ନାନକାନା ଉପରେ ଆକ୍ରମଣ ଘଟଣା, ଅଭିଯୁକ୍ତ ଇମରାନ୍ ଗିରଫ
Advertisement
Article Detail0/zeeodisha/odisha620314

ନାନକାନା ଉପରେ ଆକ୍ରମଣ ଘଟଣା, ଅଭିଯୁକ୍ତ ଇମରାନ୍ ଗିରଫ

ଶିଖ୍ ଧର୍ମଗୁରୁ ନାନକଙ୍କ ଜନ୍ମସ୍ଥାନ ପାକିସ୍ତାନର ନାନକାନାରେ ଥିବା ଗୁରୁଦ୍ୱାର ଉପରେ ଆକ୍ରମଣ ଘଟଣା । ହିଂସା ଉସୁକାଇଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଶିଖ୍ ଧର୍ମଗୁରୁ ନାନକଙ୍କ ଜନ୍ମସ୍ଥାନ ପାକିସ୍ତାନର ନାନକାନାରେ ଥିବା ଗୁରୁଦ୍ୱାର ଉପରେ ଆକ୍ରମଣ ଘଟଣା । ହିଂସା ଉସୁକାଇଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତର ନାଁ ଇମରାନ ଚିସ୍ତି । ପାକିସ୍ତାନରେ ଗୁରୁଦ୍ୱାର ଉପରେ ଆକ୍ରମଣ ଘଟଣା ପରେ ଭାରତ ମଧ୍ୟ ପାକକୁ ତାଗିଦ କରିଛି । 

ସେପଟେ ପାକିସ୍ତାନ ପେଶାୱାରରୁ ଆସିଛି ଛାତିଥରା ଘଟଣା । ଜଣେ ଶିଖ୍ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ରବୀନ୍ଦ୍ର ସିଂହ। ପାକିସ୍ତାନ ସାମ୍ବାଦିକ ହରମିତ ସିଂହଙ୍କ ଭାଇ ହେଉଛନ୍ତି ରବିନ୍ଦ୍ର । ସେ ମାଲେସିଆରେ ରହୁଥିଲେ । ତେବେ ବିବାହ ପାଇଁ ପାକିସ୍ତାନ ଆସିଥିବା ବେଳେ ଶପିଂ ପାଇଁ ପେଶାୱାର ଯାଇଥିଲେ । ସେଠାରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । 

ଆହୁରି ପଢ଼ନ୍ତୁ; ଏ ସେହି ଘାତକ ଡ୍ରୋନ, ଯାହା ମାଧ୍ୟମରେ ସୁଲେମାନୀଙ୍କୁ ଟାର୍ଗେଟ କରିଥିଲା ଆମେରିକା