ଜଗନ୍ନାଥଙ୍କ ଜମିରେ ଘର
Advertisement
Article Detail0/zeeodisha/odisha617614

ଜଗନ୍ନାଥଙ୍କ ଜମିରେ ଘର

ତାଳପଦା ମୌଜା ହାଲ୍ ଖାତା ନମ୍ବର ୧୯ ଖସଡ଼ା ନମ୍ବର ୧୦୭୨/୨୯୪୮ ଅନୁସାରେ ଏହା ଏକ ପତିତ କିସମ ଜମି ଅଟେ 

ଜଗନ୍ନାଥଙ୍କ ଜମିରେ ଘର

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅନ୍ତର୍ଗତ ତାଳପଦା ମୌଜାରେ ଜଗନ୍ନାଥଙ୍କ ଜମି ଉପରେ ଆବାସ ଯୋଜନାରେ ଗୃହ ନିର୍ମାଣ ହୋଇଛି । ତାଳପଦା ମୌଜା ହାଲ୍ ଖାତା ନମ୍ବର ୧୯ ଖସଡ଼ା ନମ୍ବର ୧୦୭୨/୨୯୪୮ ଅନୁସାରେ ଏହା ଏକ ପତିତ କିସମ ଜମି ଅଟେ । ଯାହାକି ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ଅମୃତ ମଣହି ସମ୍ପତ୍ତି ଓ ଗୋପାଳ ତୀର୍ଥ ମଠ ଏଣ୍ଡାମେଣ୍ଟ ଟ୍ରଷ୍ଟି ବୋର୍ଡ ପୁରୀଙ୍କ ମାର୍ଫତରେ ଏହି ଜମିଟି ରହିଛି  । ମାତ୍ର ଏହି ଜମି ଉପରେ ବନ୍ଧଟିଆ ଗାଁର ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଗୃହ ନିର୍ମାଣ କରୁଛନ୍ତି । ଏପରିକି ଗୃହ ନିର୍ମାଣ ପାଇଁ ସମ୍ପୃକ୍ତ ୨ଜଣ ବ୍ୟକ୍ତି ୩ କିସ୍ତିରେ ବ୍ଲକରୁ ୯୦ ହଜାର ଟଙ୍କା ଉଠାଇଥିବା ଅଭିଯୋଗ ହୋଇଛି । ଜଗନ୍ନାଥଙ୍କ  ୯ଶହ ବର୍ଗଫୁଟ ଜମିରେ ଦୁଇ ଭାଇଙ୍କର ୨ ଟି ପକ୍କା ଗୃହ ନିର୍ମାଣ ଚାଲିଛି । ଏହି ଜମିର କିଣାବିକା ହୋଇପାରିବ ନାହିଁ । ହେଲେ ବିନା  କାଗଜପତ୍ରରେ ଦୁଇଭାଇଙ୍କୁ ପଞ୍ଚାୟତ ପିଓ ଓ ଜିଆରଏସ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କିପରି  ନିର୍ଦ୍ଦେଶ ଦେଲେ ତହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଗ୍ରାମବାସୀ ଜିଲ୍ଲାପାଳ, ତହସିଲଦାର ଓ ବିଡିଓ ଙ୍କୁ ଅଭିଯୋଗ କରିଛନ୍ତି ।

ଗାଁରେ  ଜଗନ୍ନାଥଙ୍କ ଶହଶହ ଏକର ଜମି ଜବରଦଖଲ ହୋଇଛି ବୋଲି  ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ  ସ୍ଥାନୀୟ ବିଡିଓ ଘଟଣାର  ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ୱର ୧୧ ତାରିଖରେ ଜମିକୁ ଉଚ୍ଛେଦ ଆଦେଶ  ପୁରୀର ମୁଖ୍ୟ ପ୍ରଶାସନ ଚିଠି ନମ୍ବର୧୨୮୭ ରେ ଦେଇଥିଲେ । ହେଲେ ସବୁ ନିୟମକୁ ଫୁ କରି ବ୍ୟକ୍ତି ଜଣକ ବେଧଡକ ଗୃହ ନିର୍ମାଣ କରୁଛନ୍ତି । କେବେ  ଜଗନ୍ନାଥଙ୍କ ଜମି ଜବରଦଖଲ ଉଚ୍ଛେଦ କରାଯାଉଛି । ଆଗାମୀ ଦିନରେ ଏହି ଜମି ଉଚ୍ଛେଦ କରାନଗଲେ  ଗ୍ରାମବାସୀ  ତହସିଲ ଓ ବ୍ଲକ ସମ୍ମୁଖରେ ଧାରଣା ଦେବାକୁ ଚତେବନୀ ଦେଇଛନ୍ତି ।