ଡାକ୍ତରୀ ଟିମ ଉପରକୁ ପଥରମାଡ଼
Advertisement
Article Detail0/zeeodisha/odisha668153

ଡାକ୍ତରୀ ଟିମ ଉପରକୁ ପଥରମାଡ଼

କୋରୋନା ବିପକ୍ଷରେ ଦିନରାତି ଏକ କରିଦେଇ ଦେଶରେ ଡାକ୍ତର ଓ ପୋଲିସ କର୍ମୀ ଲଢେଇ ଜାରି ରଖିଛନ୍ତି। ସେମାନଙ୍କର ଏହି ସେବା ପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନୀତ କରାଯାଉଛି। ଅନ୍ୟପଟେ ସେହି ସେବକ ତଥା କୋରୋନା ଯୋଦ୍ଧା ମାନଙ୍କୁ ପଥର ମାଡ଼ କରାଯାଉଥିବା ଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ଉତ୍ତରପ୍ରଦେଶର ମୋରାଦାବାଦରେ କୋରୋନା ରୋଗୀଙ୍କୁ ଯ

ଡାକ୍ତରୀ ଟିମ ଉପରକୁ ପଥରମାଡ଼

ଲକ୍ଷ୍ନୌ: କୋରୋନା ବିପକ୍ଷରେ ଦିନରାତି ଏକ କରିଦେଇ ଦେଶରେ ଡାକ୍ତର ଓ ପୋଲିସ କର୍ମୀ ଲଢେଇ ଜାରି ରଖିଛନ୍ତି। ସେମାନଙ୍କର ଏହି ସେବା ପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନୀତ କରାଯାଉଛି। ଅନ୍ୟପଟେ ସେହି ସେବକ ତଥା କୋରୋନା ଯୋଦ୍ଧା ମାନଙ୍କୁ ପଥର ମାଡ଼ କରାଯାଉଥିବା ଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ଉତ୍ତରପ୍ରଦେଶର ମୋରାଦାବାଦରେ କୋରୋନା ରୋଗୀଙ୍କୁ ଯାଞ୍ଚ କରିବାକୁ ଯାଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ପୋଲିସ ଓ ଆମ୍ବୁଲାନ୍ସ କର୍ମାଚାରୀଙ୍କ ଉପରକୁ ପଥର ମାଡ଼ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।  

ଘଟଣାଟି ହେଉଛି ମୋରାଦାପୁରରେ ଥିବା ମଦରସାର। ଏଠାରେ ଥିବା କିଛି ଜମାତିମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଡାକ୍ତରୀ ଟିମ ଯାଇଥିଲେ। ତେବେ ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଗାଡି, ଡାକ୍ତରୀ ଟିମ, ପୋଲିସ ଉପରକୁ ପଥର ଫିଙ୍ଗି ଥିଲେ। ଏହା ସହିତ ସ୍ଥାନୀୟ ଗାଡ଼ି ଗୁଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶରେ ପ୍ରାୟ ୬୬୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ସେପଟେ ୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମାନଙ୍କୁ ମଧ୍ୟରୁ ମୋରାଦାବାଦରୁ ୧୯ ଜଣ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ତେବେ ଏମାନଙ୍କ ମଧ୍ୟରେ ୧୭ ଜଣ ନିଜାମୁଦ୍ଦିନରୁ ଫେରିଥିଲା ଜମାତି ରହିଥିବା ବେଳେ ଆଉ ନିକଟରେ ଫ୍ରାନ୍ସରୁ ଫେରନ୍ତା ଛାତ୍ର ରହିଛନ୍ତି।  

ସେହିପରି ମୋରାଦାବାଦର ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ତାମିଲନାଡ଼ୁର ବାସିନ୍ଦା ଥିବା ଓ ସେ ତବଲିଗି ଜମାତର ସଦସ୍ୟ ଥିବା ଜଣାପଡ଼ିଛି। ତେବେ ନିଜାମୁଦ୍ଦିନ ମରକଜରୁ ଫେରି ଉତ୍ତରପ୍ରଦେଶ ଯାଇଥିଲେ। ସେଠାରେ ସେ ଏକ ମସଜିଦରେ ରହିଥିଲେ। ଯେଉଁଠାରୁ ତାକୁ ପୋଲିସ ଅନ୍ୟ ୧୦ ଜଣଙ୍କ ସହିତ ଗିରଫ କରିଥିଲେ। ସମ୍ଭଲ ଜିଲ୍ଲା ପ୍ରଶାସନ ୯ ଏପ୍ରିଲରେ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା କୋରୋନାରେ ମୋରାଦାବାଦରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।