟ ଏକ ସୁଡ଼ଙ୍ଗର ବିକାଶ କାମ ଜାରି ରଖିଛି । ଏହା ସହିତ ସସଂଗଠନ ଜମ୍ମୁ ଏବଂ କାଶ୍ମୀରରେ ୨୯୭ କିଲୋମିଟର ଲମ୍ୱ ଡବଲ ଲେନ୍ ମିମ୍ମୁ-ପଦମ-ଦରଚା (ଏନ-ପି-ଡି) ସଡ଼କର ମଧ୍ୟ ବିକାଶ କାମ ଜାରି ରଖିଛି । ଏଠାରେ ୨୫୭.୫୫ କିଲୋମିଟର ସଡ଼କର ନିର୍ମାଣ କାମ ଶେଷ ହୋଇଛି ।  

ବିଆରଓ ଅଖନୂର-ପୁଞ୍ଛ ସଡ଼କ ସହ ବଲିପାଡ଼ା, ଚାରୁଦର ଏବଂ ତମ୍ୱାଙ୍ଗଙ୍କୁ ସଂଯୋଗ କରୁଥିବା  ସଡ଼କରେ ମଧ୍ୟ ସୁଡଙ୍ଗର ବିକାଶ କାମ କରୁଛି । ବିଆରଓର ୬୧ ଭାରତ-ଚୀନ ସୀମା ସଡ଼କର ନିର୍ମାଣ କାମକୁ ମଧ୍ୟ ବିଆରଓକୁ ଦାୟିତ୍ୱ ଦିଆଯାଇଥିଲା । ଯାହାର ଲମ୍ୱ ୩,୩୪୬ କିଲୋମିଟର ଅଟେ ।

ଚୀନ ଚଳିତ ବର୍ଷ ଜୁନରେ ଯେବେ ଡୋକଲାମ୍ ନିକଟରେ ସଡ଼କ ନିର୍ମାଣ ପାଇଁ ଚେଷ୍ଟା  କଲା, ତ ଭାରତୀୟ ସୈନିକମାନେ ସେଠାରେ ପ୍ରତିରୋଧ କରି କାମ ବନ୍ଦ କରିଦେଇଥିଲେ ।  ଭୁଟାନ୍ ସହ ହୋଇଥିବା ବୁଝାମଣା ଆଧାରରେ ଭାରତ ନିଜ ଏହି ପଡ଼ୋଶୀ ଦେଶ ସମ୍ପତ୍ତିକୁ ରକ୍ଷା ପାଇଁ ପ୍ରତିବଦ୍ଧ ଅଟେ ।  ଏଥିରେ ଭାରତର ଦଖଲ ଦେବା ଆଇନ ସମତ୍ତ ଅଟେ ।