ଗମ୍ଭୀର ସ୍ଥିତ ଦେଖି ବିମାନ ଉଡ଼ାଇବାକୁ ପଛଘୁଞ୍ଚା ଦେଲାଣି ବିଶ୍ୱ
Advertisement
Article Detail0/zeeodisha/odisha621443

ଗମ୍ଭୀର ସ୍ଥିତ ଦେଖି ବିମାନ ଉଡ଼ାଇବାକୁ ପଛଘୁଞ୍ଚା ଦେଲାଣି ବିଶ୍ୱ

ବିଶ୍ୱ ବିମାନକୁ 'ପ୍ରତିଶୋଧ ଆକାଶ' ଭୟ

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଇରାନର ମିସାଇଲ ମାଡ଼ ପରେ ଆହୁରି ସଜାଗ ହେଲା ଆମେରିକା । ପ୍ରତିଶୋଧ ନିଆଁରେ ଜଳୁଥିବା ଇରାନ କେତେବେଳେ କ'ଣ ବି କରିପାରେ । ତେଣୁ ଇରାନ ଓ ଇରାକ ଆକାଶ ସୀମାରେ ବିମାନ ନ ଚଳାଇବାକୁ ନିଜ ଦେଶର ସମସ୍ତ ବିମାନ କମ୍ପାନୀଗୁଡ଼ିକୁ କହିଛି । ଆମେରିକାର ଫେଡରାଲ ବିମାନ ଚଳାଚଳ ପ୍ରଶାସନ ପକ୍ଷରୁ ଏନେଇ ଜଣାଇ ଦିଆଯାଇଛି । ସେହିପରି ଗଲ୍ଫ ଅଫ ଓମାନ ଓ ଇରାନ ଏବଂ ସାଉଦି ଆରବ ସମୁଦ୍ର ଉପରେ ମଧ୍ୟ ବିମାନ ନ ଚଳାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ସେହିପରି ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଭାରତ ଆଗତୁରା ସତର୍କ ହୋଇଛି । ଉଭୟ ଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ବୈଦେଶିକ ମନ୍ତ୍ରାଳୟ । ଇରାକ କିମ୍ବା ଇରାନ ଯିବାକୁ ଚାହୁଁଥିଲେ, ଅଧିକ ସତର୍କ ରହିବାକୁ ଏଥିରେ କୁହାଯାଇଛି । ଏପରିକି ଅତି ଆବଶ୍ୟକ ନଥିଲେ ନଯିବା ପାଇଁ ସତର୍କ କରିଦିଆଯାଇଛି । 

ସେହିପରି ଇରାକରେ ରହୁଥିବା ଭାରତୀୟମାନେ ମଧ୍ୟ ସତର୍କ ରହିବାକୁ କହିଛି ବିଦେଶ ମନ୍ତ୍ରାଳୟ । ବର୍ତ୍ତମାନର ସ୍ଥିତି ଗମ୍ଭୀର ରହିଥିବାରୁ ଏଣେତେଣେ ଭ୍ରମଣ ନ କରିବାକୁ ସତର୍କ କରାଯାଇଛି । ତେବେ ଇରାକ୍ ରାଜଧାନୀ ବାଗଦାଦରେ ଭାରତୀୟ ଦୂତବାସ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି । ଆବଶ୍ୟକ ସ୍ଥଳେ ଦୂତବାସ ସହ ଭାରତୀୟମାନେ ଯୋଗାଯୋଗ କରିପାରିବେ ବୋଲି ସୂଚାଇ ଦିଆଯାଇଛି । 

ଅନ୍ୟପଟେ ଯେହେତୁ ବର୍ତ୍ତମାନ ଆମେରିକା ଓ ଇରାନ ମଧ୍ୟରେ ସ୍ଥିତି ଗମ୍ଭୀର ରହିଛି, ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ମଧ୍ୟ ବିମାନ ସେବା ପାଇଁ ସତର୍କ ସୂଚନା ଜାରି କରିଛନ୍ତି । ଇରାକ୍, ଇରାନ ଏବଂ ଗଲ୍ପ ଦେଶର ଆକାଶରେ ଉଡ଼ାଣ ବେଳେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଏପରିକି ଆବଶ୍ୟକ ସ୍ଥଳେ ଏହି ସବୁ ଆକାଶ ପଥରେ ବିମାନ ନ ନେବାକୁ ସତର୍କ କରାଯାଇଛି । 

ସେହିପରି ୟୁରୋପୀୟ ଦେଶଗୁଡ଼ିକ ବର୍ତ୍ତମାନର ସ୍ଥିତି ଦେଖି ଇରାନ ଆକାଶରେ ବିମାନ ଚଳାଇବାକୁ ଉଚିତ ମଣିନାହାଁନ୍ତି । ପୁରା ସ୍ଥିତି ଉପରେ ନଜର ରଖିଥିବା ସଙ୍ଗାପୁର କହିଛି । 

ଆହୁରି ପଢ଼ନ୍ତୁ; ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେଲା ଇରାନ, ଗଡ଼େଇଲା ୮୦ ମୁଣ୍ଡ