ମୁଁ ବାଘ ବିନା ବଞ୍ଚି ପାରିବିନି
Advertisement
Article Detail0/zeeodisha/odisha591010

ମୁଁ ବାଘ ବିନା ବଞ୍ଚି ପାରିବିନି

୩୬ ହଜାର କିଲୋମିଟର ବାଇକରେ ଭ୍ରମଣ କରିସାରିଲେଣି ଜଙ୍ଗଲ ପ୍ରତି ଚିନ୍ତିତ ଥିବା ଦମ୍ପତ୍ତି

ମୁଁ ବାଘ ବିନା ବଞ୍ଚି ପାରିବିନି...

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଦମ୍ପତ୍ତିଙ୍କୁ ଜଙ୍ଗଲ ସୁରକ୍ଷା ଚିନ୍ତା । ଏଭଳି ନିଆରା ଉଦ୍ୟମ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ବାସିନ୍ଦା ରବିନ୍ଦ୍ରନାଥ ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଳୀଙ୍କ ମଧ୍ୟରେ । ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁ ସୁରକ୍ଷା ପାଇଁ ଗାଁରୁ ସହର ଏବଂ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ବାଇକରେ ଯାତ୍ରା କରି ଲୋକଙ୍କୁ ସଚେତନ କରାଇବାରେ ଲାଗିପଡ଼ିଛନ୍ତି ଏହି ଦମ୍ପତ୍ତି ।  ଏମାନଙ୍କ ମୂଳ ଉଦ୍ଦେଶ୍ୟ ହେଉଛି ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ନ କରି ଦୂରତା କମାଇବା । ଏଥିପାଇଁ ଦେଶର ମୋଟ ୫୦ଟି ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରୁ ୪୮ କେନ୍ଦ୍ର ବୁଲି ଏହାର ଆଖପାଖ ସଂଶ୍ଲିଷ୍ଟ ୨୬ ହଜାର ଗାଁ ସମେତ ସ୍କୁଲ, କଲେଜ ଓ ସହରବାସୀଙ୍କୁ ବୁଲି ବୁଲି ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦେଉଛନ୍ତି ଏମାନେ ।  ବର୍ତ୍ତମାନ ସୁଦ୍ଧା ୨୮ଟି ରାଜ୍ୟ ଓ ୫ କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ପ୍ରାୟ ୩୬ ହଜାର କିଲୋମିଟର ବାଇକରେ ଭ୍ରମଣ କରିସାରିଲେଣି । ଚଳିତ ବର୍ଷ ଫେବ୍ରୁଆରୀ ୧୫ ତାରିଖରୁ ଯାତ୍ରା ଆରମ୍ଭ କରି ବିଭିନ୍ନ ଗାଁ, ସ୍କୁଲ, କଲେଜ ଓ ସହରବାସୀଙ୍କୁ ଜଙ୍ଗଲ ସୁରକ୍ଷା ଓ ବ୍ୟାଘ୍ର ସୁରକ୍ଷାର ସଚେତନତାର ବାର୍ତ୍ତା ବାଣ୍ଟି ବାଣ୍ଟି ଏବେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦମ୍ପତ୍ତି । ପଶ୍ଚିମବଙ୍ଗର ଏହି ଦମ୍ପତ୍ତିଙ୍କ ଏଭଳି ପ୍ରୟାସକୁ ରାଜଧାନାବାସୀ ଖୁବ୍ ପ୍ରଂଶସା ମଧ୍ୟ କରିଛନ୍ତି ।  ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ୧୨ଟି ଦେଶ ଯାତ୍ରା କରି ଏହି ବାର୍ତ୍ତା ଦେବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଦମ୍ପତ୍ତି ।

ତେବେ ୮ ମାସରୁ ଉର୍ଦ୍ଦ୍ୱ ତାଙ୍କ ଯାତ୍ରାକାଳରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ସଂପୃକ୍ତ ରହି ସଚେତନ କରିଛନ୍ତି । ତାଙ୍କ ସ୍ତ୍ରୀ ଗୀତାଂଜଳି ଏହାକୁ ନେଇ ବେଶ ଖୁସି ଅନୁଭବ କରିଥିବା ବେଳେ ଲୋକମାନେ ସେମାନଙ୍କ ବାର୍ତ୍ତାକୁ ଗ୍ରହଣ କରିଥିବା କହିଛନ୍ତି ସେ । ସେପଟେ ରାଜଧାନାବାସୀ ମଧ୍ୟ ଉଭୟଙ୍କ ଉଦ୍ୟମକୁ ପ୍ରଂଶସା କରିବା ସହ କେବଳ ଯେ ସରକାର ନୁହେଁ ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ ଏବଂ ଏହା ପରବର୍ତ୍ତି ପୀଢ଼ି ପାଇଁ ନିହାତି ଜରୁରୀ ବୋଲି ସହରହବାସୀ ତ୍ରିଲୋଚନ ପାଣିଗ୍ରାହୀ କହିଛନ୍ତି ।

ଭାରତ ଭ୍ରମଣ ପରେ ଦମ୍ପତ୍ତି ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ୧୨ଟି ଦେଶ ଯାତ୍ରା କରି ଏହି ବାର୍ତ୍ତା ଦେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ସବୁଠାରୁ ବଡ କଥା ହେଲେ କେବଳ ଭ୍ରମଣ ଓ ବାର୍ତ୍ତା ସୀମିତ ନ ରହି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ । ନଚେତ ଜଙ୍ଗଲ ନଥିଲେ ଅମ୍ଲଜାନ ଅଭାବରୁ ଜୀବ ଜଗତ ବଞ୍ଚିବା ଅସମ୍ଭବ ହେବା ସହ ବନ୍ୟଜନ୍ତୁ ଇତିହାସ ପାଲଟିଯିବେ ।