ଜାଣନ୍ତୁ ଅଯୋଧ୍ୟା ରାୟ ଶୁଣାଇଥିବା ଗୋଗଇ ଓଡ଼ିଶାର କେଉଁ ମାମଲା ଶୁଣାଣି କରିଛନ୍ତି
Advertisement
Article Detail0/zeeodisha/odisha597281

ଜାଣନ୍ତୁ ଅଯୋଧ୍ୟା ରାୟ ଶୁଣାଇଥିବା ଗୋଗଇ ଓଡ଼ିଶାର କେଉଁ ମାମଲା ଶୁଣାଣି କରିଛନ୍ତି

୧୩ ମାସରେ ୪୭ଟି ରାୟ ଶୁଣାଇଛନ୍ତି ଗୋଗଇ

ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ପ୍ରାୟ ୧୩ ମାସ ଧରି ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି । କାର୍ଯ୍ୟକାଳ ଭିତରେ ଶୁଣାଇଛନ୍ତି ଅନେକ ଐତିହାସିୟ ରାୟ । ପ୍ରଧାନ ବିଚାରପତି ଭାବେ ପାଖାପାଖି ୪୭ଟି ରାୟ ଶୁଣାଇଛନ୍ତି । ଯେଉଁଥିରେ ଅଯୋଧ୍ୟା ମାମଲା, ବରିଷ୍ଠ ବିଚାରପତିଙ୍କ ଅଫିସକୁ ଆରଟିଆଇ ଅନ୍ତର୍ଭୁକ୍ତ କରିବା, ରାଫେଲ ଡିଲ୍, ସାବରୀମାଳା ମନ୍ଦିର ଏବଂ ଚୌକିଦାର ଚୋର ହେ ଭଳି ଅନେକ ମାମଲାରେ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ଯାହାକୁ ନେଇ ସେ ଆଜି ସାରା ଦେଶରେ ପ୍ରଂଶସିତ । 

ଏପଟେ ଯଦି ଆମ ରାଜ୍ୟ କଥା ଦେଖିଲେ, ଓଡ଼ିଶାର ମଧ୍ୟ କିଛି ମାମଲାର ଶୁଣାଣି କରିଛନ୍ତି ଗୋଗଇ, ଯାହା ପାଇଁ ଓଡ଼ିଶାବାସୀ ତାଙ୍କୁ ସବୁଦିନ ପାଇଁ ମନେ ରଖିବେ । ୨୦୧୫ ଜାନୁୟାରୀ ୨୧ରେ ଇତିଶ୍ରୀ ହତ୍ୟାକାଣ୍ଡ ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି, ମାମାଲରେ ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ ଗୋଗଇ । ସେହିପରି ୨୦୧୩ରେ ନିୟମଗିରି ଖଣି ମାମଲାରେ ବେଦାନ୍ତକୁ ବକ୍ସାଇଟ ଖନନ ପାଇଁ ଗ୍ରାମସଭାର ନିର୍ଦ୍ଦେଶ ଦେଇଥିଲେ ।

୧୯୭୮ରେ ଆସାମର ଗୌହାଟୀରେ ହାଇକୋର୍ଟରେ ଜଣେ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ପ୍ରଧାନ ବିଚାରପତି ଗୋଗୋଇ । ୨୦୦୧, ପେବୃୟାରୀ ୨୮ରେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୦୧ ଫେବୃୟାରୀ ୧୨ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ମିଳିଥିଲା । ଏହା ପରେ ଗତବର୍ଷ ତାଙ୍କୁ ବିଚାରପତି ପଦବୀ ମିଳିଥିଲା ।

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆସନ୍ତା ୧୭ ତାରିଖରେ ଅବସର ନେବାକୁ ଥିବା ବେଳେ, ଆଜି ସୁପ୍ରିମକୋର୍ଟରେ ତାଙ୍କର ଥିଲା ଶେଷ କାର୍ଯ୍ୟ ଦିବସ । ତେବେ ପରମ୍ପରା ଅନୁଯାୟୀ ପରବର୍ତ୍ତୀ ବିଚାରପତି ଏସ ଏ ବୋବଡ଼େଙ୍କ ସହ କୋର୍ଟ ରୁମରେ ବସିଥିଲେ ପ୍ରଧାନ ବିଚାରପତି ଗୋଗୋଇ । ଏହା ସହ ୩ ମିନିଟ ମଧ୍ୟରେ ପ୍ରାୟ ୧୦ଟି ମାମଲାରେ ନୋଟିସ ଜାରି କରିଥିବା ସୂଚନା ମିଳିଛି ।