କୋଭିଡ19 ଟୀକା ବନାଇବା ଭାରତୀୟ ଫାର୍ମା କମ୍ପାନୀ, ମିଳିବ ଆମେରିକା ସାଥ
Advertisement

କୋଭିଡ19 ଟୀକା ବନାଇବା ଭାରତୀୟ ଫାର୍ମା କମ୍ପାନୀ, ମିଳିବ ଆମେରିକା ସାଥ

କୋରୋନା ଭାଇରସର ମୁକାବିଲା ଲାଗି ଟୀକା ନିର୍ମାଣରେ ଲାଗି ପଡିଛି ଭାରତୀୟ ଭାରତୀୟ ବାୟୋଟେକ୍ନୋଲୋଜି କମ୍ପାନୀ ପେନେସିଆ ବାୟୋଟେକ ଲିମିଟେଡ |

କୋଭିଡ19 ଟୀକା ବନାଇବା ଭାରତୀୟ ଫାର୍ମା କମ୍ପାନୀ, ମିଳିବ ଆମେରିକା ସାଥ

ନୂଆଦିଲ୍ଲୀ: ଆତଙ୍କ ସୃଷ୍ଟିକାରୀ ବର୍ଷ ଭାବେ ଉଭା ହୋଇଛି ୨୦୨୦ | ଗତବର୍ଷ ଡିସେମ୍ବରରୁ ଚୀନର ଉହାନ ସହରରୁ ଆରମ୍ଭ ହୋଇ ସମଗ୍ର ବିଶ୍ୱରେ ତାଣ୍ଡବ ମଚାଇଥିବା କୋଭିଡ19 ନିୟନ୍ତ୍ରଣ ପାଇଁ କୌଣସି ଟୀକା(Vacine) ବାହାରି ନଥିବାରୁ ଏହାର ପ୍ରଭାବ ବିଶ୍ୱରେ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି | ଏବେ କୋରନା ଭାଇରସର ମୁକାବିଲା ପାଇଁ ଆଗେଇ ଆସିଛି ଭାରତ | 

ଏହା ପୂର୍ବରୁ କୋଭିଡ19 ପୀଡିତଙ୍କ ପାଇଁ ବିଶ୍ୱ ସମୁଦାୟକୁ ହାଇଡ୍ରୋକ୍ସି କ୍ଲୋରୋକୁଇନ(Hydroxy Chloroquine) ଯୋଗାଇ ଦେଇଥିଲା | ବର୍ତ୍ତମାନ ଭାରତୀୟ ବାୟୋଟେକ୍ନୋଲୋଜି କମ୍ପାନୀ ପେନେସିଆ ବାୟୋଟେକ ଲିମିଟେଡ(Panacea Biotec limited) ପକ୍ଷରୁ କୋରୋନା ଭାଇରସ ଟୀକାର ବିକାଶ, ନିର୍ମାଣ ଏବଂ ବିତରଣ କାମ ଆରମ୍ଭ କରିଦେଇଛି | ଆଉ ଏଥିପାଇଁ ଆମେରିକୀୟ କମ୍ପାନୀ ରିଫାନା ଇଙ୍କ୍(Refana Inc) ସବ ବୁଝାମଣା ହୋଇଛି |

ଏନେଇ ହୋଇଥିବା ବୁଝାମଣା ଅନୁସାରେ ପେନେସିଆ ବାୟୋଟେକକୁ କୋରୋନା ଟୀକାର ଉତ୍ପାଦନ, କ୍ଲିନିକାଲ ଡେଭଲପମେଣ୍ଟ, ବାଣିଜ୍ୟକ ନିର୍ମାଣର ଦାୟିତ୍ୱ ନ୍ୟସ୍ତ କରାଯିବ | ଉଭୟ କମ୍ପାନୀ ନିଜ ସମ୍ବଧିତ କ୍ଷେତ୍ର ଅଞ୍ଚଳରେ ଏହି ଟୀକର ବିକ୍ରି ଏବଂ ବିତରଣ କାର୍ଯ୍ୟ କରିପାରିବେ |

ପେନେସିଆ ବାୟୋଟେକର  ପରିଚାଳନା ନିର୍ଦ୍ଦେଶକ ରାଜେଶ ଜୈନ କହିଛନ୍ତି, ବର୍ତ୍ତମାନ ଦୁନିଆକୁ ଏପରି ଏକ ଔଷଧ ଦରକାର ଯାହା ସୁରକ୍ଷିତ, ପ୍ରଭାବଶାଳୀ, ଉପଲବ୍ଧଯୋଗ୍ୟ ହୋଇଥିବା ଆବଶ୍ୟକ |  ଯିଏକି ବିଶ୍ୱର ଚାହିଦାକୁ  ପୂରଣ କରି ପାରୁଥିବ | ରିଫାନା ଇଙ୍କ୍ ସହ ମିଶି କୋଭିଡ19 ରୋଗୀଙ୍କ ପାଇଁ ୫୦୦ ମିଲିୟନରୁ ଅଧିକ ଔଷଧ ତିଆରି କରିବା ଆବଶ୍ୟକ | ଆସନ୍ତା ବର୍ଷ ଆରମ୍ଭରେ ୪୦ ମିଲିୟନରୁ ଅଧିକ ଔଷଧ ବିତରଣ ଉପଲବ୍ଧ କରିବାକୁ ଆମର ଲକ୍ଷ୍ୟ ରହିଛି |

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଆସନ୍ତା ଚାରି ସପ୍ତାହ ମଧ୍ୟରେ ଆମେ ଦିଲ୍ଲୀ ଏବଂ ପଞ୍ଜାବରେ ଥିବା ପରୀକ୍ଷା ଗାରରେ ଏହି ଟୀକା ବିକଶିତ କରିବାକୁ ଯାଉଛୁ | ଆସନ୍ତା ଅକ୍ଚୋବର ମାସରେ ଏହାକୁ ମଣିଷ ଶରୀରରେ ପରୀକ୍ଷା ମୂଳକ ଭାବେ ବ୍ୟବହାର କରାଯିବ | ଏହା ପୂର୍ବରୁ ପଶୁଙ୍କୁ ନେଇ ଏହାର ପ୍ରିକ୍ଲିନିକାଲ ଟେଷ୍ଟ କରାଯିବ |