ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ, ଜନଜୀବନ ଅସ୍ତବ୍ୟସ୍ତ
Advertisement

ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ, ଜନଜୀବନ ଅସ୍ତବ୍ୟସ୍ତ

ଲଗାମବର୍ଷାରେ ଧୋଇ ଗଲା ପୋଲ

ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ, ଜନଜୀବନ ଅସ୍ତବ୍ୟସ୍ତ

ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ। ବହୁ ଅସୁବିଧାରେ ଲୋକମାନେ ଯାତାୟତ କରୁଛନ୍ତି । ଗ୍ରାମକୁ ଆସିପାରୁନାହିଁ ଜରୁରୀ କାଳୀନ ସେବା ଗାଡି । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ  । 

ଭାଙ୍ଗି ଯାଇଛି  ମଠ ସାହି ଗାଁ ରାସ୍ତାରେ ଥିବା ଘାଗରା ନାଳ ଉପରେ ନର୍ମିତ ପୋଲ । ଯାତାୟାତରେ ସମସ୍ୟା ଭୋଗୁଛନ୍ତି ୨ଖଣ୍ଡ ଗାଁର ଲୋକେ । ନିମ୍ନମାନର କାମ ଯୋଗୁ ପୋଲ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଏ ହେଉଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ମଠ ସାହି ଗାଁକୁ ଯିବା ପାଇଁ ଏକମାତ୍ର ରାସ୍ତା ।  ରାସ୍ତାରେ ରହିଛି ଘାଗରା ନାଳ । ଚଳିତ ବର୍ଷ ଲଗାଣ ବର୍ଷାରେ ନାଳ ଉପରେ ନିର୍ମାଣ ହୋଇଥିବା ପୋଲଟି ଭାଙ୍ଗି ଯାଇଛି । ଫଳରେ ଭଙ୍ଗା ଦଦରା ରାସ୍ତା ଉପରେ ନିର୍ଭର କରୁଥିବା ୨ଟି ଗାଁର ଶତାଧିକ ଲୋକେ  ବର୍ଷା ଦିନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପରେ ନାଳ ଉପରେ ପୋଲ ନିର୍ମାଣ କରାଯାଇଥିଲା । ହେଲେ ନିମ୍ନମାନର କାମ ଯୋଗୁ ପୋଲଟି ଭାଙ୍ଗି ଯାଇଛି  । ପୋଲ କାମ ଚାଲିଥିବା ବେଳେ ଯନ୍ତ୍ରୀ ସଠିକ ତଦାରଖ କରିନଥିବା ଅଭିଯୋଗ ହୋଇଛି  । ଏପରିକି   ଠିକାଦାରଙ୍କ ଲାଭଖୋର ମନୋଭାବ ପୋଲ ଭାଙ୍ଗିବାର ମୁଖ୍ୟ କାରଣ ବୋଲି  ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୋଲ ଭାଙ୍ଗି ଯିବାରୁ ଗାଁକୁ ଆମ୍ୱୁଲାନ୍ସ ଆସିପାରୁନି । ଆଉ ଯାତାୟାତରେ ସମସ୍ୟା ଭୋଗୁଛନ୍ତି ଲୋକେ ।
ପୋଲର ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଥିବା ବେଳେ ଏପର୍ଯ୍ୟନ୍ତ କିଛି ସୁଫଳ ମିଳିନାହିଁ । ସେପଟେ ଘଟଣା ସମ୍ପର୍କରେ ଜିଲ୍ଲାର ଜିଲ୍ଲା ପ୍ରଶାସନ ଅବଗତ ନ ଥିବା ଜଣାପଡ଼ିଛି । ଗଣମାଧ୍ୟମ ଠାରୁ ଜାଣିବା ପରେ ତୁରନ୍ତ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।