ଦେଖନ୍ତୁ କେଉଁ ହିରୋ କରିଛନ୍ତି କେତୋଟି ଫିଲ୍ମ
Trending Photos
ସୌଭାଗ୍ୟ ରଞ୍ଜନ ମିଶ୍ର, ଭୁବନେଶ୍ୱର: ଓଲିଉଡରେ ପାଦ ଥାପିବା ପରେ କିଏ ପାଇଛି ସଫଳତା ତ ଆଉ କିଏ ଗୋଟିଏ କିମ୍ୱା ଦୁଇଟି ଫିଲ୍ମରେ ଅଭିନୟ ପରେ ଛାଡିଛନ୍ତି ଓଲିଉଡ, ତେବେ ଦର୍ଶକ ଯେଉଁମାନଙ୍କୁ ପସନ୍ଦ କରିଛନ୍ତି ସେମାନେ ଏବେ ମଧ୍ୟ ରାଜ କରୁଛନ୍ତି ସିଲଭର ସ୍କ୍ରିନରେ । ଦେଖନ୍ତୁ କେଉଁ ହିରୋ କରିଛନ୍ତି କେତୋଟି ଫିଲ୍ମ ।
ଅରିନ୍ଦମ୍ ରଏ
୨୦୦୬ ମସିହାରେ 'ପ୍ରେମ ଋତୁ ଆସିଲାରେ' ଚଳଚିତ୍ର ମାଧ୍ୟମରେ ଓଲିଉଡକୁ ଏଣ୍ଟ୍ରି କରିଥିଲେ ଆକ୍ସନ ହିରୋ ଅରିନ୍ଦମ୍ , ଏହାପରେ 'ତୋ ପାଇଁ ନେବି ମୁଁ ଶହେ ଜନମ', ' ମୁଁ ତତେ ଲଭ୍ କରୁଛି', 'ଲାଲ୍ ଟୁକୁଟୁକୁ ସାଧବ ବହୂ' ,'କାଳୀ ଶଙ୍କର', 'ଏମନ ମାନେନା', 'ମୁଁ ସପନର ସୌଦାଗର', 'ମିତରେ ମିତ', 'ତୁମେ ହିଁ ସାଥୀ ମୋର', 'ତୁ ଥା ମୁଁ ଯାଉଛି ରୁଷି', 'ତୁମୋ ଗାର୍ଲଫ୍ରେଣ୍ଡ୍', 'ହିରୋ' ,'କ୍ରିମିନାଲ୍' , 'ଗୁଡ୍ ବଏ', 'ରାଜା ଝିଅ ସଙ୍ଗେ ହେଇଗଲା ଭାବ', 'ପର୍ଶୁରାମ', 'ପାରିବେନି କେହି ଅଲଗା କରି', 'ଅଶୋକ ସମ୍ରାଟ', 'ମୁଁ ରାଜା ତୁ ରାଣୀ', 'ଇଷ୍କ ତୁ ହିଁ ତୁ', 'ଲଭ୍ ୟୁ ହମେସା' , 'କଳକ୍କୀ', 'ପ୍ରେମରେ ପ୍ରେମରେ', 'ତୋର ଦିନେକୁ ମୋର ଦିନେ' , 'ଇଷ୍କ୍ ପଣି ଥରେ' ସମେତ ଆହୁରୀ ଅନେକ ଓଡ଼ିଆ ଫିଲ୍ମରେ ନିଜର ଆକ୍ସନ୍ ଦେଖାଇ ଦର୍ଶକଙ୍କର ପ୍ରିୟ ହୋଇପାରିଛନ୍ତି ,ଏହାସହ ଅନେକ ବଙ୍ଗଳା ସିନେମା କରି ଚର୍ଚ୍ଚାରେ ରହିଥିବା ଏହି ହିରୋଙ୍କ ଫିଲ୍ମ ସଂଖ୍ୟା ୩୮ ।
ବାବୁସାନ୍ ମହାନ୍ତି
ଖୁବ କମ୍ ବୟସରୁ ସିନେମା ଜଗତକୁ ଏଣ୍ଟ୍ରୀ କରିଥିବା ହିରୋ ବାବୁସାନଙ୍କ ପ୍ରଥମ ଫିଲ୍ମ ଥିଲା 'ରୋମିଓ ଦ ଲଭର୍ ବଏ' ଏହାପରେ 'ତୋ ଆଖିରେ ମୁଁ', 'ସଞ୍ଜୁ ଆଉ ସଞ୍ଜନା', 'ପ୍ରେମ ଅଢେଇ ଅକ୍ଷର', 'ଲୋଫର', '143 ଆଇ ଲଭ୍ ୟୁ', 'ଚୋକୋଲେଟ୍', ' ଦୋସ୍ତି', 'ଥୁକୁଲ୍','ଲୁଚକାଳୀ','ଇଡିଅଟ୍', 'ଲଭ୍ ମାଷ୍ଟର', 'ଦିୱାନା ଦିୱାନୀ', 'ଡାହା ବାଳୁଙ୍ଗା', 'ଆଖିରେ ଆଖିରେ','ଲେଖୁ ଲେଖୁ ଲେଖିଦେଲି', 'ଯିଏ ଯାହା କହୁ ମୋର ଢୋ', 'ସୁପର ମିଛୁଆ', ' ଭଲପାଏ ତତେ ଶହେରୁ ଶହେ', 'ତୁଯେ ସେହି', 'ଜବରଦସ୍ତ ପ୍ରେମିକା', 'ଲଭ୍ ଷ୍ଟେସନ', 'ଝିଅଟା ବିଗିଡିଗଲା', 'ଲଭ୍ ପାଇଁ କୁଛଭି କରେଗା', 'ସ୍ୱିଟ୍ ହାର୍ଟ୍', 'ଦିଲ୍ ଦିୱାନା ହେଇଗଲା', ' ସୁନା ପିଲା ଟିକେ ସ୍କୃ ଢିଲା ', 'ସିଷ୍ଟର ଶ୍ରୀଦେବୀ', 'ହିରୋ ନଂ ୧', 'ଓନଲି ପ୍ୟାର୍', 'ସୁନ୍ଦରଗଡର ସଲମନ୍ ଖାନ୍ ',ଲୋକାଲ୍ ଟୋକା ଲଭ୍ ଚୋଖା', 'ଶ୍ରୀମାନ୍ ସୁରଦାସ', 'ଅଜବ ସଞ୍ଜୁର ଗଜବ ଲଭ୍', 'ଗୋଲମାଲ୍ ଲଭ୍ ' ମିଷ୍ଟର ମଜନୁ' ସହ ବଙ୍ଗଳା ସିନେମାରେ ମଧ୍ୟ ନଜର ଆସିଛନ୍ତି ବାବୁସାନ୍ , ଅଭିନୟ ସହ ନିଜ ସୁରିଲା କଣ୍ଠରେ ଦର୍ଶକଙ୍କୁ ମତୁଆଲା କରୁଥିବା ଏହି ଚକଲେଟ୍ ହିରୋଙ୍କ ସମୁଦାୟ ଫିଲ୍ମ ସଂଖ୍ୟା ୩୭ ।
ଶ୍ରୀତମ୍ ଦାସ
୧୯୯୫ ମସିହାରେ 'ସାବିତ୍ରୀ' ଚଳଚିତ୍ରରେ ପ୍ରଥମ ଥର ଅଭିନୟ କରିବା ସହ ଆରମ୍ଭ ହୋଇଥିଲା ଶ୍ରୀତମ ଦାସଙ୍କ କ୍ୟାରିୟର, ଏହାପରେ 'ରାମ ଲକ୍ଷ୍ମଣ', 'ସନ୍ତାନ', 'ବାବୁ ପର୍ଶୁରାମ', 'କାଶିଆ କପିଳା', 'ବାଜୀ', 'ରଙ୍ଗ ନମ୍ୱର', 'ରହିଛି ରହିବି ତୋରି ପାଇଁ', 'ବାହୁଡ଼ିବେ ମୋ ଜଗା ବଳିଆ', 'ମାଆ ମଙ୍ଗଳା' , 'ସାବତ ମାଆ' , 'ସାଥୀରେ', 'ଲକ୍ଷ୍ମୀ ପ୍ରତିମା', 'ଜୟ ଜଗନ୍ନାଥ', 'ତୁ ଥା ମୁଁ ଯାଉଛି ଋଷି' , 'ଥୁକୁଲ୍', 'ଚୋଉକା ଛକା' , 'ସପନର ନାୟିକା' , 'ୱାନ୍ ୱେ ଟ୍ରାଫିକ୍' , 'ଲଭ୍ ୟୁ ହମେଶା' , 'ମାୟା' , 'ଯୋଉଠି ତୁ ସେଇଠି ମୁଁ' , 'ଦିୱାନା ହେଲି ତୋ ପାଇଁ' , 'ଗୋଲମାଲ୍ ଲଭ୍' , 'ବାବୁ ଭାଇଜାନ' ପରି ବଛାବଛା ସିନେମା କରିଥିଲେ ମଧ୍ୟ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କର ପସନ୍ଦ ହୋଇପାରିଥିବା ଏହି ନାୟକଙ୍କ ଫିଲ୍ମ ସଂଖ୍ୟା ୨୬ ।
ସବ୍ୟସାଚୀ ମିଶ୍ର
୨୦୦୭ ମସିହାରୁ ପାଗଳ ପ୍ରେମୀ ଚଳଚିତ୍ର ମାଧ୍ୟମରେ ସିନେମା ଜଗତରେ ପାଦ ରଖି ପଛକୁ ଫେରିନଥିବା ହିରୋ ହେଉଛନ୍ତି ସବ୍ୟସାଚୀ । କାରଣ ଏପର୍ଯ୍ୟନ୍ତ ଏମିତି କୌଣସି ବର୍ଷ ନାହିଁ ଯେଉଁ ବର୍ଷ ସବ୍ୟସାଚୀଙ୍କ ଫିଲ୍ମ ଦର୍ଶକ ଦେଖିବାକୁ ପାଇନଥିବେ । ନିଜର ନୃତ୍ୟ ଓ ଅଭିନୟ ସାଙ୍ଗକୁ ନିଆରା ଆକ୍ସନରେ ଦର୍ଶକଙ୍କୁ ବାନ୍ଧିରଖିଥିବା ଏହି ନାୟକ ନିଜର ପ୍ରଥମ ଚଳଚିତ୍ର 'ପାଗଳ ପ୍ରେମୀ'ରୁ ହିଁ ଶ୍ରେଷ୍ଠ ଅଭିନେତା ଭାବେ ଓଡ଼ିଶା ଷ୍ଟେଟ୍ ଫିଲ୍ମ ଆୱାର୍ଡ ହାତେଇ ନେଇଥିଲେ । ତାପରେ 'ଏମିତି ବି ପ୍ରେମ ହୁଏ' ଓ 'ପାଗଳ ପ୍ରେମୀ' ଚଳଚିତ୍ରରେ ମଧ୍ୟ ପୁରଷ୍କୃତ ହୋଇଥିବା ସବ୍ୟସାଚୀ ୨୦୧୩ ମସିହାରେ ମୁଁ ଏକା ତୁମର ଚଳଚିତ୍ରରେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ । ତେବେ ଏହି ହିରୋଙ୍କ ମୋଟ ସିନେମା ସଂଖ୍ୟା ୩୭ ।
ଅନୁଭବ ମହାନ୍ତି
'ଆଇ ଲଭ୍ ୟୁ' ଥିଲା ତାଙ୍କ ସିନେମା ସିଡିର ପ୍ରଥମ ପାହାଚ, ତେବେ ଗୋଟେ ପରେ ଆଉଗୋଟେ ପାହାଚ ଚଢି ଅନେକ ଆଗକୁ ଆସିଥିଲେ ମଧ୍ୟ ଆହୁରୀ ଅନେକ ପାହାଚ ଚଢିବା ବାକି ଅଛି ବୋଲି କହୁଥିବା ସୁପରଷ୍ଟାର ଅନୁଭବଙ୍କ ସିନେମା ଲିଷ୍ଟ ମଧ୍ୟ ଖୁବ୍ ଲମ୍ୱା । ମନଛୁଆଁ ଅଭିନୟ ପାଇଁ 'ଆକାଶେ କିରଙ୍ଗ ଲାଗିଲା' ଚଳଚିତ୍ରରେ ସେ ଓଡ଼ିଶା ଷ୍ଟେଟ୍ ଫିଲ୍ମ ଆୱାର୍ଡ ସହ ଅନେକ ଘରୋଇ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି ଅନୁଭବ୍ , ତେବେ କେବଳ ଓଡ଼ିଶାରେ ନୂହେଁ ଦମଦାର ଅଭିନୟ ପାଇଁ ରାଜ୍ୟ ବାହାରେ ମଧ୍ୟ ଖୁବ୍ ଚର୍ଚ୍ଚା ହୁଏ ଅନୁଭବଙ୍କୁ ନେଇ , ତେବେ ଏହି ସୁପରଷ୍ଟାରଙ୍କ ସମୁଦାୟ ସିନେମା ସଂଖ୍ୟା ହେଉଛି ୫୩ ।
ସିଦ୍ଧାନ୍ତ ମହାପାତ୍ର
ଓଲିଉଡର ସିନିୟର ସୁପରଷ୍ଟାର ସିଦ୍ଧାନ୍ତଙ୍କ ସିନେମା ସଂଖ୍ୟା ସବୁଠୁ ଅଧିକ, କାରଣ ୧୯୯୩ ମସିହାରୁ ସିନେମା ଜଗତରେ ଏକ ନୂଆ ସମ୍ଭାବନା ଆଣିଥିବା ନାୟକ ହେଉଛନ୍ତି ସିଦ୍ଧାନ୍ତ । ଯେଉଁଥିପାଇଁ 'ସିନ୍ଦୁର ନୁହେଁ ଖେଳ ଘର', 'ମୋ କୋଳ ତୋ ଝୁଲଣା','ପୁଅ ମୋର ଜଗତଜିତା', 'ଏଇଠି ସ୍ୱର୍ଗ ଏଇଠି ନର୍କ', ଓମ୍ ଶାନ୍ତି ଓମ୍', 'ଶାଶୁଘର ଚାଲିଯିବି', ଏବଂ 'ଏକା ଏକା' ପରି ଚଳଚିତ୍ରରେ ଓଡ଼ିଶା ଷ୍ଟେଟ୍ ଫିଲ୍ମ ଆୱାର୍ଡ ତରଫରୁ ଶ୍ରେଷ୍ଠ ଅଭିନେତା ପୁରଷ୍କାର ସହ ଆହୁରୀ ଅନେକ ଅନୁଷ୍ଠାନରେ ପୁରଷ୍କୃତ ହୋଇଛନ୍ତି । କେବଳ ଓଡିଶାରେ ନୂହେଁ ବଙ୍ଗଳା ଚଳଚିତ୍ରରେ ମଧ୍ୟ ସିଦ୍ଧାନ୍ତଙ୍କ ଅଭିନୟ ଦର୍ଶକଙ୍କୁ ସବୁଠୁ ଅଧିକ ପସନ୍ଦ ଆସିଥାଏ, ଦୀର୍ଘ ୨୫ବର୍ଷ ପୂର୍ବରୁ ଏପର୍ଯ୍ୟନ୍ତ ନିଜର ନିଆରା ଅଭିନୟରେ ଦର୍ଶକଙ୍କୁ ବାନ୍ଧିଥିବା ଏହି ନାୟକଙ୍କର ଓଡ଼ିଆ ସିନେମା ସଂଖ୍ୟା୧୧୦ ।