ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁଙ୍କ ବଲାଙ୍ଗିର ଗସ୍ତ ବାତିଲ
Advertisement
Article Detail0/zeeodisha/odisha616076

ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁଙ୍କ ବଲାଙ୍ଗିର ଗସ୍ତ ବାତିଲ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ୨୦୧୮ ମେ ୨୧ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ଲାଣ୍ଟର 

 ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁଙ୍କ ବଲାଙ୍ଗିର ଗସ୍ତ ବାତିଲ

ବଲାଙ୍ଗିର: ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଆଜି ବଲାଙ୍ଗିର ଗସ୍ତରେ ଆସିବାକୁ  ଥିବା ବେଳେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଛି । ଖରାପ ପାଗ ପାଇଁ ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ହୋଇଛି ।

ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟ୍ ଉଦଘାଟନ ନେଇ ଥିଲା କାର୍ଯ୍ୟକ୍ରମ ଥିବାବେଳେ ଉପରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ୨୦୧୮ ମେ ୨୧ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୧୯ ମାସ ମଧ୍ୟରେ ପ୍ଲାଣ୍ଟ କାମ ସମ୍ପୂର୍ଣ୍ଣ ହୋଇଛି । ୨୩ ଏକର ବିଶିଷ୍ଟ ସ୍ଥାନରେ ପ୍ଲାଣ୍ଟ ନିର୍ମିତ ହୋଇଥିବା ବେଳେ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କରାଯିବାର କ୍ଷମତା  ରହିଛି ।

ଖୋର୍ଦ୍ଧାରେ ଏକ ବଟଲିଂ ପ୍ଲାଣ୍ଟ ଥିବାବେଳେ ବଲାଙ୍ଗିରରେ ନିର୍ମାଣ ହୋଇଛି ରାଜ୍ୟର ଦ୍ୱିତୀୟ ପ୍ଲାଣ୍ଟ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟର ଶକ୍ତିମନ୍ତ୍ରୀ ଅରୁଣ ସାହୁ, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବିଧାୟକ ନରସିଂହ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିପିସିଏଲର ଅଧିକାରୀ ଯୋଗ ଦେଇଥିଲେ । ଏହି  ବଟଲିଂ ପ୍ଲାଣ୍ଟ ରାଜ୍ୟର ଇନ୍ଧନ ଗ୍ୟାସ ଚାହିଦାକୁ ଅନେକାଂଶରେ ପୂରଣ କରିପାରିବ ବୋଲି ଟାର୍ଗେଟ୍ ରଖାଯାଇଛି ।