Advertisement
Article Detail0/zeeodisha/odisha667576
Zee OdishaOther Newsନିୟମ ଉଲ୍ଲଂଘନକାରୀଙ୍କୁ ଏପରି ଦଣ୍ଡଦେଲା ପୋଲିସ, ଆପଣ ବି ହୋଇଯିବେ ଚକିତ...

ନିୟମ ଉଲ୍ଲଂଘନକାରୀଙ୍କୁ ଏପରି ଦଣ୍ଡଦେଲା ପୋଲିସ, ଆପଣ ବି ହୋଇଯିବେ ଚକିତ...

ସର୍ବସମ୍ମୁଖରେ ୫ ଶହ ଥର କ୍ଷମାପ୍ରାର୍ଥନା କରାଇଲା ପୋଲିସ...

ନିୟମ ଉଲ୍ଲଂଘନକାରୀଙ୍କୁ ଏପରି ଦଣ୍ଡଦେଲା ପୋଲିସ, ଆପଣ ବି ହୋଇଯିବେ ଚକିତ...

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ସ୍ଥିତିକୁ ନେଇ ଲକଡାଉନ ଜାରି ରହିଛି। ଏହି ଲକଡାଉନ ସମୟରେ ଜନଜୀବନ ସମ୍ପୂର୍ଣ୍ଣ ଠପ ହୋଇ ପଡ଼ିଛି। ଏକାଧିକ ଶିଳ୍ପାନୁଷ୍ଠାନ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। କୋରୋନାରୁ ରକ୍ଷା ପାଇବା ପାଇଁ ଦେଶବାସୀ ଗୃହବନ୍ଦୀ। କିନ୍ତୁ ଏହି ଗୃହବନ୍ଦୀ ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି।

ଲକଡାଉନ ନିୟମ ଉଲ୍ଲଂଘନ କରୁଥିବା କିଛି ବିଦେଶୀଙ୍କୁ ଦଣ୍ଡିତ କରିଛି ଉତ୍ତରାଖଣ୍ଡ ପୋଲିସ। ଦଣ୍ଡ ମଧ୍ୟ ବେଶ ଅଜବ ଧରଣର ଦେଇଛି ପୋଲିସ। ଯାହାକୁ ପଢିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣାଟି ଉତ୍ତରାଖଣ୍ଡର। ଉତ୍ତରାଖଣ୍ଡର ତୀର୍ଥ ସ୍ଥଳ ଋଷିକେଶରେ କିଛି ବିଦେଶୀ ପର୍ଯ୍ୟଟକଙ୍କୁ ଗିରଫ କରିଥିଲା ପୋଲିସ। ଗିରଫ ହୋଇଥିବା ପର୍ଯ୍ୟଟକ ମାନେ ଗୁଟ ଗଙ୍ଗା ନିକଟକୁ ବୁଲିବାକୁ ଆସିଥିଲେ। ଯେତେବେଳେ ପୋଲିସ ତାଙ୍କୁ ଅଟକାଇଲା, ସେତେବେଳା ସ୍ଥାନୀୟ ଲୋକମାନେ ନିଶ୍ଚିତ ହୋଇଥିଲେ ଯେ ଦଣ୍ଡ ବିଧାନ ନିଶ୍ଚିତ। 

କିନ୍ତୁ ପୋଲିସ ଏପରି ଭାବରେ ଦଣ୍ଡିତ କରିଥିଲା, ଯାହାଫଳରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପୋଲିସ ସେମାନଙ୍କୁ ଅଟକ ରଖି ୫ ଶହ ଥର କ୍ଷମା ପ୍ରାର୍ଥନା କରାଇଥିଲା। ଏହା ସହିତ ୫ ଶହ ଥର ସରି(sorry) ଲେଖିବାକୁ ନିର୍ଦ୍ଦେଶ ଦେଇଥିଲା। ପୋଲିସର ନିର୍ଦ୍ଦେଶ ପାଇ ସେମାନେ ପର୍ଯ୍ୟଟକମାନେ ମଧ୍ୟ ୫ ଶହ ସରି ଲେଖିଥିଲେ। ଏହି ଲକଡାଉନ ସମୟରେ ଯଦି ପର୍ଯ୍ୟଟକଙ୍କୁ ବାହାରକୁ ଯିବାର ଅଛି ତେବେ ସେମାନେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ବାହାରକୁ ଯାଆନ୍ତୁ ବୋଲି ପୋଲିସ କହିଛି। 

Add Zee News as a Preferred Source
About the Author