ସାଇକେଲ ଚଲାଇ ଖୁସି ବ୍ୟକ୍ତ କଲେ ହେମନ୍ତ
Advertisement

ସାଇକେଲ ଚଲାଇ ଖୁସି ବ୍ୟକ୍ତ କଲେ ହେମନ୍ତ

ସରକାରୀ ସ୍ତରରେ ନହେଲେବି ପ୍ରକାଶ ପାଇଛି ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ବହୁମତ ଦେଇଛନ୍ତି ରାଜ୍ୟବାସୀ। କଂଗ୍ରେସ ଓ ଆରଜେଡ଼ିଙ୍କ ସମର୍ଥନରେ ରାଜ୍ୟରେ ଶାସନଗାଦି ସମ୍ଭାଳିବାକୁ ଯାଉଛନ୍ତି ଜେଏମଏମ ନେତା ହେମନ୍ତ ସୋରେନ। ନିର୍ବାଚନରେ ରାଜ୍ୟବାସୀଙ୍କ ଠାରୁ ବହୁମତ ପାଇଥିବାରୁ ଖୁସି ସାବ୍ୟସ୍ତ କରିଛନ୍ତି ହେମନ୍ତ। 

ସାଇକେଲ ଚଲାଇ ଖୁସି ବ୍ୟକ୍ତ କଲେ ହେମନ୍ତ

ରାଞ୍ଚି: ସରକାରୀ ସ୍ତରରେ ନହେଲେବି ପ୍ରକାଶ ପାଇଛି ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ବହୁମତ ଦେଇଛନ୍ତି ରାଜ୍ୟବାସୀ। କଂଗ୍ରେସ ଓ ଆରଜେଡ଼ିଙ୍କ ସମର୍ଥନରେ ରାଜ୍ୟରେ ଶାସନଗାଦି ସମ୍ଭାଳିବାକୁ ଯାଉଛନ୍ତି ଜେଏମଏମ ନେତା ହେମନ୍ତ ସୋରେନ। ନିର୍ବାଚନରେ ରାଜ୍ୟବାସୀଙ୍କ ଠାରୁ ବହୁମତ ପାଇଥିବାରୁ ଖୁସି ସାବ୍ୟସ୍ତ କରିଛନ୍ତି ହେମନ୍ତ। 

<blockquote class="twitter-tweet"><p lang="en" dir="ltr"><a href="https://twitter।com/hashtag/WATCH?src=hash&amp;ref_src=twsrc%5Etfw">#WATCH</a>: Jharkhand Mukti Morcha&#39;s (JMM) Hemant Soren rides a cycle at his residence in Ranchi। JMM is currently leading on 28 seats while the Congress-JMM-RJD alliance is leading on 46 seats। <a href="https://t।co/e9HYcb26Y2">pic।twitter।com/e9HYcb26Y2</a></p>&mdash; ANI (@ANI) <a href="https://twitter।com/ANI/status/1209062764943216640?ref_src=twsrc%5Etfw">December 23, 2019</a></blockquote> <script async src="https://platform।twitter।com/widgets।js" charset="utf-8"></script>

ତେବେ ଆଜି ଅତ୍ୟନ୍ତ ଖୁସି ହୋଇ ନିଜ ବାସଭବନରେ ସେ ସାଇକେଲ ଚଳାଉଥିବାର ଭିଡ଼ିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ନିଜ ବାସଭବନରେ ଥିବା ଖାଲି ସ୍ଥାନରେ ସେ ଏକ ସାଇକେଲକୁ ଧରି ଘୁରି ବୁଲୁଥିବା ଉକ୍ତ ଭିଡ଼ିଓରେ ଦେଖିବାକୁ ମିଳିଛି। 

ସୂଚନା ଯୋଗ୍ୟ 81ଟି ଆସନରେ ଜେଏମଏମ 28ଟି ଆସନରେ ଆଗୁଆ ରହିଛି। ତେବେ ଜେଏମଏମ, କଂଗ୍ରେସ ଓ ଆରଜେଡ଼ି ମେଣ୍ଟ ମୋଟ 46ଟି ଆସନରେ ଆଗୁଆ ରହିଛି। ସେପଟେ ରାଜ୍ୟରେ ବିଜେପି ଲଜ୍ଜାଜନକ ପରାଜୟ ବରଣ କରିଛି। ବିଜେପି ଯେଉଁ ରଣନୀତି ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା, ତାହା ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି।