ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ଦୁଇ ଯବାନ ଗୁରୁତର
Advertisement

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ଦୁଇ ଯବାନ ଗୁରୁତର

ଜମ୍ମୁ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ସୂଚନା। ଏହି ଆକ୍ରମଣରେ ଦୁଇ ଭାରତୀୟ ଯବାନ ଗୁରୁତର ହୋଇଥିବା ଜଣାପଡ଼ିଛି। ଏହା ସହିତ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। 

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ଦୁଇ ଯବାନ ଗୁରୁତର

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ସୂଚନା। ଏହି ଆକ୍ରମଣରେ ଦୁଇ ଭାରତୀୟ ଯବାନ ଗୁରୁତର ହୋଇଥିବା ଜଣାପଡ଼ିଛି। ଏହା ସହିତ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। 

ଶ୍ରୀନଗର ଅଞ୍ଚଳରେ ଅନବରତ କଡ଼ା ସୁରକ୍ଷା ଲାଗି ରହିଥାଏ। ଏହା ସତ୍ତ୍ୱେ ଆତଙ୍କବାଦୀମାନେ ସହର ମଧ୍ୟକୁ ପଶିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। ଫଳରେ ସହରର ଲାଲ ଚୌକ ଅଞ୍ଚଳରେ ହ୍ୟାଣ୍ଡ ଗ୍ରେନେଡ଼ ପକାଇଥିବା ଜଣାପଡ଼ିଛି। ଫଳରେ ୨ ଜଣ ଯବାନଙ୍କ ସହିତ ୨ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ଜଣାପଡ଼ିଛି। ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

 

ଏହି ଆକ୍ରମଣ ପରେ ପୋଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ କଡ଼ା ସୁରକ୍ଷ ବଳୟରେ ରଖାଯାଇଛି। ଆତଙ୍କୀଙ୍କୁ ଧରିବା ପାଇଁ ପୋଲିସ ଓ ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ଯାଞ୍ଚ ପ୍ରକ୍ରିୟାକୁ ମଧ୍ୟ ବେଶ କଡ଼ାକଡ଼ି କରାଯାଇଛି।