ଉପନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବେନି କୁମାରସ୍ୱାମୀ

କର୍ଣ୍ଣାଟକ ଉପନିର୍ବାଚନରେ ଏକାକୀ ଲଢିବ ଜନତା ଦଳ(ସେକୁଲାର)ଜେଡିଏସ । ଖାଲି ପଡିଥିବା ୧୫ ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ତେବେ ଏଥିରେ କଂଗ୍ରେସ ସହ ମେଣ୍ଟ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜେଡିଏସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ । 

ଉପନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବେନି କୁମାରସ୍ୱାମୀ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କର୍ଣ୍ଣାଟକ ଉପନିର୍ବାଚନରେ ଏକାକୀ ଲଢିବ ଜନତା ଦଳ(ସେକୁଲାର)ଜେଡିଏସ । ଖାଲି ପଡିଥିବା ୧୫ ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ତେବେ ଏଥିରେ କଂଗ୍ରେସ ସହ ମେଣ୍ଟ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜେଡିଏସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ । 

କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି, ''ଆଗକୁ ହେବାକୁ ଥିବା ଉପନିର୍ବାଚନରେ ଜେଡିଏସ ଏକାକୀ ଲଢିବେ । ଅନ୍ୟ କୌଣସି ଦଳ ସହ ମଧ୍ୟ ମେଣ୍ଟ କରାଯିବ ନାହିଁ । ନିଜ ଦମରେ ମଇଦାନକୁ ଓହ୍ଲାଇବ ଜେଡିଏସ ।'' 

କହିରଖୁଛୁ, କଂଗ୍ରେସ-ଜେଡିୟୁ ମେଣ୍ଟ ସରକାରରୁ ୧୫ ଜଣ ବିଦ୍ରୋହୀ ବିଧାୟକ ଇସ୍ତଫା ଦେଇଥିଲେ। ପରେ ତତ୍‌କାଳୀନ ବାଚସ୍ପତି କେ।ଆର ରମେଶ କୁମାର ୧୭ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏମାନଙ୍କ ମଧ୍ୟରେ ୧୩ ଜଣ କଂଗ୍ରେସର ଓ ୩ ଜଣ ଜେଡିଏସର ଓ ଜଣେ ସ୍ୱାଧୀନ ବିଧାୟକ ରହିଥିଲେ। ଏହି ଘଟଣା ପରେ ଜୁଲାଇରେ ଏଚ।ଡି କୁମାରସ୍ୱାମୀଙ୍କ ନେତୃତ୍ବାଧୀନ କଂଗ୍ରେସ-ଜେଡିଏସ ସରକାର ସଂଖ୍ୟାଗରିଷ୍ଠତା ହରାଇଥିଲା। ବି।ଏସ। ୟେଦ୍ଦୁରପ୍ପାଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ସରକାର ଗଠନ କରିଥିଲା।