ମନ୍ଦିରରେ ପର୍ଣ୍ଣ ଭିଡିଓ ବନାଇଲେ, ୱେବ ସାଇଟରେ ଅପଲୋଡ କଲେ...
Advertisement

ମନ୍ଦିରରେ ପର୍ଣ୍ଣ ଭିଡିଓ ବନାଇଲେ, ୱେବ ସାଇଟରେ ଅପଲୋଡ କଲେ...

ଯେଉଁଠି କିସ୍ କରିବା ମନା, ସେଠି ପର୍ଣ୍ଣ ଭିଡିଓ ସୁଟ କଲେ ଦମ୍ପତି

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ପର୍ଣ୍ଣ ଭିଡିଓକୁ ନେଇ ବିବାଦ । ଯେଉଁଠି କିସ୍ କରିବା ମନା, ସେଠି ପର୍ଣ୍ଣ ଭିଡିଓ ସୁଟିଂ । ଧାର୍ମିକ ସ୍ଥଳରେ ୧୨ ମିନିଟର ଏକ ପର୍ଣ୍ଣ ଭିଡିଓ ସୁଟ କରିଛନ୍ତି ଦମ୍ପତି । ପରେ ଏହାକୁ ପର୍ଣ୍ଣ ୱେବସାଇଟରେ ଅପଲୋଡ ମଧ୍ୟ କରିଥିଲେ । ଆଉ ଏକଥା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଆପତ୍ତି ଉଠାଇଛନ୍ତି । UNESCO ଦ୍ୱାରା ବିଶ୍ୱ ପର୍ଯ୍ୟଟନ ସ୍ଥଳର ମାନ୍ୟତା ମିଳିଥିବା ଏକ ଧାର୍ମିକ ସ୍ଥଳରେ କିପରି ଏପରି କାମ କରାଗଲା, ତାକୁ ନେଇ ଉଠିଛି ପ୍ରଶ୍ନ । 

ଇଟାଲୀର ଏହି ଦମ୍ପତି ମିଆଁମାରର ପବିତ୍ର ସ୍ଥଳ ବଗିଚାରେ ପର୍ଣ୍ଣ ଭିଡିଓ ସୁଟ କରିଥିଲେ । ଗତ ଗୁରୁବାର କିସ୍ ଡେ ଅବସରରେ ଏକ ପର୍ଣ୍ଣ ୱେବସାଇଟରେ ଏହି ଭିଡିଓକୁ ଅପଲୋଡ କରିଛନ୍ତି । ଏପର୍ଯ୍ୟନ୍ତ ଭିଡିଓଟିକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି । ଆଉ ଏକଥା ଜଣାପଡ଼ିବା ପରେ ବିବାଦ ଉପୁଜିଛି । ନବମ ଓ ତ୍ରେୟାଦଶ ଶତାବ୍ଦୀ ଭିତରେ ଏହି ଧାର୍ମିକ ସ୍ଥଳ ନିର୍ମାଣ ହୋଇଥିଲା । ଏହି ସମୟରେ ପାଖାପାଖି ୩ ହଜାର ପଗୋଡେ ଏବଂ ବହୁ ମନ୍ଦିର ନିର୍ମାଣ କରାଯାଇଥିଲା । ବର୍ଷର ବିଭିନ୍ନ ସମୟରେ ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି ।  

ପ୍ରାଚୀନ ପଗୋଡେ ପରିସରରେ ଏହି ଭିଡ଼ିଓଟି ସୁଟ୍ ହୋଇଥିବା ଜଣାପଡ଼ିଛି । ଯାହାକୁ ନେଇ ସେଠିକାର ସ୍ଥାନୀୟ ଲୋକ ଆପତ୍ତି ଉଠାଇଛନ୍ତି । ଏହି ଧାର୍ମିକ ସ୍ଥଳରେ ଅର୍ଦ୍ଧ ନଗ୍ନ ପୋଷାକ ପିନ୍ଧିବାକୁ ବାରଣ କରାଯାଇଥାଏ । ସେହିପରି ମିଆଁମାରର ଧାର୍ମିକ ସ୍ଥଳଗୁଡ଼ିକରେ କିସ୍ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଥାଏ । ଆଉ ଏସବୁ ଭିତରେ ଏପରି ଭିଡ଼ିଓ ସୁଟକୁ ନେଇ ସ୍ଥାନୀୟ ଲୋକ ଆପତ୍ତି ଉଠାଇଛନ୍ତି ।  

ଆହୁରି ପଢ଼ନ୍ତୁ; ଗସ୍ତ ପୂର୍ବରୁ ଟ୍ରମ୍ପକୁ ନିର୍ଦ୍ଧୁମ କହିଲା ଶିବସେନା