ନିର୍ଭୟା ମାମଲା: ବରିଷ୍ଠ ଓକିଲଙ୍କୁ ପାଠ ପଢାଇଲେ ଆଶା ଦେବୀ
Advertisement

ନିର୍ଭୟା ମାମଲା: ବରିଷ୍ଠ ଓକିଲଙ୍କୁ ପାଠ ପଢାଇଲେ ଆଶା ଦେବୀ

ବରିଷ୍ଠ ଓକିଲଙ୍କ ଉପରେ ବର୍ଷିଲେ ଆଶା ଦେବୀ । ଇଏ ସେହି ଆଶା ଦେବୀ, ଯିଏ ନିଜ ଝିଅକୁ ନ୍ୟାୟ ଦେବାକୁ ଦୀର୍ଘ ୭ ବର୍ଷ ହେଲା କୋର୍ଟକୁ ଦୌଡ଼ିବାରେ ଲାଗିଛନ୍ତି ।

ବରିଷ୍ଠ ଓକିଲଙ୍କୁ ପାଠ ପଢାଇଲେ ଆଶା ଦେବୀ

ନୂଆଦିଲ୍ଲୀ: ରାଗିଗଲେ ଆଶା ଦେବୀ । ଇଏ ସେହି ଆଶା ଦେବୀ, ଯିଏ ଦୀର୍ଘ ୭ ବର୍ଷ ଧରି ନିଜ ଝିଅ ନିର୍ଭୟାକୁ ନ୍ୟାୟ ଦେବା ପାଇଁ ଲଢି ଆସୁଛନ୍ତି । ତାଙ୍କର ଏହି ଲଢେଇ କେବଳ ଅଭିଯୁକ୍ତମାନଙ୍କ ବିରୋଧରେ ନୁହେଁ, ଦେଶର ଆଇନ ବ୍ୟବସ୍ଥାକୁ ନେଇ ଏବେ ଜୋରଦାର । ଦୈନିକ ଏ କୋର୍ଟରୁ ସେ କୋର୍ଟ ଧାଉଁଛନ୍ତି । ତେବେ ଆଜି ତାଙ୍କୁ ବେଶ ଉତକ୍ଷୀପ୍ତ, ରାଗ ଜରଜର ଅବସ୍ଥାରେ ଦେଖିବାକୁ ମିଳିଥିଲା । ତାଙ୍କର ଏହି ରୋଷର ଶିକାର ହୋଇଥିଲେ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ । 

ଅଧିକ ପଢନ୍ତୁ: ଏକା ସାଙ୍ଗରେ ଫାଶୀ ଦେବା କ'ଣ ନିହାତି ଦରକାର ?

କହି ରଖୁଛୁ ଯେ, ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ ଆଜି ଆଶା ଦେବୀଙ୍କୁ ଅଭିଯୁକ୍ତମାନଙ୍କ କ୍ଷମା କରିଦେବାକୁ କହିଥିଲେ । ଟ୍ୱିଟରମାଧ୍ୟମରେ ଇନ୍ଦିରା କହିଥିଲେ କି ମୁଁ ଆପଣ(ଆଶା ଦେବୀ)ଙ୍କ କଷ୍ଟକୁ ଅନୁଭବ କରିପାରୁଛି । ଆପଣଙ୍କ ସଂଘର୍ଷକୁ ବୁଝି ପାରୁଛି । ଏଥିରେ ମୁଁ ଆପଣଙ୍କ ସହିତ ରହିଛି । ମାତ୍ର ମୁଁ ଫାଶୀକୁ ବିରୋଧ କରୁଛି ।

ଇନ୍ଦିରା ପୂର୍ବତନ ପ୍ରଧାନମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ମଧ୍ୟ ଉଦାହରଣ ଦେଇଥିଲେ । ସେ କହିଥିଲେ କି ସୋନିଆ ମଧ୍ୟ ତାଙ୍କ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ କ୍ଷମା କରିଦେଇଥିଲେ । ନିର୍ଭୟାଙ୍କ ମା ଆଶାଦେବୀ ମଧ୍ୟ ଅଭିଯୁକ୍ତମାନଙ୍କ କ୍ଷମା କରିଦେବା ଦରକାର ବୋଲି ସେ କହିଥିଲେ । 

 

ଏହି ମାମଲାରେ ଇନ୍ଦିରାଙ୍କୁ କଡା ସମାଲୋଚନା କରିଛନ୍ତି ଆଶା ଦେବୀ । ସେ କହିଛନ୍ତି ମୋତେ ବିଶ୍ୱାସ ହେଉନାହିଁ । ଇନ୍ଦିରା ଜଣେ ମହିଳା ହୋଇ ଏଭଳି କହିବାକୁ ତାଙ୍କର ସାହାସ କିଭଳି ହେଉଛି । ତାଙ୍କୁ ମୁଁ ସୁପ୍ରିମକୋର୍ଟରେ ଅନେକ ଥର ଭେଟିଛି । ମାତ୍ର ସେ ଥରେ ମଧ୍ୟ ମୋର ପରିସ୍ଥିତି ତଥା ଅବସ୍ଥା ସମ୍ପର୍କରେ ବୁଝି ନାହାନ୍ତି । ଆଉ ଆଜି ଦୋଷୀମାନଙ୍କ ସପକ୍ଷରେ କହୁଛନ୍ତି । ନିର୍ଭୟା ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଫାଶୀ ଖୁଣ୍ଟରେ ଝୁଲାଯାଉ ବୋଲି ଆଶା ଦେବୀ ଦାବି କରିଛନ୍ତି ।