ରୋହିତ ଶର୍ମାଙ୍କ ଷଷ୍ଠ ଟେଷ୍ଟ ଶତକ
Advertisement
Article Detail0/zeeodisha/odisha586772

ରୋହିତ ଶର୍ମାଙ୍କ ଷଷ୍ଠ ଟେଷ୍ଟ ଶତକ

ରୋହିତ ଶର୍ମା ଟେଷ୍ଟ କ୍ରିକେଟରେ ଷଷ୍ଠ ଶତକ ଲଗାଇଛନ୍ତି । ସେ ୧୩୦ ବଲରେ ୧୩ଟି ଚୌକା ଓ ୪ଟି ଛକ୍କା ସାହାଯ୍ୟରେ ସେଞ୍ଚୁରୀ କରିଛନ୍ତି ।

Rohit Sharma's century

ରାଞ୍ଚି: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଛି ଟେଷ୍ଟ ସିରିଜ । ଏହି ସିରିଜର ତୃତୀୟ ତଥା ଶେଷ ମ୍ୟାଚ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳା ଯାଉଛି । ଶନିବାର ଟସ୍ ଜିତି ପ୍ରଥମେ  ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ ବିରାଟ ବାହିନୀ । ବର୍ତ୍ତମାନ ଯାଏ ଟିମ ଇଣ୍ଡିଆ ୩ ୱିକେଟ ହରାଇ ୨୦୦ ରନ ସଂଗ୍ରହ କରି ନେଇଛି । ରୋହିତ ଶର୍ମା ୧୦୭ ଓ ଅଜିଙ୍କେ ରାହାଣେ ୭୦ ରନ କରି କ୍ରିଜ ଉପରେ ଅଛନ୍ତି ।

ରୋହିତଙ୍କ ଷଷ୍ଠ ଟେଷ୍ଟ ଶତକ 
ରୋହିତ ଶର୍ମା ଟେଷ୍ଟ କ୍ରିକେଟରେ ଷଷ୍ଠ ଶତକ ଲଗାଇଛନ୍ତି । ସେ ୧୩୦ ବଲରେ ୧୩ଟି ଚୌକା ଓ ୪ଟି ଛକ୍କା ସାହାଯ୍ୟରେ ସେଞ୍ଚୁରୀ କରିଛନ୍ତି ।  ସେ ୪୫ ଓଭରର ଚତୁର୍ଥ ବଲରେ ଛକ୍କା ମାରି ନିଜ ସେଞ୍ଚୁରୀ ପୂରଣ କରିଥିଲେ । କ୍ରମାଗତ ୩ଟି ମ୍ୟାଚରେ ସେ ୩ଟି ଶତକ ଲଗାଇଛନ୍ତି  । 

ରୋହିତଙ୍କ ଲଗାତର ୯ଟି ଇଂନିସ
୧୦୦( ବ୍ୟାଟିଂ ଜାରି)
୧୪
୧୨୭
୧୭୬
୫୦(ନଟ ଆଉଟ)
୬୫
୧୦୨(ନଟ ଆଉଟ)
୫୧(ନଟ ଆଉଟ)
୮୨ 
ତୃତୀୟ ଟେଷ୍ଟରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଦେଖା ଦେଇଥିଲା  । ଟିମ ଇଣ୍ଡିଆକୁ ୧୨ ରନରେ ପ୍ରଥମ ଝଟକା ଲାଗିଥିଲା । ମୟଙ୍କ ଅଗ୍ରୱାଲ ଆଫ୍ରିକାର ଦ୍ରୁତ ବଲର କ୍ୟାଗିସୋ ରବାଡଙ୍କ ବଲରେ ଡିନ ଏଲଗରଙ୍କ ହାତରେ ସ୍ଲିପରେ କ୍ୟାଚ ଆଉଟ ହୋଇଥିଲେ । ସେ ୧୦ ରନ କରି ଆଉଟ ହୋଇଥିଲେ । 

ମୟଙ୍କ ଆଉଟ ହେବା ପରେ ରାବାଡା ୧୬ ସ୍କୋରରେ ଭାରତକୁ ଦ୍ୱିତୀୟ ଝଟକା ଦେଇଥିଲା । ଚେତେଶ୍ୱର ପୂଜାରା ବିନା ରନ ରନ କରି ଆଉଟ ହୋଇଥିଲେ । ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଧ୍ୟ ବେଶି ସମୟ ଧରି କ୍ରିଜ ଉପରେ ତିଷ୍ଠି ପାରି ନଥିଲେ । ୧୨ ରନର ବ୍ୟକ୍ତିଗତ ସ୍କୋରରେ ଏନରିକ ନୋର୍ଟଜେଙ୍କ ବଲର ଶିକାର ହୋଇଥିଲେ କୋହଲି । 

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ଭାରତ ୨-୦ରେ ଆଗରେ ରହିଛି । ଭାରତ ବିଶାଖାପାଟନମରେ ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ପରାଜିତ କରିଥିଲା । ସେହିପରି ପୁଣେ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଇଂନିସ ଓ ୧୩୭ ରନରେ ମାତ୍ ଦେଇଥିଲେ ବିରାଟ ବାହିନୀ । ବିଶ୍ୱ ଚାମ୍ପିୟନସିପରେ ବର୍ତ୍ତମାନ ଯାଏ ଭାରତକୁ ୪ଟି ମ୍ୟାଚରେ ୨୦୦ ପଏଣ୍ଟ ମିଳିଛି ।