ଭାରତ ବନାମ ବାଂଲାଦେଶ: କୋହଲିଙ୍କ ୨୭ତମ ଟେଷ୍ଟ ଶତକ
Advertisement

ଭାରତ ବନାମ ବାଂଲାଦେଶ: କୋହଲିଙ୍କ ୨୭ତମ ଟେଷ୍ଟ ଶତକ

ଏହି ଐତିହାସିକ ଡେ-ନାଇଟ ମ୍ୟାଚରେ ଟସ୍ ଜିତି ବାଂଲାଦେ ଶଷ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା । ଦଳ ପ୍ରଥନ ଇଂନିସରେ ୧୦୬ ରନରେ ଅଲ ଆଉଟ ହୋଇଯାଇଥିଲା । ଅନ୍ୟପକ୍ଷେ ଭାରତ ଏହାର ଜବାବରେ ପ୍ରଥମ ଇଂନିସରେ ୪ ୱିକେଟ ହରାଇ ୨୮୯ ରନ କରି ନେଇଛି । 

ଭାରତ ବନାମ ବାଂଲାଦେଶ: କୋହଲିଙ୍କ ୨୭ତମ ଟେଷ୍ଟ ଶତକ

କୋଲକାତା: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳା ଯାଉଛି ଟେଷ୍ଟ ସିରିଜ । ଏହି ସିରିଜର ଦ୍ୱିତୀୟ ମ୍ୟାଚ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଜାରି ରହିଛି । ଏହି ଐତିହାସିକ ଡେ-ନାଇଟ ମ୍ୟାଚରେ ଟସ୍ ଜିତି ବାଂଲାଦେ ଶଷ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା । ଦଳ ପ୍ରଥନ ଇଂନିସରେ ୧୦୬ ରନରେ ଅଲ ଆଉଟ ହୋଇଯାଇଥିଲା । ଅନ୍ୟପକ୍ଷେ ଭାରତ ଏହାର ଜବାବରେ ପ୍ରଥମ ଇଂନିସରେ ୪ ୱିକେଟ ହରାଇ ୨୮୯ ରନ କରି ନେଇଛି । ବିରାଟ କୋହଲି ଓ ରବିନ୍ଦ୍ର ଜାଡେଜା କ୍ରିଜରେ ତିଷ୍ଠି ଅଛନ୍ତି ।

ଭାରତୀୟ ଅଧିନାୟକ ବାଂଲାଦେଶ ବିରୋଧରେ ଏହି ଐତିହାସିକ ଦିବାରାତ୍ରି ଟେଷ୍ଟ ମ୍ୟାଚରେ ଶତକ ଲଗାଇଛନ୍ତି । ଦିବାରାତ୍ରି ଟେଷ୍ଟ ମ୍ୟାଚରେ ଶତକ ଲଗାଇଥିବା ସେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ହେବାର ଗୌରବ ଅର୍ଜନ କରିଛନ୍ତି । ଏହା କୋହଲିଙ୍କ କ୍ୟାରିୟର ୨୭ତମ ଟେଷ୍ଟ ଶତକ ଥିଲା । ଅଧିନାୟକ ଭାବେ ସର୍ବାଧିକ ଶତକ ଲଗାଇବା ମାମଲାରେ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । 

ଅଧିନାୟକ ଭାବେ କୋହଲି ୨୦ଟି ଟେଷ୍ଟ ଶତକ ଲଗାଇଥିବା ବେଳେ ପଣ୍ଟିଂ ୧୯ଟି ଟେଷ୍ଟ ଶତକ ଲଗାଇଥିଲେ । ଅଧିନାୟକ ଭାବେ ସର୍ବାଧିକ ଶତକ ଲଗାଇବା ମାମଲାରେ ସାଉଥ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରୀମ ସ୍ମିତ ୨୫ ଶତକ ଲଗାଇ ଟପରେ ଅଛନ୍ତି ।