IPL auction 2020: ଚାଲିଛି ନିଲାମୀ, ଜାଣନ୍ତୁ ଏହା ସମ୍ପର୍କରେ...
Advertisement
Article Detail0/zeeodisha/odisha612425

IPL auction 2020: ଚାଲିଛି ନିଲାମୀ, ଜାଣନ୍ତୁ ଏହା ସମ୍ପର୍କରେ...

ଆସନ୍ତା 2020ରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ପାଇଁ ନିଲାମୀ ଆରମ୍ଭ ହୋଇଯାଇଛି

ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଆସନ୍ତା 2020ରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ପାଇଁ ନିଲାମୀ ଆରମ୍ଭ ହୋଇଯାଇଛି । ଦିନ 12ଟାରୁ ଏହି ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ନିଲାମୀରେ ପ୍ରାୟ 332 ଜଣ ଦେଶୀ ଏବଂ ବିଦେଶୀ ଖେଳାଳିଙ୍କ ନାମ ସାମିଲ ରହିଛି । ଏହି ସଂଖ୍ୟା ମଧ୍ୟରେ 143 ଜଣ ବିଦେଶୀ ଖେଳାଳି ଏବଂ 3 ଜଣ ଆସୋସିଏଟ ଦେଶର ଖେଳାଳିଙ୍କ ନାମ ସାମିଲ ରହିଛି। ଅବଶିଷ୍ଟ ଖେଳାଳି ଭାରତର ରହିଛନ୍ତି। 

ଏହି ନିଲାମୀ ପ୍ରକ୍ରିୟାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB), ମୁମ୍ବାଇ ଇଣ୍ଡିଆନ୍ସ(MI),ଚେନ୍ନାଇ ସୁପର କିଙ୍ଗସ(CSK), କୋଲକାତା ନାଇଟ ରାଇଡର୍ସ(KKR), କିଙ୍ଗସ ଇଲେଭେନ ପଞ୍ଜାବ(KXIP), ଦିଲ୍ଲୀ କ୍ୟାପିଟାଲ୍ସ(DC), ସନରାଇଜର୍ସ ହାଇଦ୍ରାବାଦ(SH) ଏବଂ ରାଜସ୍ଥାନ ରୟାଲ୍ସ(RR) ସାମିଲ ହୋଇଛନ୍ତି। 

ସେହିଭଳି ଏହି ନିଲାମୀ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିବା ଖେଳାଳିଙ୍କ ମଧ୍ୟରେ ଭାରତର ପ୍ରବୀଣ ତାମ୍ବେ(48) ସବୁଠାରୁ ବୟସ୍କ ଖେଳାଳି ହୋଇଥିବା ବେଳେ ଆଫଗାନିସ୍ତାନର ନୁର ଅହମ୍ମଦ(14) ସବୁଠାରୁ କମ ବୟସ୍କ ଖେଳାଳି ରହିଛନ୍ତି।  ତେବେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କ ମଧ୍ୟରେ ପ୍ୟାଟ କମିନ୍ସ, ଜୋସ ହେଜଲବୁଡ଼, କ୍ରିସ ଲିନ, ମିସେଲ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ୱେଲ, ଡେଲ ଷ୍ଟେନ ଏବଂ ଏଞ୍ଜିଲୋ ମାଥ୍ୟୁଜଙ୍କ ବେଶ ପ୍ରାଇସ 2 କୋଟି ରହିଛି। ଯାହା ସବୁଠାରୁ ଅଧିକ। 

ତେବେ ନିଲାମୀ ପୂର୍ବରୁ 8ଟି ଟିମ 127 ଖେଳାଳିଙ୍କୁ ନିଜ ଦଳରୁ ଫେରସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ପ୍ରାୟ 35 ଜଣ ବିଦେଶୀ ଖେଳାଳି ରହିଛନ୍ତି। ଏହି ଫେରସ୍ତ ଖେଳାଳିଙ୍କ ମଧ୍ୟରେ ରୟାଲ ଚ୍ୟାଲେଞ୍ଜର  ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲ ରହିଛନ୍ତି, ଯାହାଙ୍କର ମୂଲ୍ୟ ରହିଥିଲା ପ୍ରାୟ 17 କୋଟି ଟଙ୍କା। 

ସେହିଭଳି କିଙ୍ଗସ ଏକାଦଶ ପଞ୍ଜାବ ନିକଟରେ ସବୁଠାରୁ ଅଧିକ ପର୍ସ(ଅର୍ଥ) ରହିଥିବା ବେଳେ ମୁମ୍ବାଇ ଇଣ୍ଡିଆନ ନିକଟରେ ସବୁଠାରୁ କମ ପର୍ସ ରହିଛି। କିଙ୍ଗସ ଏକାଦଶ ପଞ୍ଜାବ  ନିକଟରେ 42।70 କୋଟି ଟଙ୍କା ରହିଥିବା ବେଳେ କୋଲକାତା ନାଇଟ ରାଇଡର୍ସ ନିକଟରେ 35।65 କୋଟି, ରାଜସ୍ଥାନ ରୟାଲ୍ସ ନିକଟରେ 28।90 କୋଟି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରେ 27।90 କୋଟି, ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ 27।85 କୋଟି, ସନରାଇଜର୍ସ ହାଇଦ୍ରାବାଦ ନିକଟରେ 17 କୋଟି, ଚେନ୍ନାଇ ସୁପର କିଙ୍ଗସ ନିକଟରେ  14।60 କୋଟି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ 13।05 କୋଟି ଟଙ୍କାର ପର୍ସ ରହିଛି।