ଏହି ରୋଗର ଆରମ୍ଭରୁ ହିଁ ପାଟି ଭିତରେ ମାଂସପେଶୀ ଗୁଡିକ ଲାଲରଙ୍ଗ ହୋଇଯାଇଥାଏ ।
Trending Photos
ମୋନିକା ମହାନ୍ତି; ନୂଆଦିଲ୍ଲୀ: ସାଧାରଣତଃ ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସବୁବେଳେ ରହିଥାଏ । ଏହା ଚିକିତ୍ସା ବିଜ୍ଞାନ ଦ୍ୱାରା ପ୍ରମାଣ ମଧ୍ୟ କରାଯାଇଛି । ବିଡି, ସିଗାରେଟ, ଦୋକ୍ତା ଓ ଗୁଡାଖୁ , ଏ ଗୁଡିକୁ ସେବନ କଲେ ଆପଣଙ୍କୁ ମୁଖଗହ୍ୱର କର୍କଟ ରୋଗ ଭଳି ମାରାତ୍ମକ ରୋଗ ଦେଖାଦେବ । କାରଣ ତମାଖୁରେ ନିକୋଟିନ୍ ନାମକ ଏକ ବିଷାକ୍ତ ପଦାର୍ଥ ମୁଖଗହ୍ୱରରେ କର୍କଟରୋଗ ଭଳି ଦୁସାଧ୍ୟ ରୋଗ ସୃଷ୍ଟି କରିଥାଏ ।
ମାତ୍ର ଦେଖାଯାଏ ପୁରୁଷମାନେ ପ୍ରାୟତଃ ତମାଖୁ ସେବନ କରିବା ଦ୍ୱାରା ଏଭଳି ରୋଗର ଶିକାର ହେଉଛନ୍ତି । ଏହି ରୋଗର ଆରମ୍ଭରୁ ହିଁ ପାଟି ଭିତରେ ମାଂସପେଶୀ ଗୁଡିକ ଲାଲରଙ୍ଗ ହୋଇଯାଇଥାଏ । ଆପଣ ଗରମ କିମ୍ବା ରାଗଯୁକ୍ତ ଖାଦ୍ୟ ଖାଇଲେ ଏହା ଆପଣଙ୍କୁ କଷ୍ଟ ଅନୁଭବ ହେବ । ମାତ୍ର ଏ ରୋଗ ପୁରୁଣା ହେଲେ ଆପଣଙ୍କ ମାଂସପେଶୀକୁ ଧିରେ ଧିରେ କଠିନ ଏବଂ ଖଦଡା ହେବା ଅନୁଭବ ହୋଇଥାଏ । ସମ୍ପୂର୍ଣ୍ଣ ପାଟି ଖୋଲିବାରେ ଅସୁବିଧା ମଧ୍ୟ ପରିଲକ୍ଷିତ ହୋଇଥାଏ । ପ୍ରାରମ୍ଭିକ ଅବସ୍ଥାରେ ଏହା ଦେଖାଯାଏ ଯେ ପାଟିଟି ସମ୍ପୂର୍ଣ୍ଣ ଖୋଲିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଅନେକ ରୋଗୀ ଏନେଇ ମୁଖଗହ୍ୱର ଓ ଦନ୍ତ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ନିଜର ଚିକିତ୍ସା ମଧ୍ୟ କରାଇଥାନ୍ତି ।
ମାତ୍ର ବେଳେ ବେଳେ ଏହି ରୋଗ ଆପଣଙ୍କ ଜୀବନ ମଧ୍ୟ ନେଇଯାଏ । ତେଣୁ ଆପଣ ଏ ଦିଗରେ ସର୍ବଦା ସାବଧାନ ଓ ସଚେତନ ରୁହନ୍ତୁ । ଯଦି ଆପଣ ତମ୍ବାଖୁ ସେବନରେ ଅଭ୍ୟସ୍ତ ତେବେ ଏଭଳି ଅଭ୍ୟାସରୁ ଆପଣ ଦୂରେଇ ରୁହନ୍ତୁ ନହେଲେ ଏହା ଆପଣଙ୍କୁ ପକାଇଦେବ ବିପଦରେ ।
ଏଥିରୁ ମୁକ୍ତି ପାଇବା ପାଇଁ ଆପଣ କରିବେ କ'ଣ ?
୧। ଖାଦ୍ୟରେ ଆପଣ ପ୍ରଚୁର ପରିମାଣର ଭିଟାମିନ୍ ଖଣିଜ ତତ୍ତ୍ୱ ତଥା କ୍ଷୀର, ମାଂସ, ଅଣ୍ଡା, ମାଛ ସବୁଜ ପନିପରିବା ଆହାର କରିବା ଉଚିତ ।
୨। ଭୋଜନ ମଧ୍ୟରେ ମିଠା କିମ୍ୱା ଅଠାଳିଆ ପଦାର୍ଥ ଖାଇବା ଅନୁଚିତ ।
୩। ଖାଦ୍ୟ ଖାଇ ସାରି କୁଳି କରିବା ପରେ ମଧ୍ୟ କିଛି କିଛି ଖାଦ୍ୟ କଣିକା ଦାନ୍ତ ସନ୍ଧିରେ ଲୁଚି ରହିଥାନ୍ତି । ଯାହାକି ପରେ ଆପଣଙ୍କୁ କ୍ଷତି ପହଁଚାଇଥାଏ । ତେଣୁ ଖାଇ ସାରିବା ପରେ ଦିନକୁ ଦୁଇଥର ବ୍ରସ କରିବା ଉଚିତ ।
୪। ବ୍ରସ କରିବା ସମୟରେ ଦାନ୍ତର ସାମ୍ନା ପଟରେ ଉପର ମାଢ଼ିରୁ ତଳକୁ, ତଳ ମାଢ଼ିରୁ ଉପରକୁ ବ୍ରସ କରିବା ଆବଶ୍ୟକ ।
୫। ଦାନ୍ତ ଘଷିବା ସମୟରେ ଆପଣ ଯଦି ପାଉଡର, ଅଙ୍ଗାର ଏବଂ ପାଉଁଶର ବ୍ୟବହାର କରୁଛନ୍ତି ତେବେ ସେଥିରୁ ନିବୃତ୍ତ ରୁହନ୍ତୁ ।
୬।ଏହାଛଡା ଯଦି ଆପଣ ମୁଖ ଗହ୍ୱର ରୋଗରେ ଆକ୍ରାନ୍ତ ତେବେ ଆପଣ ଡାକ୍ତରଙ୍କୁ ନିହାତି ପରାମର୍ଶ କରିବା ଉଚିତ ।
ଆହୁରି ପଢ଼ନ୍ତୁ; ପରଦେଶୀ ବିମାନକୁ 'ପ୍ରତିଶୋଧ ଆକାଶ' ଭୟ