ଓଠ ଫାଟୁଛି କି ? ଆପଣାନ୍ତୁ ଏହି ସବୁ ଉପାୟ
Advertisement

ଓଠ ଫାଟୁଛି କି ? ଆପଣାନ୍ତୁ ଏହି ସବୁ ଉପାୟ

 ଓଠ ଫାଟିଲେ ଖାଇବାରେ ଅସୁବିଧା ସହ ଜଳାପୋଡା କରିଥାଏ । ଏହା ଏକ ସାଧାରଣ ସମସ୍ୟା ହୋଇଥିବାରୁ ଏହାର ଘରୋଇ ଉପଚାର ରହିଛି । 

ଓଠ ଫାଟୁଛି କି ? ଆପଣାନ୍ତୁ ଏହି ସବୁ ଉପାୟ

ଭୁବନେଶ୍ୱର: ଶୀତ ଦିନ ଆରମ୍ଭ ହେବ ମାତ୍ରେ ଓଠ ଫାଟିବା ଆରମ୍ଭ ହୋଇଯାଏ । ଓଠ ଫାଟିଲେ ଖାଇବାରେ ଅସୁବିଧା ସହ ଜଳାପୋଡା କରିଥାଏ । ଏହା ଏକ ସାଧାରଣ ସମସ୍ୟା ହୋଇଥିବାରୁ ଏହାର ଘରୋଇ ଉପଚାର ରହିଛି । ଏହାର ସମାଧାନ ପାଇଁ ଆମେ ବଜାରରେ ମିଳୁଥିବା ଭେସଲିନ ଓ ଲିପବାମ ଲଗାଇ ଥାଉ । କିନ୍ତୁ ସେସବୁ କେମିକାଲ ହୋଇଥିବାରୁ ଓଠ ଖରାପ ହେବାର ଆଶଙ୍କା ଅଧିକ ଥାଏ । ତେବେ ଆସନ୍ତୁ ଜାଣିବା ଘରୋଇ ଉପଚାର କରି ଆପଣ କିପରି ଓଠକୁ ନରମ ରଖି ପାରିବେ । 

- ଓଠରେ ନଡ଼ିଆ ତେଲ, ମହୁ, ଜଡ଼ା ତେଲ ଲଗାନ୍ତୁ । 
-  ଲେମ୍ଭୁରସ ରେ ମହୁ ଓ ଜଡ଼ା ତେଲ ମିଶାଇ ଲଗାନ୍ତୁ । ଏହା ଓଠ ଫଟା ସମସ୍ୟା ଦୂର କରିବ ।    

fallback- ଦୁଇ ଚାମଚ ଚିନିରେ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ।  ଏହି ପେଷ୍ଟକୁ ଓଠରେ ଲଗାଇ କିଛି ସମୟ ରଖନ୍ତୁ  । କିଛି ସମୟ ପରେ ଉଷୁମ ପାଣି ରେ ଓଠକୁ ପୋଛି ଦିଅନ୍ତୁ  ।

- ଓଠରେ କ୍ଷୀର ସର ଲଗାନ୍ତୁ । ଓଠ କୋମଳ ରହିବ । 
-  ଶୀତ ଦିନେ ଅଧିକ ପାଣି ପିଅନ୍ତୁ । ଏହା ଓଠ ଫାଟିବା ସମସ୍ୟା ଦୂର କରିବ ।